ମୋ”ବାପା ଙ୍କ ଆତ୍ମା ଶାନ୍ତି ପାଇଁ କଂଗ୍ରେସରେ ଯୋଗଦେବି : ପୂର୍ବତ୍ତନ ଲୋକସଭା ସାଂସଦ ଜୟରାମ ପାଙ୍ଗି

୧୩ ଅଗଷ୍ଟ ଶୁକ୍ରବାର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ) କୋରାପୁଟ :-> କୋରାପୁଟ ଜିଲ୍ଲାର ଜଣେ ବରିଷ୍ଠ ଆଦିବାସୀ ନେତା ତଥା ପୂର୍ବତ୍ତନ ଲୋକସଭା ସଦସ୍ୟ ଜୟରାମ ପାଙ୍ଗି ଖୁବ୍ ସିଘ୍ର କଂଗ୍ରେସରେ ସାମିଲ୍ ହେବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା ବେଳେ ନିଜେ ଶ୍ରୀ ପାଙ୍ଗି ମଧ୍ୟ ଏକଥାକୁ ସ୍ବୀକାର କରିଛନ୍ତି । ଖାଲି ସେତିକି ନୁହେଁ କଂଗ୍ରେସରେ ମିଶିଲେ ତାଙ୍କ ବାପାଙ୍କର ଆତ୍ମା ଶାନ୍ତି ପାଇବ ବୋଲି ଗଣ ମାଧ୍ୟମ ସାମ୍ନାରେ କହିଛନ୍ତି । ତାଙ୍କର କହିବା କଥା ହେଉଛି ମୋର ରକ୍ତ କଂଗ୍ରେସ ଓ ଶରୀର ଜନତା ଦଳ ଥିଲା । ତାଙ୍କ ବାପା କଂଗ୍ରେସରୁ ବିଧାୟକ ହୋଇଥିଲେ। ସେହିପରି ମାମୁଁ ଓ ମାଇଁ ମଧ୍ୟ କଂଗ୍ରେସର ବିଧାୟକ ହୋଇଥିଲେ।

୧୯୭୭ରେ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜନତା ଦଳରେ ମିଶି ପଟ୍ଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରଥମେ ବିଧାୟକ ହୋଇଥିଲେ। ପରବର୍ତ୍ତୀ ସମୟରେ ବିଧାୟକ ହୋଇ ମନ୍ତ୍ରୀ ହୋଇଥିବା ସହିତ କୋରାପୁଟ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଗିରିଧର ଗମାଙ୍ଗଙ୍କୁ ହରାଇ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ତେବେ କିଛି ବିବାଦୀୟ କାରଣରୁ ତାଙ୍କ ଦଳରୁ ନିଲମ୍ବିତ କରାଯାଇଥିଲା ବେଳେ ସେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇ ୨୦୧୯ ଲୋକସଭା ନିର୍ବାଚନରେ କୋରାପୁଟ ଲୋକସଭାରୁ ପ୍ରାର୍ଥୀ ହୋଇଥିଲେ।

ତେବେ ବିଜେଡି ଓ ବିଜେପି ପ୍ରାର୍ଥୀ କୌଶଲ୍ୟା ହିକକା ଓ ଜୟରାମ ପାଙ୍ଗିଙ୍କ ମଧ୍ୟରେ ଟକ୍କର ହେବ ବୋଲି ଆଶା କରାଯାଉଥିଲା ବେଳେ ପୁର୍ବତ୍ତନ ମନ୍ତ୍ରୀ ରାମଚନ୍ଦ୍ର ଉଲାକାଙ୍କ ପୁଅ କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲ୍ଲାକା କିନ୍ତୁ ଏଠାରୁ ପାଖାପାଖି ୩ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତିଥିଲେ । ପରବର୍ତ୍ତୀ ସମୟରେ ଶ୍ରୀ ପାଙ୍ଗି କିଛି ବର୍ଷ ନୀରବ ରହିବା ପରେ କିଛି ମାସ ତଳେ କେ. ଚନ୍ଦ୍ରଶେଖରଙ୍କ ବିଆରଏସ୍ ରେ ସାମିଲ୍ ହୋଇଥିଲେ । ସମ୍ଭାବନା ଥିଲା ଶ୍ରୀ ପାଙ୍ଗି ବୋଧହୁଏ ଦକ୍ଷୀଣ ଓଡିଶାରେ କିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି , କିନ୍ତୁ ସେଭଳି କିଛି ହେଲା ନାହିଁ ।

ନୀରବ ରହିଗଲେ ସେ। ବର୍ତ୍ତମାନ ଶୁଣିବାକୁ ମିଳୁଛି ଶ୍ରୀ ପାଙ୍ଗୀ କଂଗ୍ରେସରେ ଯୋଗ ଦେଇଛନ୍ତି ବୋଲି । ଏପରିକି ପାଙ୍ଗୀ ପୂର୍ବରୁ ବିଜୁ ଜନତା ଦଳରେ ଥିବା ବେଳେ କେତେକ ପ୍ରଶାସନିକ ଅଧିକାରୀ ଙ୍କ କାର୍ଯ୍ଯ ଉପରେ ଟିପ୍ପଣୀ ଉଠାଇବା ତାଙ୍କର ବକ୍ତବ୍ୟରୁ ଶୁଣିବାକୁ ମିଳୁଛି । ତେବେ ଦେଖାଯାଉ ଶ୍ରୀ ପାଙ୍ଗୀ ଙ୍କ କହିବା ଅନୁଯାୟୀ କଂଗ୍ରେସରେ ଯୋଗଦେଲେ ତାଙ୍କ ବାପାଙ୍କ ଆତ୍ମା କେତେଦୂର ଶାନ୍ତି ହେଉଛି ଓ ସେ ରାଜନୀତିରେ କେତେ ସଫଳ ହେଉଛନ୍ତି ?

Exit mobile version