ଓଡିଶା ତାଜା ନ୍ୟୁଜ୍ (୩୦ ଜୁନ୍ ମଙ୍ଗଳବାର ) କଟକ :- ଓଡ଼ିଶାର କୃଷି ଆଉ କୃଷକର ଉର୍ଣ୍ଣତି ଲକ୍ଷ୍ୟରେ ନିୟମିତ ପ୍ରକାଶିତ ହେଉଥିବା କୃଷିଭିତ୍ତିକ ପତ୍ରିକା “ଶ୍ୟାମଳା ସୁବର୍ଣ୍ଣ”ର ଦଶମ ସଂଖ୍ୟା ଜୁଲାଇ – ସେପ୍ଟେମ୍ବର : ୨୦୨୦ ବିଶିଷ୍ଟ ସ୍ତମ୍ବକାର, ସାହିତ୍ୟିକ, କୃଷି ଗବେଷକ ଡି. ଶୁଭମଙ୍କ ମୁଖ୍ୟ ସମ୍ପାଦନାରେ ପ୍ରକାଶ ପାଇଛି ! କୃଷି ଓ କୃଷକର ବିକାଶ ଦିଗରେ ଲୋକପ୍ରିୟ ସରକାରଙ୍କର ବିଭିନ୍ନ ତଥ୍ୟ,ଯୋଜନା,ଏହି ଦିଗରେ ବୈଜ୍ଞାନିକ ଗବେଷଣା ଆଦି କୃଷକ ମାନଙ୍କ ପାଖରେ ପହଞ୍ଚାଇବା ଶ୍ୟାମଳ ସୁବର୍ଣ୍ଣ ପରିବାରର ମୂଳ ଲକ୍ଷ୍ୟ ଓ ଆଭିମୁଖ୍ୟ ! ପରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଆନ କୃଷି ବିଶ୍ୱବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀ ମାନେ ୨୦୧୮ ମସିହାରେ ଏହି ପତ୍ରିକା କୃଷକମାନଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇ କୃଷି ଗବେଷଣା,ଓଡ଼ିଶାର କୃଷି ଜ୍ଞାନ କୌଶଳକୁ ଦ୍ୱିଗୁଣିତ କରି ସମସ୍ତଙ୍କର ପ୍ରିୟ ଭାଜନ ହୋଇପାରିଛନ୍ତି !
କରୋନା ଲକଡାଉନ ଯୋଗୁ ଏହା ଅନଲାଇନ ଇ ମାଗାଜିନ ଭାବରେ ପ୍ରକାଶ ପାଇ ସାରା ରାଜ୍ୟରେ ଖୁବ ପାଠକୀୟ ସ୍ୱୀକୃତି ଲାଭ କରିଛି ! ପତ୍ରିକାର ସମସ୍ତ ବିଷୟ ଖୁବ ସୁନ୍ଦର, ଶିକ୍ଷଣୀୟ ହେବାସହ ଶୁଭେଚ୍ଛା ବାର୍ତ୍ତାରେ ରହିଥିବା ବୁଦ୍ଧିଜୀବୀ ଯଥା ଡାକ୍ତର ଏସ.ପି.ନନ୍ଦା, ପ୍ରଜ୍ଞା ପାରମିତା,ସବୁଜ ବିପ୍ଳବର କର୍ଣ୍ଣଧାର ତଥା ସରସ୍ୱତୀ କଳା ପରିଷଦର ସଭାପତି ନାରୀନେତ୍ରୀ ପ୍ରତିଭା ଶତପଥୀଙ୍କ ମତାମତ ଓ ସମ୍ପାଦକୀୟ ଅତ୍ୟନ୍ତ ଉଚ୍ଚ ମାନର ଆଉ ସ୍ୱାଗତଯୋଗ୍ୟ ! ଉପଦେଷ୍ଟା ମଣ୍ଡଳୀ, ସମ୍ପାଦନା ମଣ୍ଡଳୀ,ଅଗଣିତ ପାଠକ,ସମସ୍ତ ଲେଖକ ଲେଖିକା,ଗବେଷକ,ପତ୍ରିକା ପରିବାରକୁ ସାଧାରଣରେ ଏହି ମହତ ସୃଷ୍ଟି ସର୍ଜନା ପାଇଁ ଉଚ୍ଚ ପ୍ରସଂଶା କରାଯାଇଛି ! (ରିପୋର୍ଟ – ଇଂ. ସେବକ ଶ୍ରୀକାନ୍ତ)
