ବାଣପୁର ବ୍ଲକ : ଗମ୍ଭୀରୀମୁଣ୍ଡା ପଞ୍ଚାୟତ ରେ ଜଙ୍ଗଲୀ ହାତୀ

୧୧ ଅଗଷ୍ଟ ଶୁକ୍ରବାର 2023 (ଓଡ଼ିଶା ତାଜା ନ୍ୟୁଜ) ବାଣପୁର :-> ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭୀରୀମୁଣ୍ଡା ପଞ୍ଚାୟତ ଅଞ୍ଚଳରେ ଶୁକ୍ରବାରେ ଏକ ଜଙ୍ଗଲୀ ହାତୀ ପ୍ରବେଶ କରିଥିବା ଦେଖିବାକୁ ମିଳିଛି । ଉକ୍ତ ହାତୀଟି ପଦ୍ମପୁର ସରଂକ୍ଷିତ ଜଙ୍ଗଲ ଅନ୍ତର୍ଗତ ହାଡଖାଇ ଗ୍ରାମ ମଧ୍ୟକୁ ପ୍ରବେଶ କରିଥିଲା । ଫଳରେ ଗ୍ରାମବାସୀମାନେ ଆତଙ୍କିତ ହୋଇ ପଡିିଥିଲେ ।

ଉକ୍ତ ଖବର ସ୍ଥାନୀୟ ସରପଞ୍ଚ ବନ ବିଭାଗକୁ ଜଣାଇବା ପରେ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ଏକାଧିକ ଦଳ ଘଟଣାସ୍ଥଳକୁ ଯାଇ ବିଭିନ୍ନ ଉପାୟ ଅବଲମ୍ବନ କରି ପରିଶେଷରେ ହାତୀକୁ ଘଉଡ଼ାଇବାରେ ସଫଳ ହୋଇଥିଲେ ।

 

Exit mobile version