ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ଶିକ୍ଷଣ ସାମଗ୍ରୀ ଉନ୍ମଚନ, ପୋଷାକ ବଣ୍ଟନ

୧୧ ଅଗଷ୍ଟ ଶୁକ୍ରବାର 2023 (ଓଡ଼ିଶା ତାଜା ନ୍ୟୁଜ) ଆର,ଉଦୟଗିରି  :-> ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ କେ.ଝାଲରସିଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ କରି ବିଦ୍ୟାଳୟ ସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ଶିକ୍ଷଣ ସାମଗ୍ରୀ ପ୍ରକୋଷ୍ଠ ଉନ୍ମଚନ ଦିବସ ସ୍ଥାନୀୟ ପ୍ରଧାନ ଶିକ୍ଷକ ଗୋପାଳ କୃଷ୍ଣ ନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଗୋଷ୍ଠି ଶିକ୍ଷା ଅଧିକାରୀ ନୟନ ମଣ୍ଡଳ, ସମ୍ମାନିତ ଅତିଥି ଭାବେ ସ୍କୁଲ ସଭାପତି ଯୋଗ୍ୟବନ୍ତ ପରିଛା,ଖଜୁରୀପଦା ବିଦ୍ୟାଳୟର ଶିକ୍ଷକ ପ୍ରଶାନ୍ତ କୁମାର ଜେନା ଉପସ୍ଥିତ ଥିଲେ।

ପ୍ରଥମେ ପ୍ରଦୀପ ପ୍ରଜ୍ୟୋଳନ କରିବା ସହ ଫଳକ ଉନ୍ମୋଚନ କରି ଉଦଘାଟନ କରିଥିଲେ। ଏହି ପ୍ରକୋଷ୍ଠରେ ଆନେକ ଶିକ୍ଷା ଉପଯୋଗୀ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରାଯାଇଅଛି ଯାହା ଶିକ୍ଷାର୍ଥୀଙ୍କ ଶିକ୍ଷଣ ବେଗକୁ ତ୍ୱରାନ୍ୱିତ କରିବାରେ ସହାୟକ ହୋଇ ପାରିବ। ଏବଂ ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ପଢିବା ପାଇଁ ଏକ ସରଳ ପ୍ରୟାସ କରାଯାଇଛି ।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ମାନଙ୍କ ଉଦ୍ୟମରେ ବହୁମୁଖୀ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରାଯାଇ ଥିଲା। ଏହାକୁ ସ୍ଥାନୀୟ ଶିକ୍ଷକ ଶିକ୍ଷୟିତ୍ରୀ କୁନି ନାୟକ,ତ୍ରିନାଥ ଦଳପତି, ଆର୍ତ୍ତତ୍ରାଣ ବେହେରା, ପ୍ରଣୀତ ଲିମା, ସୁଶାନ୍ତ କୁମାର ଗୌଡ଼, ଗାୟତ୍ରୀ ପାଣିଗ୍ରାହୀ, ଅମିତା ରଇତ, ରତ୍ନାକର ରହିତଙ୍କ ପ୍ରଚେଷ୍ଟାରେ ସମସ୍ତ କାର୍ଯ୍ୟ ହୋଇଥିଲା। ସେଥି ସହ ବିଦ୍ୟାଳୟର ୨୦୫ ଜଣ ଛାତ୍ରଛାତ୍ରୀ ମାନଙ୍କୁ ପୋଷକକ ବଣ୍ଟନ କରାଯାଇଥିଲା ଅତିଥି ଗଣ। ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ତ୍ରିନାଥ ଦଳପତି ପରିଚାଳନାରେ ସହଯୋଗ କରିଥିଲେ।

Exit mobile version