ସରପଞ୍ଚ ଙ୍କ ନେତୃତ୍ୱରେ ବେରୁଆଁ ବାରୀ ଗ୍ରାମ ରେ ପରିବେଶ ସଚେତନତା ଓ ସଫେଇ କାର୍ଯ୍ୟକ୍ରମ

୧୧ ଅଗଷ୍ଟ ଶୁକ୍ରବାର 2023 (ଓଡ଼ିଶା ତାଜା ନ୍ୟୁଜ) ନୂଆଗାଁ :-> ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବେରୁଆଁ ବାରୀ ଗ୍ରାମ ପଞ୍ଚାୟତ ସରପଞ୍ଚ ସୁଶାନ୍ତ କୁମାର ସାହୁ ଙ୍କ ନେତୃତ୍ୱରେ ପରିବେଶ ସଚେତନତା ଓ ସଫେଇ କାର୍ଯ୍ୟକ୍ରମ ବେରୁଆଁ ବାରୀ ଗ୍ରାମ ରେ ଅନୁଷ୍ଠିତ ହୋଇଯାଇଛି।ଏହି ସଫେଇ କାର୍ଯ୍ୟକ୍ରମ ରେ ସମାଜ ସେବୀ ସନାତନ ବେହେରା,ବ୍ଲକ୍ ପରିମଳ ଅଧିକାରୀ କାହୁଁ ଚରଣ ବେହେରା,

ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ମଳିକ,ଜି ଆର୍ ଏସ ସୁଶ୍ରୀ ପଲ୍ଲବୀ ,ପ୍ରତ୍ୟେକ ୱାର୍ଡ ର ସଭ୍ୟ, ସଭ୍ୟା ଏବଂ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ସାମିଲ ହୋଇ ପରିବେଶ କୁ ସଫା କରିବା ସହ ଲୋକମାନଙ୍କୁ ସଚେତନ କରିଥିଲେ।ଏଭଳି ପରିବେଶ ସଫେଇ ଓ ସଚେତନତା କାର୍ଯ୍ୟକ୍ରମ କୁ ଜନ ସାଧାରଣ ପ୍ରଶଂସା କରିଛନ୍ତି।

Exit mobile version