ନିଯୁକ୍ତି ମେଳାକୁ ବିରୋଧ କଲେ ବିସ୍ଥାପିତ ମଞ୍ଚ

୧୧ ଅଗଷ୍ଟ ଶୁକ୍ରବାର 2023 (ଓଡ଼ିଶା ତାଜା ନ୍ୟୁଜ) ଆର,ଉଦୟଗିରି :-> ଆର,ଉଦୟଗିରି ବ୍ଳକ ମହେନ୍ଦ୍ରଗଡ ପଞ୍ଚାୟତରେ ବିସ୍ଥାପିତ ଅଞ୍ଚଳର ବେକାର ଯୁବକ ଯୁବତୀ ଓ ଅଧାରୁ ପାଠପଢା ଛାଡିଥିବା ଛାତ୍ରଛାତ୍ରୀଙ୍କ ପାଇଁ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଥିଲା । ଏହି ମେଳାରେ ଆର,ଉଦୟଗିରି ବିଡିଓ ଲରିମନ ଖର୍ସେଲଙ୍କ ସମେତ ଜିଲ୍ଲା ଅଧିକାରୀ ଓ ବଭାଗୀୟ ଅଧିକାରୀମାନେ ଉପସ୍ଥତ ଥିଲେ ।

କିନ୍ତୁ ବ୍ୟାନରରେ ଲେଖା ଯାଇଥିଲା ଛେଳାଗଡ ଜଳ ପ୍ରକଳ୍ପ ଦ୍ବାରା ପ୍ରଭାବିତ ଯୁବକଯୁବତୀଙ୍କ ନିଯୁକ୍ତି ମେଲା ଚାଲିଥିବାରୁ ଅନ୍ୟମାନଙ୍କୁ ନେଇ ନିଯୁକ୍ତି ମେଲା ଚାଲିଥିବାରୁ ବିସ୍ଥାପିତ ତଥା ବିଢି ଅଞ୍ଚଳ ବିସ୍ଥାପିତ ମଞ୍ଚ ର କର୍ମକତ୍ତା ଓ ଅଞ୍ଚଳବାସୀ ଏହାକୁ ବିରୋଧ କରିଥିବା ଦେଖିବାକୁ ମିଳିଥିଲା । ଏହାକୁ ସମ୍ପର୍ଣ ବିସ୍ଥାପିତ ବିରୋଧ କରିଥିବା କହିଛନ୍ତି ବିସ୍ଥାପିତ ଅଞ୍ଚଳବାସୀ ।

Exit mobile version