Home ଓଡ଼ିଶା ଭବାନୀପାଟଣା ଠାରେ ଜାତୀୟ କୃମିନାଶକ ଦିବସ ପାଳିତ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୧ ଅଗଷ୍ଟ ଶୁକ୍ରବାର 2023 (ଓଡ଼ିଶା ତାଜା ନ୍ୟୁଜ) କଳାହାଣ୍ଡି :-> ଜିଲ୍ଲା ସ୍ୱାସ୍ଥ୍ୟ ସମିତି କଳାହାଣ୍ଡି ତରଫରୁ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ ଜାତୀୟ କୃମିନାଶକ ଦିବସ ପାଳିତ ହୋଇଯାଇଛି।କୃମି ସଂକ୍ରମଣକୁ ନିୟନ୍ତ୍ରଣ ଓ କୃମିମୁକ୍ତ ଶିଶୁ ସ୍ଵାସ୍ଥ୍ୟର ପ୍ରଚାର ଓ କାର୍ଯ୍ୟକାରିତା ପାଇଁ ଆଜିଠାରୁ ସପ୍ତାହ ବ୍ୟାପି ଜିଲ୍ଲାରେ ପାଳନ କରାଯିବ ଏବଂ ବ୍ୟାପକ ଭାବେ ୧ ରୁ ୧୯ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ କୃମିନାଶକ ଔଷଧ ବଣ୍ଟନ କରାଯିବ।ଜିଲ୍ଲା ଶିକ୍ଷା ଅଧିକାରୀ,ସ୍ଵାସ୍ଥ୍ୟ ବିଭାଗୀୟ ଅଧିକାରୀ,ମହିଳା ଶିଶୁ ବିଭାଗୀୟ ଅଧିକାରି ଓ ଅନ୍ୟ ଅଧିକାରୀଙ୍କ ମିଳିତ ଉଦ୍ୟମରେ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ଛାତ୍ର ଛାତ୍ରୀମାନଙ୍କୁ ଏହି ଅଭିଯାନରେ ସାମିଲ କରାଯିବ। ଏହି ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ରୂପେ ସି ଡି ଏମ ଓ ଡ ଗିରିଶ ଚନ୍ଦ୍ର ରାଉତ, ଅନ୍ୟ ଅତିଥି ମଧ୍ୟରେ ଡି ପି ଏଚ୍ ଓ ଡ ରାକେଶ ସାହୁ , ଏ ଡି ପି ଏଚ ଓ ଡ ନିହାରେନ୍ଦ୍ର ପଣ୍ଡା , ଡି ପି ଏମ ଅବନୀକାନ୍ତ ମହାପାତ୍ର, ଏ ଡି ପି ଏଚ ଓ ଡ ମନୋ ମାଝୀ, ଡି ଏମ ଆର୍ ସି ଏଚ ଭବାନୀ ସାହୁ, ଡି ଏମ ଓ ଡ ରଞ୍ଜନ ମିତ୍ର, ଡି ଆଇ ପି ଆର୍ ଓ ମନୋଜ ବେହେରା ଏବଂ ପ୍ରଧାନ ଶିକ୍ଷକ ପ୍ରକାଶ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ବକ୍ତାଗଣ ନିଜ ବକ୍ତବ୍ୟରେ କୃମି ଓ ରକ୍ତହୀନତା ପରସ୍ପର ସଂଯୁକ୍ତ ଏବଂ ଏହି କୃମିଯୁକ୍ତ ଶିଶୁ ଶରୀରକୁ ରୋଗିଣା କରିବା ସହିତ ବୌଦ୍ଧିକ ଓ ମାନସିକ ବିକାଶରେ ବାଧା ଆଣିଥାଏ ବୋଲି କହିଥିଲେ।କୃମି ନ ହେବାପାଇଁ କେତେକ ନିୟମ ଖାଲି ପାଦରେ ନ ଚାଲିବା , ଶୌଚ ପରେ ସାବୁନରେ ହାତ ଧୋଇବା, ସଂକ୍ରମିତ ଓ ବାସି ଖାଦ୍ୟ ନ ଖାଇବା ଏବଂ ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରହିବାକୁ ତଥା କୃମିନାଶକ ଔଷଧ ଆଲବେଣ୍ଡାଯୋଲ ଉଚିତ ମାତ୍ରାରେ ସେବନ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଉପସ୍ଥିତ ଛାତ୍ରୀ ମାନଂକ ମଧ୍ୟରୁ ୩ ଜଣଙ୍କୁ କୃମୀନାଶକ ଔଷଧ ଦିଆଯାଇଥିଲା ଓ ପରେ ବିଦ୍ୟାଳୟର ସମସ୍ତ ଛାତ୍ରୀମାନଙ୍କୁ ଔଷଧ ଦିଆଯାଇଥିଲା । Categories: ଓଡ଼ିଶା, କଳାହାଣ୍ଡି, ହୋମ୍ Related Content ଓସିଏସରେ ୧୫୯ ସ୍ଥାନ ଅଧିକାର କରିଥିବା ରଣପୁର ଅଂଚଳର ଶ୍ୱେତା ସୁଚରିତାଙ୍କୁ ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ-୨୦୨୬ by Proprietor Abhimanyu Maharana June 16, 2026 ଜୋନାଲ-ସ୍ତରୀୟ ଯୁବ ସଂସଦ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ by Proprietor Abhimanyu Maharana June 16, 2026 ପ୍ରଗତି ମହିଳା ସଙ୍ଗଠନ ଆନୁକୂଲ୍ୟରେ ରଜ ଉତ୍ସବ ପାଳନ by Proprietor Abhimanyu Maharana June 16, 2026 ଗଜପତି ଜିଲ୍ଲା ରାୟଗଡ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବିଦ୍ୟୁତ କାର୍ଯାଳୟ ସମ୍ମୁଖରେ ବିକ୍ଷୋଭ ଓ ଘେରାଉ by Proprietor Abhimanyu Maharana June 16, 2026 ପାରଳାଖେମୁଣ୍ଡି ପୋଲିସର ନାଇଟ ପେଟ୍ରୋଲିଂ ବେଳେ ଧରା ପଡିଲେ ୧୦ ଜଣ ମଦ୍ୟପ by Proprietor Abhimanyu Maharana June 16, 2026 ପାରଳାଖେମୁଣ୍ଡି ଜନ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଦିଆ ଯାଇଥିବା ୧୦ ଜଣ ହିତାଧିକାରୀଙ୍କ ଘରୁ ୱାଟର ମିଟର ଚୋରି by Proprietor Abhimanyu Maharana June 16, 2026