
୧୧ ଅଗଷ୍ଟ ୨୦୨୩ ( ଓଡ଼ିଶା ତାଜାନ୍ୟୁଜ୍ ) କଟକ :-> କଟକ ମହାନଗର ନିଗମ ( ସିଏମସି )ର ପ୍ରମଥ ମେୟର ତଥା ପୂର୍ବତନ କଟକ ସଦର ପୂର୍ବତନ ବିଜେପି ବିଧାୟିକା ନିବେଦିତା ପ୍ରଧାନଙ୍କର ୬୦ ବର୍ଷ ବୟସରେ ଏକ ଘରୋଇ ହସପିଟାଲରେ ଗୁରୁବାର ଅପରାହ୍ନରେ ପରଲୋକ ହୋଇଯାଇଛି ।
ସେ ନିମୋନିଆ ଏବଂ ସେପ୍ଟିସେମିଆଯୋଗୁଁ ଗୁରୁତର ଅସୁସ୍ଥ ହୋଇ ପଡିଥିଲେ ।ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାର କୌଣସି ପରିବର୍ତ୍ତନ ଘଟିନଥିଲା । ଯାହା ଫଳରେ ପରଲୋକ ହୋଇଯାଇଥିଲା ।
