୫ଟି- ସଚିବ ଦେଇବାଥିବା ପ୍ରତିଶୃତି ହୋଇଗଲା ପାଣିରଗାର : ବିତିଗଲା ୭ ମାସ – ପୋଲ ନିର୍ମାଣ ଲାଗି ତାତିଲେ ବୁଢ଼ାପଙ୍କା ଗ୍ରାମବାସୀ

୫ଟି- ସଚିବଙ୍କୁ ବୁଢାପଙ୍କା ଗ୍ରାମବାସି ଦେଇଥିବା ଦରଖାସ୍ତ ଆଜକୁ ୭ ମାସ ବିତିଗଲେ ମଧ୍ୟ ଆଜିପର୍ଯ୍ୟନ୍ତ କୌଣସି ସୁଫଳ ହୋଇନାହିଁ । ଗ୍ରାମବାସୀ, ସ୍କୁଲ , କଲେଜ ଛାତ୍ରଛାତ୍ରୀ ଓ ରୋଗି ହନ୍ତସନ୍ତ ହୋଇଥିବାରୁ ମୋହନା ବ୍ଳକର ବୃଦ୍ଧିଜୀବୀ ମହଲରେ ଏହାକୁ ନେଇ ଗଞ୍ଜୁରଣ ସୃଷ୍ଟି କରିଛି ୫ଟି- ସଚିବ ଆସିଥିଲେ କୁଆଡେ !!  ଜନସାଧାରଣ ମହଲରେ ସୁଣିବାକୁ ମିଳିଛି ଯେ କଣ ଆମକୁ ୫ଟି- ସଚିବ ଭୂଆବୁଲାଇଲେ ନାହିଁ ତ…?

୧୦ ଅଗଷ୍ଟ ୨୦୨୩ ( ଓଡ଼ିଶା ତାଜାନ୍ୟୁଜ୍ ) ଆର, ଉଦୟଗିରି :-> ଦୀର୍ଘ ବର୍ଷ ଧରି ଗମନାଗମନ ତଥା ମୌଳିକ ସୁବିଧାରୁ ବଂଚିତ ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କରଚ଼ବାଡ଼ି ପଞ୍ଚାୟତର ବୁଢ଼ାପଙ୍କା ଗ୍ରାମବାସୀ ପ୍ରଶାସନକୁ ବିଭିନ୍ନ ସମୟରେ ଅଭିଯୋଗ କରିଆସୁଥିଲେ ମଧ୍ୟ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ପଦକ୍ଷେପ ନେବାରେ ବିଫଳ ହୋଇଥିବା ନେଇ ଆଜି ଉକ୍ତ ଗ୍ରାମର ୫୦ରୁ ଉର୍ଦ୍ଧ୍ଵ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଗ୍ରାମ ନିକଟରେ ଯାତାୟତର ସୁବିଧା ତଥା ସୁବନ୍ଦୋବସ୍ତ୍ର କରିବା ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ସ୍ଥାନୀୟ ଗ୍ରାମ ଉନ୍ନୟନ ବିଭାଗ ନିବାହୀ ଯନ୍ତ୍ରୀ ଉମା ଶଙ୍କର ମଲ୍ଲିକଙ୍କୁ ପ୍ରଦାନ କରିଥିଲେ ।ନିବାହୀ ଯନ୍ତ୍ରୀ ଯଥାଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି। ସୂଚନାଯୋଗ୍ୟ ବିଗତ ଦିନରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଓ ୫ଟି ସଚିବଙ୍କ ମୋହନା ଗସ୍ତ ସମୟରେ ଗ୍ରାମବାସୀ ପୋଲ ନିର୍ମାଣ ଲାଗି ଲିଖିତ ଅଭିଯୋଗ କରିଥିଲେ । ଏହା ମଧ୍ୟରେ ୬ ରୁ ୭ ମାସ ବିତିଯାଇଥିଲେ ମଧ୍ୟ ପ୍ରଶାସନ ଉଚିତ ପଦକ୍ଷେପ ଗ୍ରହଣ ନକରିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରି ରାସ୍ତାରୋକ କରିବା ପାଇଁ ପ୍ରଶାସନକୁ ଚେତାବନୀ ଦେଇଛନ୍ତି।

 

 

Exit mobile version