5T ସଚିବ ଭି.କେ ପାଣ୍ଡିଆନଙ୍କ ନିଆଳି ଅଞ୍ଚଳ ଗ୍ରସ୍ତ

୯ ଅଗଷ୍ଟ ୨୦୨୩ ( ଓଡ଼ିଶା ତାଜାନ୍ୟୁଜ୍ ) ନିଆଳି :-> 5T ସଚିବ ଭି.କେ ପାଣ୍ଡିଆନଙ୍କ କଟକ ଜିଲ୍ଲା ନିଆଳି ନିର୍ବାଚନ ମଣ୍ଡଳୀ ଗ୍ରସ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ନିଆଳି ହାଇସ୍କୁଲ ପଡ଼ିଆ ଠାରେ ଆଜି ଅପରାହ୍ନରେ ହେଲିକେପ୍ଟର ରୁ ସଚିବ ଭି.କେ ପଣ୍ଡିଆନ ଓହ୍ଲାଇ ସଭା ସ୍ଥଳକୁ ଆସିବା ପରେ ମହିଳା ମାନଙ୍କ ପକ୍ଷରୁ ପୁଷ୍ପ ଗୁଚ୍ଛ ଦିଆଯାଇ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା । ପାଣ୍ଡିଆନ ମଧ୍ୟ ମହିଳା ଗୋଷ୍ଟି ମାନଙ୍କୁ ଭେଟି କୃତଜ୍ଞତା ଜଣାଇଥିଲେ ।

ମହିଳା ମାନଙ୍କ ଲାଗି ମାନ୍ୟବର ମୁଖ୍ୟମନ୍ତ୍ରୀ ସ୍କୁଟି ଯୋଜନା , ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ଶୁଦ୍ଧ ରେ ଋଣ ଯୋଗାଇଦେବା ସହ ସେମାନଙ୍କୁ ସଶକ୍ତି କରଣ କରାଯାଇଥିବା କଥା କହିଥିଲେ । ନିଆଳି ଅଞ୍ଚଳ ରେ ଥିବା ମନ୍ଦିର ଓ ମସ୍ ଜିଦ୍ ଉନ୍ନତି ପାଇଁ ସରକାରଙ୍କ ପକ୍ଷରୁ ଖୁବ୍ ଶୀଘ୍ର ସବୁ ପ୍ରକାର ସହଯୋଗ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ।

ଆଉ ମଧ୍ୟ ନିଆଳି ଅଞ୍ଚଳର ବିଭିନ୍ନ ସମସ୍ୟାର ଅଭିଯୋଗ ପତ୍ର ଜନ ସାଧାରଣଙ୍କ ଠାରୁ ଭି.କେ ପାଣ୍ଡିଆନ ଗ୍ରହଣ କରିଥିଲେ । ଏହା ପରେ ସଚିବ ଭି.କେ ପାଣ୍ଡିଆନ ଜଗନ୍ନାଥଙ୍କ ମାମୁଁ ଘର ମାଧବାନନ୍ଦ ମନ୍ଦିର କୁ ଗ୍ରସ୍ତ କରି ମନ୍ଦିରର ବିଭିନ୍ନ ସମସ୍ୟା ବୁଝିବା ସହ ମନ୍ଦିରର ଉନ୍ନତି ପାଇଁ ସରକାର ସବୁ ପ୍ରକାର ସହଯୋଗ କରିବେ ବୋଲି ମତ ପ୍ରକାଶ କରିଥିଲେ ।

5T ସଚିବଙ୍କୁ ନିଆଳି ଓ ପନିମାଳ ଠାରେ କଂଗ୍ରେସ , ବିଜେପି ପକ୍ଷରୁ ବିରୋଧ କରାଯାଇଥିଲେ ମଧ୍ୟ ଏହା ସଫଳ ହୋଇନଥିଲା । 5T ସଚିବ ନିଆଳି କୁ ଆସିଥିଲେ ମଧ୍ୟ ନିଆଳି ସ୍ଥିତ ମହାନ୍ ନେତା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ସାମାନ୍ୟ ତମ ଟିକେ ପୁଷ୍ପ ମାଲ୍ୟ ଦେଇନଥିଲେ ।

ସେଥି ନେଇ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କୁ ଅପମାନ ସଦୃଶ ହୋଇଛି ବୋଲି ସ୍ଥାନୀୟ ବୁଦ୍ଧିଯିବି ମହଲ ରେ ଅସନ୍ତୋଷ ପ୍ରକାଶ ପାଇଥିଲା । ସଚିବ ଭି.କେ ପାଣ୍ଡିଆନଙ୍କୁ ସ୍ବାଗତ କରିବା ପାଇଁ ଇଞ୍ଜିନୟର ପ୍ରସନ୍ନ କୁମାର ମଲ୍ଲିକଙ୍କ ନେତୃତ୍ଵରେ ପ୍ରାୟ ଚାରି ହଜାର ବିଜୁ ପ୍ରେମୀ ସମର୍ଥକ ଯୋଗ ଦେଇଥିଲେ ।

Exit mobile version