ଆଦିବାସୀଙ୍କ ସଶସ୍ତ୍ର ଶୋଭାଯାତ୍ରା ସହ ପାଟଣାଗଡ଼ରେ ବିଶ୍ୱ ଆଦିବାସୀ ଦିବସ ମହାସମାରୋହରେ ପାଳିତ – କେନ୍ଦ୍ର ସରକାରଙ୍କ ୟୁ.ସି.ସି ଓ ମଣିପୁର ଘଟଣାକୁ ନିନ୍ଦା

୯ ଅଗଷ୍ଟ ୨୦୨୩ ( ଓଡ଼ିଶା ତାଜାନ୍ୟୁଜ୍ ) ପାଟଣାଗଡ଼ :-> ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଆହ୍ୱାନ କ୍ରମେ ପାଟଣାଗଡ଼ରେ ସଶସ୍ତ୍ର ପାରମ୍ପାରିକ ଶୋଭାଯାତ୍ରା ସହ ବିଶ୍ୱ ଆଦିବାସୀ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମେ ଗଡ଼ଭିତର ଯାତ୍ରା ପଡ଼ିଆରେ ଅସ୍ତ୍ର ପୂଜନ ସହ ମା ପାଟନେଶ୍ୱରୀ ମନ୍ଦିର ମା ସମଲେଶ୍ବରୀ ମନ୍ଦିର ରେ ପୂଜାର୍ଚ୍ଚନା କରି ହଜାର ହଜାର ଆଦିବାସୀ ପାରମ୍ପରିକ ଭେଷ ଭୁଷା ରେ ସଜେଇ ହେଇ ଡକା ବଜାର ତାଳେ ତାଳେ ଅସ୍ତ୍ରଶସ୍ତ୍ର ଧରି ନାଚି ନାଚି ସହର ପରିକ୍ରମା କରି ବ୍ରହ୍ମପୁରା ଆଦିବାସୀ ଭବନ ପର୍ଯ୍ୟନ୍ତ ପହଞ୍ଚିଥିଲା ।

ପାଟଣାଗଡ଼ ବ୍ଲକ ସଭାପତି ଶ୍ରୀ ଭୁବନେଶ୍ୱର କୁଅଁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ତଥା ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ନିରଞ୍ଜନ ବିଶି ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଜିଲ୍ଲା ସଭାପତି ଶ୍ରୀ ଶ୍ୟାମ ସୁନ୍ଦର ଭୋଇ ଅନ୍ୟତମ ସମ୍ମାନିତ ଅତିଥି ଭାବେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବ୍ରଜ ମୋହନ ବିଶୋଇ ସ୍ୱତନ୍ତ୍ର ସମ୍ମାନିତ ଅତିଥି ଭାବେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର ସାଧାରଣ ସମ୍ପାଦକ ଶ୍ରୀ ବାଳକୃଷ୍ଣ ଶବର ପାଟଣାଗଡ଼ ବ୍ଲକ ସମ୍ପାଦକ ସାରଥୀ ବାଗ ବେଳପଡ଼ା ବ୍ଲକ ସଭାପତି ରସିକ ଧରୁଆ ଖପ୍ରାଖୋଲ ବ୍ଲୋକ ସଭାପତି ଚନ୍ଦ୍ର ବରିହା

ଜିଲ୍ଲା ବିଂଝାଲ ସମାଜ ର ଲାଟ ସଭାପତି ଚନ୍ଦ୍ର ଶେଖର ବାଗ ସଇଁତଲା ବ୍ଲକ ସଭାପତି ସନ୍ତୋଷ ପୁଟା ଦେଓଗାଁ ବ୍ଲକ ସଭାପତି ସୁରଥ ଧରୁଆ ଲୋଇସିଂହା ବ୍ଲକ ସଭାପତି ଦଶରଥ ଛତ୍ରୀଆ ଆଗଲପୁର ବ୍ଲକ ସଭାପତି ବଳଦେବ ଭୋଇ ବଲାଙ୍ଗୀର ବ୍ଲକ ସଭାପତି ନିମେଇ ଝାଙ୍କର ତୁରେକେଲା ବ୍ଲକ ସଭାପତି ଚୌବନ ମାଝୀ ବେଳପଡ଼ା ବ୍ଲକ ସମ୍ପାଦକ ପ୍ରୀତି ସିଂ ମଲ୍ଲିକ ସଇଁତଲା ବ୍ଲକ ସମ୍ପାଦକ ଟଂକଧର ଧରୁଆ ବଲାଙ୍ଗୀର ବ୍ଲକ ସମ୍ପାଦକ ପାଳେଶ୍ୱର ଭୋଇ ଲୋଇସିଂହା ବ୍ଲକ ସମ୍ପାଦକ ଗୋପାଳ ପଧାନ ଦେଓଗାଁ ବ୍ଲକ ସଭାପତି ପୁରନ୍ଦର ଭୋଇ ଆଗଲପୁର ବ୍ଲକ ସମ୍ପାଦକ ଅଶ୍ୱିନୀ ରାୟ ତୁରେକେଲା ବ୍ଲକ ସମ୍ପାଦକ ନରୋତ୍ତମ ମାଝୀ ସଇଁତଲା ବ୍ଲକ ସଂଯୋଜିକା ପ୍ରମିଳା ଭୋଇ ଜିଲ୍ଲାପରିଷଦ ଉପ ସଭାପତି ମିଥିଲା ମାଝୀ ପାଟଣାଗଡ଼ ଏନ୍ ଏ ସି ସଭାପତି ଚନ୍ଦ୍ର ମଣି ଶବର ବିନୋଦ ବିହାରୀ ମଲ୍ଲିକ ରଘୁ ବୀର ସିଂ ବରିହା ଯୋଗଦେଇ ବିଶ୍ୱ ଆଦିବାସୀ ଦିବସର ଲକ୍ଷ ଉଦ୍ଦେଶ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ ।

ସଭାରେ କେନ୍ଦ୍ର ସରକାରଙ୍କ ୟୁ.ସି.ସି ( ସମାନ ନାଗରିକ ସଂହିତା ଆଇନ ) ବିଲକୁ ଦୃଢ଼ ବିରୋଧ କରାଯାଇଥିଲା । ଏହି ଆଇନ କାର୍ଯ୍ୟକାରୀ ହେଲେ ଆଦିବାସୀ ମାନଙ୍କ ଭବିଷ୍ୟତ ଅନ୍ଧାର ହେବା ସହ ସାମ୍ବିଧାନିକ ଅଧିକାର ରୁ ବଞ୍ଚିତ ହେବେ । ମଣିପୁର ରେ ଆଦିବାସୀ ମହିଳା ପ୍ରତି ଯେଉଁଭଳି ଅନ୍ୟାୟ ଅତ୍ୟାଚାର ଗଣଦୁଷ୍କର୍ମ ହେଲା ସେଥିରେ ମଣିପୁର ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଚୁପ ଥିବାରୁ ବକ୍ତା ମାନେ ବିଜେପି ସରକାର ଉପରେ ଜୋର ବର୍ଷିଥିଲେ । ୧୯୯୪ ମସିହାରେ ଜାତିସଂଘ ଆଦିବାସୀ ମାନଙ୍କ ଐତିହ୍ୟ, କଳା ସଂସ୍କୃତି, ନାଚ ଗୀତ, ବାଦ୍ୟ ଯନ୍ତ୍ର, ଦେବଦେବୀ ପୀଠ ସଂରଣକ୍ଷ ଓ ସୁରକ୍ଷା, ଭାଷା, ଭେଷ ଭୁଷା, ପରମ୍ପରା କୁ ଉଜ୍ଜୀବିତ କରିବା ପାଇଁ ସ୍ୱୀକୃତି ପ୍ରଦାନ କରିଥିଲେ ।

 

ସେହି ଦିନ ଠାରୁ ସାରା ବିଶ୍ୱରେ ଅନ୍ତର୍ଜାତୀୟ ବିଶ୍ୱ ଆଦିବାସୀ ଦିବସ ପାଳନ ହୋଇ ଆସୁଛି । ଆଜିର ସମାରୋହରେ ଅନ୍ୟ ମାନଙ୍କ ମଧ୍ୟରେ ମିତ୍ର ଭାନୁ ଭୁଏ, ଗୌରାଙ୍ଗ ବରିହା, ଧବଳେଶ୍ବର ଭୋଇ, ଜଳ ଧରୁଆ, ଚୂଡ଼ାମଣି ଧରୁଆ, ହୃଷୀକେଶ ଭୋଇ, ଚୂଡ଼ାମଣି ଧରୁଆ (ଖ),ପିଣ୍ଟୁ ବୁଡେକ, ଲେକ୍ରୁ ଧରୁଆ, ମନୋଜ ଲୁହା, ଘନ ଭୁଏ, ଲଳିତ ମଲ୍ଲିକ, ଚନ୍ଦ୍ର ବାଗ ,ମଦନ ମାଝୀ ,ରାମ ବରିହା,ସଞ୍ଜୀବ ମଲ୍ଲିକ ,ବଲରମ ବରିହା ପ୍ରମୁଖ ସହଯୋଗ କରିଥିଲେ । ସଭାକୁ ଯୁଗ୍ମ ସମ୍ପାଦକ ଗିରିରାଜ ଭୋଇ ସଂଚାଳନ କରିଥିବା ବେଳେ ଲେକ୍ରୁ ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ । ଆଦିବାସୀ ଦିବସରେ ହଜାର ହଜାର ସଂଖ୍ୟାରେ ଆଦିବାସୀ ପୁରୁଷ ମହିଳା ଯୋଗଦେଇଥିଲେ ।

Exit mobile version