ହିନ୍ଦୁ ବିରୋଧୀ ଅପପ୍ରଚାରର ପ୍ରତିବାଦ

୮ ଅଗଷ୍ଟ ୨୦୨୩ ( ଓଡ଼ିଶା ତାଜାନ୍ୟୁଜ୍ ) ଆର,ଉଦୟଗିରି :-> ରାଷ୍ଟୀୟ ଏକତା ସୁରକ୍ଷା ମଞ୍ଚ ପକ୍ଷରୁ ଆଜି ଆର,ଉଦୟଗିରି ଶିବମନ୍ଦିର କଲ୍ୟାଣମଣ୍ଡପ ଠାରେ ଏକ ସମାବେଶ ଅନୁଷ୍ଠିତ ହୋଇଥିଲା । ଏଥିରେ ସୁଦର୍ଶନ ମଣ୍ଡଳ, ଗୌରାଙ୍ଗ ରଇତ, ମନୋଜ କୁମାର ରଜନୀକାନ୍ତ ରଇତ, ନାରାୟଣ ରଇତ, ଅଶୋକ ରଣଜିତ, ବାପୁନା ସୁଆର ପ୍ରମୁଖ ଉପସ୍ଥିତ ଥିଲେ । ପରେ ଏକ ଶୋଭାଯାତ୍ରରେ ବାହାରି ତହସିଲଦାର କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶାନ୍ତିପୂଣ୍ଣ ଭାବେ ଯାଇଥିଲେ ।

ସେଠାରେ ତହସିଲଦାର,ଯ୍ୟାତିମୟ ଦାସ, ବିଡିଓ ଲରିମନ ଖର୍ସେଲ ଓ ଥାନା ଅଧିକାରୀଙ୍କୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ସେହିଭଳି , ଏକ କାର୍ଯ୍ୟକ୍ରମ ରାମଗିରି କୁରେଇଶୁଣୀ ମନ୍ଦିର ପରିସରରେ ମଧ୍ୟ ଅନୁଷ୍ଠିତ ହୋଇଥିଲା

Exit mobile version