କଟକସଦର ଥାନା ଶାମପୁରରେ ଅଘଟଣ, ସାଙ୍ଗ ଗୁଳୀରେ ସାଙ୍ଗର ମୃତ୍ୟୁ

 ୮ ଅଗଷ୍ଟ ୨୦୨୩ ( ଓଡ଼ିଶା ତାଜାନ୍ୟୁଜ୍ ) କଟକ :-> କଟକସଦର ଥାନା ଗୋପାଳପୁର ନିକଟସ୍ଥ ଶାମପୁର ଗ୍ରାମରେ , ଆଜି ଅପରାହ୍ନରେ ଘଟିଛି ଏକ ଅଘଟଣ । ସାଙ୍ଗର ଗୁଳିମାଡରେ ଅନ୍ୟଜଣେ ସାଙ୍ଗର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ମୃତ ସାଙ୍ଗର ନାମ ବାପି ଆଲିଆସ ଚିନ୍ତାମଣି ସାହୁ (୩୫) ବର୍ଷ । ତାଙ୍କ ନିଜ ଘର ବାଙ୍କୀ ପଥୁରିଆପଡ଼ଆ ଗ୍ରାମରେ ବୋଲି ପୋଲିସ ସୂତ୍ରରୁ ପ୍ରକାଶ । ବାପି କଟକ ସଦରଥାନା ଗୋପାଳପୁର ନିକଟସ୍ଥ ଶାମପୁରରେ ଗ୍ରାମରେ ଭଡାରେ ରହି ରାଜମିସ୍ତ୍ରୀ କାମ କରୁଥିଲା ।

ଜଗନ ଏବଂ ସମ୍ଭୁଆ ଏକ ବାଇକରେ ଆସି ବାପି ଓରଫ ଚିନ୍ତାମଣି ରହୁଥିବା ଭଡ଼ା ଘର , ଶାମପୁରରେ ପହଞ୍ଚି ପଦାରେ ଠିଆ ହୋଇ ଡାକିଥିଲେ । ବାପି ଘରୁ ପଦାକୁ ଆସିବାରୁ ଆଗରୁ ପ୍ରସ୍ତୁତ ରହିଥିବା ଜଗନ ଏବଂ ସମ୍ଭୁଆ ତା ଉପରକୁ ଗୁଳି ଚଳାଇଥିଲେ । ଗୁଳି ବାପିର ମୁଣ୍ଡରେ ବାଜିବାରୁ ସେହିଠାରେ ରକ୍ତାକ୍ତ ଅବସ୍ଥାରେ ପଡ଼ି ଯାଇଥିଲା ।

ଏହା ଦେଖି ଗୁଳି ଚଳାଇଥିବା ଦୁଇ ଜଣ ବାଇକ୍ ନେଇ ସେଠାରୁ ଫେରାର ହୋଇଯାଇଥିଲେ । ଏହି ଘଟଣାର ଖବର ପାଇ କଟକ ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ବାପିର ଶରୀରକୁ ବ୍ୟବଛେଦ ପାଇଁ କଟକ ଏସିବିକୁ ପଠାଇଥିଲା । ଗୁଳି କାଣ୍ଡର ପ୍ରକୃତ ଘଟଣା ଜଣାଡି ନାହିଁ । ଏନେଇ ସଦର ପୋଲିସ ଘଟଣାର ତଦନ୍ତ ଚଳାଇଛି ।

Exit mobile version