ବାଲିଗୁଡାର ଟ୍ରେଜେରି କଲୋନୀ ରାସ୍ତା ଅବସ୍ଥା ଶୋଚନୀୟ

 ୮ ଅଗଷ୍ଟ ୨୦୨୩ ( ଓଡ଼ିଶା ତାଜାନ୍ୟୁଜ୍ ) କନ୍ଧମାଳ :-> କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନଏସି ୧୨ ନଂ.ୱାର୍ଡ଼ରେ ଅବସ୍ଥିତ ଟ୍ରେଜେରି କଲୋନୀ । ଏହି କଲୋନୀ ବାଲିଗୁଡା ଅଞ୍ଚଳର ସର୍ବ ପୁରାତନ କଲୋନୀ ଭାବେ ପରିଚିତ l ଉକ୍ତ ରାସ୍ତା ବର୍ତ୍ତମାନ ସମ୍ପୂର୍ଣ୍ଣ ଖାଲ ଖମାରେ ଭରି ହୋଇ ରହିଛି । ଫଳରେ ଯାତାୟତ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି । ମୁଖ୍ୟତଃ ଏହି ରାସ୍ତା ଦେଇ ଆର.ଆଇ. କାର୍ଯ୍ୟାଳୟ, ଟ୍ରେଜେରି କାର୍ଯ୍ୟାଳୟ, ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ଭଳି ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ସରକାରୀ ଓ ବେସରକାରୀ କ୍ଵାଟର ରହିଥିଲେ ମଧ୍ୟ ପ୍ରଶାସନର ଏହି ରାସ୍ତା ପ୍ରତି ଦୃଷ୍ଟି ପଡୁନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।

ଏହି ରାସ୍ତା ଦେଇ ୧୨ ଓ ୧୩ ନଂ. ୱାର୍ଡ଼ ର ସମସ୍ତ ଜନସାଧାରଣ ଓ ବିଶେଷ କରି ରାସନ କାର୍ଡ ହିତାଧିକାରୀ ମାନେ ଥାନା ସମ୍ମୁଖରେ ଥିବା ଲ୍ୟାମ୍ପ କୁ ପ୍ରତ୍ୟେକ ମାସରେ ଏକ ଟଙ୍କିଆ ଚାଉଳ ଆଣିବା ସମୟରେ ଝୁଣ୍ଟି ପଡ଼ି ଆହତ ହେଉଥିବାର ବହୁ ନଜିର ରହିଛି ।ଏଣୁ ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଉକ୍ତ ରାସ୍ତା ମରାମତି କରିବା ନିମନ୍ତେ ଅଞ୍ଚଳବାସୀ ଦାବି କରିଛନ୍ତି । ଏ ସମ୍ପର୍କ ରେ ଏନଏସି ଜେ.ଇ. କେଦାର ନାଥ ଚୌଧୁରୀ ଙ୍କୁ ପଚାରିବାରୁ ସେ କହିଲେ ଯେ, ତାହା ଆମ ନଜରକୁ ଆସିଛି, ସର୍ଭେ କରାଯାଇଛି, ଏଣୁ ଉକ୍ତ ରାସ୍ତା ଖୁବ ଶିଘ୍ର ମରାମତି କରାଯିବ l

Exit mobile version