୨୫ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କଲେ ଦଶପଲ୍ଲା ବିଧାୟକ

୭ ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜାନ୍ୟୁଜ୍ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଥିବା ସଦ ଭାବନ ଗୃହ ଠାରେ ପ୍ରାଣୀ ପାଳନ ବିକାଶ ବିଭାଗ ରାଜ୍ୟ ଯୋଜନା ୨୦୨୩-୨୪ ଆର୍ଥିକ ବର୍ଷର ବିଭିନ୍ନ ଯୋଜନାରେ ୨୫ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ୨୫ ଜଣ ହିତାଧିକାରୀ ଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମିପ୍ରିୟା ବେହେରା, ବି ଭିଓ ସୁଭlସିଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।ସୂଚନା ଅନୁଯାୟୀ କୋରଡ ,

ସୋରଡା ,ଢେକେଣା ବାହାଡଝୋଲl ମାଈଛେଳି ,ପlରାଢିପି ,ସିକ୍ରୀଡା,ମlଳିସାହି ,ମହିପୁର ପଂଚାୟତର ୨୫ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରଯାଇଥିଲା । ୫ ଜଣ ହିରଧିକାରୀଙ୍କୁ ୫୦୦ ବ୍ରୟଲର ଫାର୍ମିଙ୍ଗ ଓ ୧୦+୧ ରେ ୪ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା । 

Exit mobile version