ସବୁଜ ସଚେତନତା ପଦଯାତ୍ରା ୫ ମ ଦିନରେ ପହଁଚିଲା : ନୟାଗଡ

୨୦୦୦ରୁ ଉର୍ଦ୍ଧ ଚାରା (ଡାଳିମ୍ବ, ଅଁଳା, ପିଜୁଳି, ବେଲ, ପିସ୍ତବାଦାମ, ଶାଗୁଆନ) ବଣ୍ଟନ

୭ ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜାନ୍ୟୁଜ୍ ) ନୟାଗଡ :-> ଓଡ଼ଗାଁ ବ୍ଲକ ଭାଡ଼ିକିଳା ପଞ୍ଚାୟତର ବିଭିନ୍ନ ଗ୍ରାମରେ ଚାରାବଣ୍ଟନ ଏବଂ ଜନ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଫାଉଣ୍ଡେସନର ଅଧ୍ୟକ୍ଷ ମନୋଜ କୁମାର ସାହୁଙ୍କ ପୌରହିତରେ ୨୦୦୦ରୁ ଉର୍ଦ୍ଧ ଚାରା (ଡାଳିମ୍ବ, ଅଁଳା, ପିଜୁଳି, ବେଲ, ପିସ୍ତବାଦାମ, ଶାଗୁଆନ) ବଣ୍ଟନ କରାଯାଇଥିଲା ।

ଗ୍ରାମର ଶିବ ମନ୍ଦିର ବେଢ଼ାରେ ବୃକ୍ଷରୋପଣ କରାଯାଇଥିଲା। ମୁଖ୍ଅତିଥି ପ୍ରମୟ ସାମ୍ବାଦିକ ଶ୍ରୀ ଫକୀର ମହାରଣା ଚାରା ବଣ୍ଟନ କାର୍ଯ୍ୟ ଆରମ୍ଭ କରିଥିଲେ। ବ୍ୟଙ୍ଗସାହିତ୍ୟିକ ରବୀନ୍ଦ୍ର ରାଉତ, ସମାଜ ସେବୀ ବସନ୍ତ କୁମାର କର, ଲିଗରଜ ନାୟକ, ନିରଂଜନ ରାଉତ, ଫକୀର ମୋହନ ସାହୁ ପବିତ୍ର ଇନ୍ଦ୍ରଜିତ,

ବିମଳ ଦାସ, ପ୍ରସାନ୍ତ ପୃଷ୍ଟି, ଲିଙ୍କନ ସାହୁ, ପ୍ରଦ୍ୟୁମ୍ନ ସାହୁ, ନବକିଶୋର ସାଥୁଆ, ଜଗନ୍ନାଥ ପ୍ରଧାନ ଙ୍କ ସହଯୋଗରେ ଚାରା ବଣ୍ଟନ କର୍ଯ୍ୟହୋଇଥିଲ । ରବୀନ୍ଦ୍ର ରାଉତ ଓ ପବିତ୍ର ଇନ୍ଦ୍ରଜିତ ଲୋକମାନଙ୍କୁ ଗଛର ଉପକାରିତା ବିଷୟରେ ସଚେତନ କରାଇଥିଲେ ।ଏଥିପାଇଁ ବଂଶୀଧର ଫାଉଣ୍ଡେସନ ପ୍ରତି ପ୍ରଂଶସା ପ୍ରକାଶ ପାଇଛି |

Exit mobile version