କେ.ଏମ. ଭାଲିଆସାହି ସରକାରୀ ଉଚ୍ଚ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

୭ ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜାନ୍ୟୁଜ୍ ) ଆର,ଉଦୟଗିରି :-  କେ. ଏମ. ଭାଲିଆସାହିଠାରେ ପୂର୍ବ ନିର୍ଦ୍ଧାରିତ ଚୁକ୍ତିନାମା ଅନୁଯାୟୀ ପ୍ରଥମ ଶ୍ରେଣୀଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ 274 ଜଣ ଛାତ୍ରଛାତ୍ରୀମାନଙ୍କୁ ବୀଣାପାଣି ସ୍ୱୟଂ ସହାୟିକା ଗୋଷ୍ଠୀ, ରା.ଉଦୟଗିରିଙ୍କ ଦ୍ୱାରା ବିଦ୍ୟାଳୟ ପୋଷାକ, ଜୋତା, ଟୋପି ଓ ପରିଚୟପତ୍ର ଆଦି ମହା ଆଡମ୍ବରରେ ପ୍ରଦାନ କରାଯିବା ସହ ବିଦ୍ୟାଳୟ ପରିବେଶର ପ୍ରାଙ୍ଗଣରେ ଆନନ୍ଦର ଲହରୀ ଖେଳିଯାଇଥିଲା l

ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟ/ସଭ୍ୟା, ଅଵାରସିଂ ଗ୍ରାମପଂଚାୟତର ସରପଞ୍ଚ ଶ୍ରୀମତୀ ଦ୍ରୌପଦୀ ଶବର, 11 ଏବଂ 12 ନମ୍ବର ଜୋନର ଜିଲ୍ଲା ପରିଷଦ ଯଥାକ୍ରମେ ଶ୍ରୀମତି ଯମୁନା ଦଳବେହେରା ଏବଂ ଶ୍ରୀଯୁକ୍ତ ଦଣ୍ଡପାଣି ବଡମୁଣ୍ଡି, ୱାର୍ଡ ସଭ୍ୟା ଶ୍ରୀମତୀ ଅନିତା ଦଳାଇ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ସାଧୁଚରଣ ଦଣ୍ଡସେନା ଏବଂ ବିଦ୍ୟାଳୟର ଶିକ୍ଷକଶିକ୍ଷୟତ୍ରୀ ମାନେ ଯୋଗଦାନ କରି ଏହି ସଭାକୁ ଆଗେଇ ନେଇଥିଲେ l

ଉକ୍ତ ଗ୍ରାମର ବିଶିଷ୍ଟ ଶିକ୍ଷାବିତ ଶ୍ରୀଯୁକ୍ତ ଆଦିକନ୍ଦ ବଣୁଆରାୟୀ, ମାନଗଣ୍ୟ ସମାଜସେବୀ ଶ୍ରୀଯୁକ୍ତ ବଳରାମ ଭୂୟାଁ ଏବଂ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ଉକ୍ତ କାର୍ଯ୍ୟକ୍ରମର ସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରା ପୋଷାକ ବିତରଣର ଉଦ୍ଦେଶ୍ୟ ଏବଂ ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ଜୀବନରେ ଏହାର ବଳିଷ୍ଠ ମହତ୍ୱ ଉପରେ ସମ୍ୟକ ଉପଦେଶ ଅତି ପ୍ରାଞ୍ଜଳ ଭାବେ ପ୍ରଦାନ କରିଥିଲେ l

ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକଶିକ୍ଷୟତ୍ରୀ ତଥା ଶ୍ରୀଯୁକ୍ତ ସନ୍ତୋଷ ନାଇକ, ଶ୍ରୀଯୁକ୍ତ ନୀଳକଣ୍ଠ ନାୟକ, ଶ୍ରୀମତୀ ମମତା ବେହେର୍ଦଳାଇ, ଶ୍ରୀମତୀ ବିରଜାମାଳିନୀ ନାୟକ,ଶ୍ରୀଯୁକ୍ତ ସଞ୍ଜୟ ଗୌଡ଼, ଶ୍ରୀମତୀ ରବିନା ଦାସ,ଶ୍ରୀଯୁକ୍ତ କେଦାରନାଥ କର, ଶ୍ରୀଯୁକ୍ତ ସୁଶାନ୍ତ ସାହୁ ଏବଂ ଶ୍ରୀମତୀ କବିତା ଭୂୟାଁଙ୍କ ସମେତ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ‘ମା’ ମାନେ ସହଯୋଗ କରିଥିଲେ l

Exit mobile version