ମାହାଙ୍ଗା ରେ ମୂଳପୋଛ ହେଉଛନ୍ତି ବିରୋଧୀ କର୍ମୀ

୬ ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜାନ୍ୟୁଜ୍ ) ମାହାଙ୍ଗା :-> ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମାହାଙ୍ଗା ନିର୍ବାଚନ ମଣ୍ଡଳୀ ବିଧାନସଭା କ୍ଷେତ୍ରରେ ରାଜନୈତିକ ଉଷ୍ମତା ସେତେ ବଢି ବଢି ଚାଲିଛି, ବିଧାନ ସଭା ନିର୍ବାଚନ ପୂର୍ବରୁ ଦଳଡିଆଁ ପର୍ବ ଜୋର ଧରିଛି, ଶାସକ ବିଜେଡ଼ି ଦଳର ବିଧାୟକ ଗୋଟି ଚାଳନା ଆଗରେ ହାର ମଣୁଛନ୍ତି ବିରୋଧୀ,

ଗୋଟିକ ପରେ ଗୋଟିଏ ବିରୋଧୀ ସରପଞ୍ଚ ସମିତିସଭ୍ୟ ବିଜେପି ଓ କଂଗ୍ରେସ ଦଳ ଛାଡି ବିଜେଡି ରେ ଯୋଗ ଡଦେବା ଫଳରେ ମାହାଙ୍ଗା ରେ ପ୍ରତାପ ଙ୍କ ନେତୃତ୍ୱରେ ଦଳୀୟ ସଂଗଠନ ଆହୁରି ମଜଭୁତ ସ୍ଥିତିରେ ପହଂଚିବା ସହ ମାହାଙ୍ଗା ବିଜେଡି ଗଡରେ ପରିଣତ ହୋଇଛି,

ଗତ ସପ୍ତାହ ରେ ପୋଡାମରାଇ ବିଜେପି ସମର୍ଥିତ ସରପଞ୍ଚ ଶତାଧିକ କର୍ମୀଙ୍କ ସହ ଶଙ୍ଖ ଭବନରେ ବିଜେଡ଼ିରେ ସାମିଲ ହୋଇଥିବା ବେଳେ ଆଜି ପୁନର୍ବାର ବିଧାୟକ ପ୍ରତାପ ଜେନାଙ୍କ ଅଳିଜୋଡା ବାସଭବନରେ ଆୟୋଜିତ ମିଶ୍ରଣ ପର୍ବରେ କଂଗ୍ରେସ ସମର୍ଥିତ ସମିତି ସଭ୍ୟାଙ୍କ ସହ ପଚାଷରୁ

ଅଧିକ ବଜେପି ଓ କଂଗ୍ରେସ କର୍ମୀ ମୁଖ୍ୟମନ୍ତ୍ରୀଙ୍କ ସ୍ଵଛ ଶାସନ ଓ ପ୍ରତାପ ଜେନାଙ୍କ ଦୃଢ଼ ସଂଗଠନ ବିକାଶ ମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡି ଦଳରେ ସାମିଲ ହୋଇଛନ୍ତି, କ୍ରମାଗତ ଭାବେ ବିରୋଧୀ ନେତା ଓ କର୍ମୀ ମାନେ ବିଜେଡି ରେ ମିଶୁଥିବାରୁ ମାହାଙ୍ଗା ରେ ବିରୋଧୀ କର୍ମୀ ମୂଳପୋଛ ହେବାରେ ଲାଗିଲେଣି ,

ଯାହାକୁ ନେଇ ବିରୋଧୀ ନେତାଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି ବିଧାୟକ ପ୍ରତାପ ଜେନା, ମାହାଙ୍ଗା ରେ ପ୍ରତାପ ଙ୍କ ଶାସନ କାଳରେ ଅଦ୍ଭୂତପୂର୍ବ ବିକାଶ ଧାରା ବିରୋଧୀ କର୍ମୀଙ୍କୁ ଆକର୍ଷଣ କରିବା ମୁଖ୍ୟ କାରଣ ହୋଇଥିବା ରାଜନୈତିକ ବିଶେଷଜ୍ଞ ମାନେ ଆଲୋଚନା କରୁଛନ୍ତି,

Exit mobile version