ମୋବାଇଲ ଲୁଟେରା ଗିରଫ : ମୋବାଇଲ ଜବତ

୬ ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜାନ୍ୟୁଜ୍ ) ବାଲୁଗାଁ  :- > ଯାତ୍ରୀବାହୀ ବସ ଦ୍ୱାରା ଏକ ମୋବାଇଲ ପ୍ୟାକେଟରୁ ମୋବାଇଲ ଚୋରିକରି ଲୁଚି ରହିଥିବା ଚୋରକୁ ବାଲୁଗାଁ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଚୋର ଠାରୁ ଚୋରି ମୋବାଇଲ ଜବତ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଗତ ମାର୍ଚ୍ଚ ମାସ ୪ତାରିଖ ଦିନ ଭୁବନେଶ୍ୱର ଵରମୁଣ୍ଡା ବସ ଷ୍ଟାଣ୍ଡରେ ଚିଲିକା ରାଣୀ ଯାତ୍ରୀବାହି ବସରେ ବାଲୁଗାଁ ବଜାର ସ୍ଥିତ ଗଣେଶ ମୋବାଇଲ ଦୋକାନର ୨୦ଟି ଆଇଏମଇଆଇ ୫ଜି କମ୍ପାନୀର ମୋବାଇଲ ଗୋଟିଏ ପ୍ୟାକେଟରେ କମ୍ପାନୀର କର୍ମଚାରୀ ପଠାଇଥିଲେ ।

ସେହି ପ୍ୟାକେଟରୁ କେହିଜଣେ ୪ଟି ମୋବାଇଲ କୌଶଳ କ୍ରମେ ଲୁଟକରି ଚାଲିଯାଇଥିଲା । ଘଟଣା ସମ୍ପର୍କରେ ସେହି ଦିନ ଗଣେଶ ମୋବାଇଲ ଦୋକାନର ମାଲିକ ଜିତେନ୍ଦ୍ର ଦାସ ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବାଲୁଗାଁ ଥାନା ପୁଲିସ କେଶ ନମ୍ବର ୫୯/୨୦୨୩ରେ ମାମଲା ରୁଜୁ କରାଯାଇ ତଦନ୍ତ ଅବ୍ୟାହତ ରହିଥିବା ବେଳେ ଚୋର ଏହି ୪ଟା ମୋବାଇଲ ବ୍ୟବହାର କରୁଥିଲା । ମୋବାଇଲର ଆଇଏମଇଆଇ ନମ୍ବରକୁ ଟ୍ରାକ କରି ଭୁବନେଶ୍ୱର ୟୁନିଟ ୮ ଓସିସି ବସ୍ତିର ହରିବନ୍ଧୁ ବଳିୟାରସିଂଙ୍କୁ ଗିରଫ କରି ତା ନିକଟରୁ ୪ଟି ମୋବାଇଲ ଜବତ କରିଥିଲେ । ଚୋର ହରିବନ୍ଧୁକୁ ଡାକ୍ତର ମାଇନା ପରେ ପୁଲିସ କୋର୍ଟ ଚାଲାଣ କରିଥିବା ଆଇଆଇସି ଜୟ ପ୍ରକାଶ ପରିଡା କହିଛନ୍ତି ।

Exit mobile version