
୬ ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜାନ୍ୟୁଜ୍ ) ଭୁବନେଶ୍ୱର :-> ଆଗକୁ ଆସୁଛି ସାଧାରଣ ନିର୍ବାଚନ । ନିର୍ବାଚନକୁ ଆଖି ଆଗରେ ରଖି ଏକାମ୍ର ବିଜେପି ତାର ସଂଗଠନକୁ ସୁଦୃଢ କରିବା ପାଇଁ ପ୍ରତି ୱାର୍ଡ଼ ଓ ପଞ୍ଚାୟତ ରେ ବିଭିନ୍ନ କାର୍ଯ୍ୟକ୍ରମ ସହିତ ଜନ ସମ୍ପର୍କ ପଦଯାତ୍ରା କରୁଛି । କେନ୍ଦ୍ରରେ ମୋଦି ସରକାରଙ୍କ ୯ବର୍ଷ ପୂର୍ତ୍ତି ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଏକାମ୍ର ବିଜେପି ତାର ପ୍ରୟାସ ଜାରି ରଖିଛି ।
ଏହି ଅବସରରେ ଏକାମ୍ର ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ବିରାଟ କର୍ମୀ ସମ୍ମିଳନୀ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଥିଲା । ଏକାମ୍ର ନିର୍ବାଚନ ମଣ୍ଡଳୀ ଜାଗମରା ମେଲଣ ପଡିଆ ଠାରେ ବିଶାଳ କର୍ମୀ ସମ୍ମିଳନୀ ହୋଇଛି । ଭୂବନେଶ୍ୱର ସାସଂଦ ଅପରାଜିତା ଷଡ଼ଙ୍ଗୀ ଓ ବିଜେପି ଜିଲ୍ଲା ସଭାପତି ବାବୁ ସିଂ ଙ୍କୁ କର୍ମୀମାନେ ସ୍ୱାଗତ କରିବା ପରେ ଜାଗମରା ତଳ ସାହି ଠାରୁ ପଦଯାତ୍ରାରେ ଏକ ବିରାଟ ପଟୁଆରରେ ଆସି ସଭା ସ୍ଥଳରେ ପହଞ୍ଚିଥିଲେ ।
