Home ଅପରାଧ ଘରେ କଲେଜ ଯାଉଛି କହି ଆସି ଭୁବନେଶ୍ବର ହୋଟେଲ ଦିପାଳୀ ବାରରେ : ରହସ୍ୟ ଘେରରେ ଦିପାଳୀ ବାର୍ ଗାର୍ଲ ଶୁଭଲକ୍ଷ୍ମୀଙ୍କ ଆତ୍ମହତ୍ୟା …? by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୬ ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜାନ୍ୟୁଜ୍ ) ଭୁବନେଶ୍ବର :- ଗତକାଲି ଅପରାହ୍ନ ୨ ରୁ ୩ ଘଟିକା ସମୟରେ ଭୁବନେଶ୍ବର କଳ୍ପନା ଛକସ୍ଥିତ ଦିପାଳୀ ବାର୍ ଏଣ୍ଡ ହୋଟେଲର ୨୦୫ ନମ୍ବର କୋଠରୀରେ ଶୁଭଲକ୍ଷ୍ମୀ ସାହୁ (୧୮) ନାମକ ଏକ ଝିଅ ଫଖାରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିଲେ । ବାର୍ ଗାର୍ଲ ଶୁଭଲକ୍ଷ୍ମୀଙ୍କ ଆତ୍ମହତ୍ୟା ଖବର ପାଇ ବାର୍ ମାଲିକ ଭାଷ୍କର ପଟ୍ଟନାୟକ ପୋଲିସ୍ କୁ ନଜଣାଇ କୋଠରୀର କବାଟକୁ ଭାଙ୍ଗି ଦେବାପରେ ପୋଲିସ୍ କୁ ଅବଗତ କରାଇଥିଲେ । ଭାଷ୍କରଙ୍କ କହିବା କଥା ଝିଅଟି ଚାକିରି ଅନ୍ୱେଷଣରେ ଆସି କୋଠରୀରେ ରହିଥିଲା,କିନ୍ତୁ ରାଜଲକ୍ଷ୍ମୀ ୧୫ ଦିନ ପୂର୍ବରୁ ଉକ୍ତ ଦିପାଳୀ ବାରରେ କାର୍ଯ୍ୟ କରିଆସୁଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ ମାନେ ଟୁପୁରୁ ଟାପର ହେଉଛନ୍ତି । ମୃତ ରାଜଲକ୍ଷ୍ମୀ ପୂର୍ବରୁ ଶେଲଫିକ୍ ବାର୍ ଏବଂ ତା ପୂର୍ବରୁ ପ୍ରିନ୍ସି ବାର୍ ରେ ବାର୍ ଗାର୍ଲ ଭାବରେ କାର୍ଯ୍ୟ କରୁଥିଲେ । ରାଜଲକ୍ଷ୍ମୀଙ୍କର ଦୁଇଜଣ ପୁରୁଷ ବଂଧୁ ଥିଲେ, ଜଣକର ନାମ ସଞୟ ବୋଲି ଖବର ମିଳୁଛି ଅନ୍ୟର ନାମ ଜଣାନାହିଁ । ରାଜଲକ୍ଷ୍ମୀଙ୍କର ବୟସ ୧୮ ବର୍ଷରୁ କମ୍ ବୋଲି ମଧ୍ୟ ଆଲୋଚନା ହେଉଛି, ରାଜଲକ୍ଷ୍ମୀଙ୍କର ଆତ୍ମହତ୍ୟା ଖବର ପାଇ ବାର୍ ମାଲିକ ଭାଷ୍କର ପଟ୍ଟନାୟକ ଅନ୍ୟ କୋଠରୀରେ ଥିବା ବାର୍ ଗାର୍ଲ ମାନଙ୍କୁ ଅନ୍ୟତ୍ର ପଠାଇ ଦେଇଥିଲେ । ଗତ ୩ ଦିନ ପୂର୍ବରୁ ମାଲିକ ଭାଷ୍କର ଜଣେ ରକ୍ଷିତା ବାର୍ ଗାର୍ଲ ଅସ୍ମିତା କୁ ରାତ୍ରି ପ୍ରାୟ ୨ ଘଟିକା ସମୟରେ ନିସ୍ତୁକ ମାଡ଼ ମାରିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ହସ୍ତଗତ ହୋଇଛି । ଲକ୍ଷ୍ମୀସାଗର ପୋଲିସ୍ କିମ୍ବା କ୍ରାଇମବ୍ରାଞ୍ଚ ଅଧିକାରୀ ମାନେ ତନ୍ନ ତନ୍ନ କରି ତଦନ୍ତ କରାଇଲେ ଦିପାଳୀ ବାର୍ ର ବହୁ ରହସ୍ୟ ପର୍ଦ୍ଦାଫାସ୍ ହୋଇପାରିବ । Categories: ଅପରାଧ, ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026