ବିଶ୍ଵ ମାତୃ ସ୍ତନ୍ୟପାନ ସପ୍ତାହ ପାଳନ

୫ ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ବଲାଙ୍ଗିର :-> ପାଟଣାଗଡ଼ ବଲାଙ୍ଗିର ଜିଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ମଣ୍ଡଳ ସେକ୍ଟର ର ମଣ୍ଡଳ ଅଙ୍ଗନବାଡି କେନ୍ଦ୍ର ଠାରେ ବିଶ୍ଵ ସ୍ତନ୍ୟପାନ ଦିବସ ପାଳିତ ହୋଇଯାଇଛି। ଉକ୍ତ ସ୍ତନ୍ୟପାନ ଦିବସ ଅବସରରେ ମୁଖ୍ୟ ଅତିଥିଭାବେ ବେଲପଡ଼ା ଶିଶୁବିକାଶ ପ୍ରକଲ୍ପ ସୁପର ଭାଇଜ ପଙ୍କଜିନି ମିଶ୍ର ଯୋଗ ଦେଇଥିଲେ।

ଶିଶୁ ଜନ୍ମ ର ପ୍ରଥମ ଛ ମାସ ମା କ୍ଷୀର ସ୍ତନ୍ୟପାନ କରାଇବା ଓ ଛଅ ମାସ ପରେ ଶିଶୁ କୁ ତରଳ ଖାଦ୍ୟ ଖୁଆଇବା ସେ ସମ୍ପର୍କରେ ଗର୍ଭବତୀ ମା ଓ ପ୍ରସ୍ତୁତି ମା ମାନଙ୍କୁ ବିସ୍ତୃତ ଭବରେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମଣ୍ଡଳ ସେକ୍ଟର ସମସ୍ତ୍ ଅଙ୍ଗନବାଡି କର୍ମୀ, ଆଶା କର୍ମୀ ଅଙ୍ଗନବାଡି, ରୋଷେୟା ଓ ଗର୍ଭବତୀ ପ୍ରସ୍ତୁତି ମା ସ୍ଵଂୟ ସହାୟକ ଦଳ ର ମାନେ ଅଂଶଗ୍ରହଣ କରିଥିଲେ ।

Exit mobile version