ନବୀନ ସରକାରଙ୍କୁ ପ୍ରଶଂସା କରିଛନ୍ତି : ଅମିତ ଶାହ

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଏବଂ ମାଓ ଦମନକୁ ନେଇ ଓଡ଼ିଶାକୁ ପ୍ରଶଂସା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଲୋକସେବା ଭବନରେ ଏକାଠି ହୋଇଛନ୍ତି : ଶାହା-ନବୀନ ।

କେନ୍ଦ୍ର ଗୃହ ଭରଚୁଆଲ ମାଧ୍ୟମରେ ସୁକିନ୍ଦା-କମାକ୍ଷାନଗର ଓ ଚଣ୍ଡିଖୋଲ-ଭଦ୍ରକ ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।

ଓଡ଼ିଶାକୁ ପ୍ରଶଂସା କଲେ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

୫ ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-  ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଅମିତ ଶାହା । ଗତକାଲି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିିଲେ ଅମିତ ଶାହା । ଏୟାରପୋର୍ଟରେ ପାରମ୍ପରିକ ଉପାୟରେ ସ୍ୱାଗତ ଜଣାଇଥିଲେ । ଲୋକସେବା ଭବନରେ ଏକାଠି ହୋଇଛନ୍ତି ଶାହା-ନବୀନ । ନକ୍ସଲ ଦମନ ଓ ବିପର୍ଯ୍ୟୟ ପରିଚାଳନା ସ୍ଥିତିର ମଧ୍ୟ ସମୀକ୍ଷା କରିଛନ୍ତି । ଆଜି କେନ୍ଦ୍ର ଗୃହ ଭରଚୁଆଲ ମାଧ୍ୟମରେ ସୁକିନ୍ଦା-କମାକ୍ଷାନଗର ଓ ଚଣ୍ଡିଖୋଲ-ଭଦ୍ରକ ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।

ଏହାସହ ଲୋକସେବା ଭବନରେ ମାଓ ଉପଦ୍ରବକୁ ମୂଳପୋଛ ପାଇଁ ନିଆଯାଉଥିବା ପଦକ୍ଷେପ ଓ ପ୍ରାକୃତିକ ବିପର‌ର୍ଯ୍ୟ ମୁକାବିଲା ସମୀକ୍ଷା ବୈଠକରେ ମଧ୍ୟ ଅମିତ ଶାହ ଯୋଗ ଦେବାର କାରର୍ଯ୍ୟକ୍ରମ ରହିଛି । ପରେ ପରେ ଦଳୀୟ କାର୍ଯ୍ୟକ୍ରମରେ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ଶାହ । ରାଜ୍ୟ ପଦାଧିକାରୀ ଏବଂ କୋର କମିଟିର ବୈଠକ ନେବେ ଶାହ । ତୃଣମୂଳ ସ୍ତରରେ ସଙ୍ଗଠନ ମଜଭୁତ, ମୋଦି ସରକାରଙ୍କ ୯ ବର୍ଷର ସଫଳ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବା ନେଇ ଶାହ ଗୁରୁମନ୍ତ୍ର ଦେବେ ।

ଶାହଙ୍କ ଓଡ଼ିଶା ଗସ୍ତକୁ ନେଇ ବିଜେପି ଶିବିରରେ ଦେଖିବାକୁ ମିଳିଛି ବେଶ ଉତ୍ସାହ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।ଲୋକସେବା ଭବନରେ ହୋଇଥିବା କାରର୍ଯ୍ୟକ୍ରମ ରେ ନବୀନ ସରକାରଙ୍କୁ ପ୍ରଶଂସା କରିଛନ୍ତି ଅମିତ ଶାହ । ନକ୍ସଲ ଦମନ ଓ ପ୍ରାକୃତିକ ବିପର‌୍ୟ୍ୟୟ ପରିଚାଳନା ପାଇଁ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେ କହିଛନ୍ତି ଯେ, ପୂର୍ବାଞ୍ଚଳର ବିକାଶ ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଆସୁଛନ୍ତି ।

୨୦୧୫ରୁ ୨୦୧୯ ମଧ୍ୟରେ ମାଓବାଦୀ ହିଂସା ୩୦ ପ୍ରତିଶତ ହ୍ରାସ ପାଇଛି । ନକ୍ସଲ ବିରୋଧୀ ଅଭିଯାନରେ ସଫଳତା ହ୍ରାସ ପାଇଁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଆହୁରି କହିଛନ୍ତି ବିପର‌ର୍ଯ୍ୟୟ ପରିଚାଳନାରେ ଓଡ଼ିଶା ରୋଲ ମଡେଲ ପାଲଟିଛି । ନୂତନ ପଦକ୍ଷେପ ଯୋଗୁଁ ଓଡ଼ିଶା ବିପର‌ର୍ଯ୍ୟୟକୁ ମୁକାବିଲା କରି ଧନଜୀବନ ସୁରକ୍ଷିତ କରିବାରେ ସଫଳ ହୋଇଛନ୍ତି ନବୀନ ସରକାର ।

 

 

Exit mobile version