ତାଳଗଡ଼ିଆ ହିଙ୍ଗୁଳା ଉ.ପ୍ରା ଓ ଆଶ୍ରମ ବିଦ୍ୟାଳୟରେ ପୁରାତନଛାତ୍ରୀ ସୁଚେତାଙ୍କୁ ସମ୍ବର୍ଦ୍ଧନା

୪ ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କୋରାଇ :-> କୋରାଇ ବ୍ଲକ ଅନ୍ତର୍ଗତ କାଚରାସାହି ପଂଚାୟତ ସ୍ଥିତ ତାଳଗଡ଼ିଆ ଗ୍ରାମର ହିଙ୍ଗୁଳା ଉ.ପ୍ରା ବିଦ୍ୟାଳୟ ଓ ଆଶ୍ରମ ବିଦ୍ୟାଳୟର ମିଳିତି ଆନୁକୁଲ୍ୟରେ ଓଏଏସ ପାଇଥିବା ପୁରାତନ ଛାତ୍ରୀ ସୁଶ୍ରୀ ସୁଚେତା ମିଶ୍ରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ହିଙ୍ଗୁଳା ଉ.ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତକୁମାର ମଲ୍ଲିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାକୁ ଅଧ୍ୟାପକ ମଳୟ କୁମାର ମଲ୍ଲିକ ସଂଚାଳନା କରିଥିଲେ । ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଂଜୟ କୁମାର ମଲ୍ଲିକ ସ୍ଵାଗତ ଭାଷଣ ଦେଇଥିଲା ବେଳେ ଶିକ୍ଷକ ସଚ୍ଚିତାନନ୍ଦ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ ।

ମୁଖ୍ୟଅତିଥିଭାବେ କୋରାଇ ଶିକ୍ଷାମଣ୍ଡଳ ଅଧିକାରୀ ସୁଦର୍ଶନ ମଲ୍ଲିକ ଯୋଗଦେଇଥିଲା ବେଳେ ସମ୍ମାନିତ ଅତିଥିଭାବେ ପ୍ରଫେସର ଗୋକୁଳାନନ୍ଦ ମଲ୍ଲିକ, ଜିଲାପରିଷଦ ସଭ୍ୟା ସସ୍ମିତ ତରାଇ, ସ୍ଥାନୀୟ ସରପଞ୍ଚ ଗୌରିଶଙ୍କର ମହାପାତ୍ର, ପୂର୍ବତନ ପ୍ରଧାନ ଶିକ୍ଷକ ମନମୋହନ ମହାପାତ୍ର, ବରୀ ବ୍ଲକ ଏବିଇଓ ଜଳଧର ଖଟୁଆ, ସିଆରସିସି ପ୍ରଫୁଲ୍ଲ କୁମାର ନାଥ, ୱାର୍ଡସଭ୍ୟ ଅମୂଲ୍ୟ କୁମାର ମଲ୍ଲିକ ପ୍ରମୁଖ ଯୋଗଦେଇ ପୁରାତନ ଛାତ୍ରୀ ସୁଚେତାଙ୍କ ପ୍ରଗାଢ ଉଦ୍ୟମ,

ଦୃଢ ମନୋଵଳ ଓ ନିଷ୍ଠାପର ଅଧ୍ୟାବସlୟ ଯୋଗୁ ଓଏଏସ ପାଇ ଗାଁ ମାଟି ତଥା ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ବୋଲି ଅଭିଭାଷଣରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସମିତିସଭ୍ୟ ଦୁର୍ଯ୍ୟୋଧନ ସେଠା, ବିଦ୍ୟାଳୟର ଚେୟାର ପର୍ସନ ସୁବାସଚନ୍ଦ୍ର ମିଶ୍ର, ଶିକ୍ଷାବିତ କୈଳାସଚନ୍ଦ୍ର ଖଟୁଆ, ଲମ୍ବୋଦର ନାୟକ, ଜଳଧର ଜେନା, ପ୍ରଫୁଲକୁମାର ରାଉତ, ସାରଦାପ୍ରସନ ସାହୁ, ବିଜୟ କୁମାର ମଲ୍ଲିକ, ହୃଷିକେଶ ଭଞ୍ଜ, କୁଳମଣି ବେହେରା, ସମବାୟବିତ ଗଣେଶଚନ୍ଦ୍ର ଖଟୁଆ, ଅକ୍ଷୟକୁମାର ପରିଡା,

ଦାମୋଦର ଜେନା, ଅମର କୁମାର ବିଶ୍ଵାଳ ପ୍ରମୁଖ ଗାଁର ମୁରବି, ଶିକ୍ଷାବିତ, ବୁଦ୍ଧଜୀବୀମାନେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ସେବାର ପ୍ରତୀକ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସକ ପ୍ରତିମୂର୍ତିରେ ପୁଷ୍ପାର୍ଘ୍ୟ ପ୍ରଦାନ କରାଯାଇଥିଲା ବେଳେ ଅତିଥିଙ୍କ ଦ୍ଵାରା ପୁଷ୍ପଗୁଚ୍ଛା, ଉତ୍ତରୀୟ ଓ ମାନପତ୍ର ଦେଇ ସୁଚେତାଙ୍କୁ ସମ୍ଵର୍ଦ୍ଧିତ କରାଯାଇଥିଲା ।

ସୁଚେତା ଗାଁ ଓ ବିଦ୍ୟାଳୟରୁ ପାଇଥିବା ଉତ୍ସର୍ଗୀକୃତ ସମ୍ବର୍ଦ୍ଧନା ଜୀବନରେ ସ୍ମରଣୀୟ ହୋଇ ରହିବ ବୋଲି କହିବା ସହ ମହିଳା, ବୟସ୍କ, ଗରିବ ତଥା ଅଂଚଳବାସୀଙ୍କର ସେବାକରିବା ତାଙ୍କର ମୂଳଲକ୍ଷ ହେବ ବୋଲି କହିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରା ଗୀତାଞ୍ଜଳି ସାହୁ, ଅନୁସୟା ବାରିକ, ତପସ୍ବିନୀ ମଲିକ, ଶିକ୍ଷକ ରବୀନ୍ଦ୍ର ସାମଲ, ଧନେଶ୍ଵର ମୁର୍ମୁ, ପାତାମ୍ବର ମଲ୍ଲିକ ପ୍ରମୁଖ ଦୁଇ ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଓ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ । ଶେଷର ଫୁଲଝର ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version