ଗଣତନ୍ତ୍ରର ବିଜୟ ହୋଇଛି : ଶରତ

ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଉତ୍ସବ ମୁଖର

୪ ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ଭାରତୀୟ ଜାତୀୟ କଂଗ୍ରେସର ପୂର୍ବତନ ସଭାପତି ମାନ୍ୟବର ରାହୁଲ ଗାନ୍ଧୀଙ୍କ ଉରେ ହୋଇଥିବା ମାନହାନୀ ମକଦ୍ଦମାର ଦଣ୍ଡାଦେଶ ଉପରେ ମାନ୍ୟବର ସ୍ରୁିମ୍‌କୋର୍ଟ ରହିତାଦେଶ ଦେଇଛନ୍ତି, ଯାହାଫଳରେ ମାନ୍ୟବର ରାହୁଲ ଗାନ୍ଧୀଙ୍କ ଲୋକସଭା ସାଂସଦ ପଦ କାଏମ୍ ରହିବା ସହ ସେ ପୁଣି ନିର୍ବାଚନ ଲଢ଼ିାରିବେ । ଏହି ଗୁରୁତ୍ୱୂର୍ଣ୍ଣ ରାୟ ଦ୍ୱାରା ଦେଶରେ ଗଣତନ୍ତ୍ରର ବିଜୟ ହୋଇଛି ବୋଲି ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ କହିଛନ୍ତି । ରାହୁଲ ଗାନ୍ଧୀଙ୍କର ଶାଣିତ ସ୍ୱରକୁ ଚାଇ ଦେବା ।ଇଁ ଯେଉଁ ଚକ୍ରାନ୍ତ ହୋଇଥିଲା ତାହାର ଅବସାନ ହୋଇଛି ।

ରାହୁଲ ଗାନ୍ଧୀ ସାଧାରଣ ଜନତାର ଦାବିକୁ ଉପସ୍ଥାନ କରୁଛନ୍ତି, ସରକାରର ଭ୍ରଷ୍ଟାଚାର, ଦୁର୍ନୀତି ଓ ଜନବିରୋଧି ନୀତିକୁ ଦୃଢ଼ ସ୍ୱରରେ ସଂସଦ ଭିତରେ ଓ ବାହାରେ ପ୍ରତିବାଦ କରୁଛନ୍ତି, ଯାହା ମୋଦୀ ସରକାରଙ୍କ ପାଇଁ ଅସହ୍ୟ ହୋଇପଡ଼ିଛି । ମାନ୍ୟବର ସ୍ରୁିମ୍‌କୋର୍ଟଙ୍କର ଏହି ନିଷ୍ପତି ସାରା ଦେଶର କଂଗ୍ରେସ କର୍ମୀ କେବଳ ଉତ୍ସାହିତ ହୋଇନାହାନ୍ତି ବରଂ କ୍ଷମତାସୀନ ଏନ୍‌.ଡ଼ି.ଏ ସରକାର ବିରୁଦ୍ଧରେ ସ୍ୱର ଉତୋଳନ କରିଆସୁଥିବା ବିଭିନ୍ନ ବିରୋଧିଦଳ, ସାମାଜିକ ଅନୁଷ୍ଠାନ, ବୁଦ୍ଧିଜୀବି, ଛାତ୍ର ଓ ଯୁବ ସମାଜକୁ ଆନନ୍ଦିତ କରିଛି ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ରାହୁଲ ଗାନ୍ଧୀଙ୍କ ମୁହଁ ବନ୍ଦ କରିବା ପାଇଁ ତାଙ୍କ ସଭ୍ୟଦ ରଦ୍ଦ କରାଯାଇଥିଲା, ତାଙ୍କୁ ତାଙ୍କ ସରକାରୀ ବାସଭବନରୁ ବହିଷ୍କୃତ କର।।ଇଥିଲା, ଏବଂ ତାଙ୍କୁ ଜେଲ୍ ଭିତରେ ରଖିବା ପାଇଁ ଷଡ଼ନ୍ତ୍ର କର।।ଉଥିଲା । ମାନ୍ୟବର ସୁପ୍ରିମ୍‌କୋର୍ଟ ଏହି ଷଡ଼ନ୍ତ୍ରକୁ ଣ୍ଡ କରିଛନ୍ତି । ମାନ୍ୟବର ରାହୁଲଗାନ୍ଧୀଙ୍କର ତଥା ଏ ଦେଶର କୋଟି କୋଟି ଜନତାଙ୍କର ନୈତିକ ବିଜୟ ହୋଇଛି । ରାହୁଲ ଗାନ୍ଧୀଙ୍କର ଐତିହାସିକ ଓ ମତ୍‌’ ସ୍ଲୋଗାନ ଆଜି ସମସ୍ତଙ୍କ କର୍ଣ୍ଣରେ ଗୁଞ୍ଜରିତ ହୋଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଉତ୍ସବ ମୁଖର

ମାନ୍ୟବର ସୁପ୍ରିମ୍‌କୋର୍ଟଙ୍କ ଏହି ରାୟ ପ୍ରକାଶିତ ହେବା ପରେ ଆଜି ଅପରାହ୍ନରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଉତ୍ସବ ମୁଖର ହୋଇପଡ଼ିଥିଲା । ବାଜା, ବାଣ ଓ ନୃତ୍ୟ ଆସର ହେବା ସହ ବିଷ୍ଠାନ୍ନ ବଂଟନ ହୋଇଥିଲା । କଂଗ୍ରେସ ନେତୃମଣ୍ଡଳୀ ଓ କର୍ମୀମାନେ ହାତରେ ହାତ ମିଶାଇ ନୃତ୍ୟ କରିବା ସହ ଏହି ଐତିହାସିକ୍ୟ ରାୟକୁ ସ୍ୱାଗତ କରିଥିଲେ । ଆଜିର ଏହି ର୍କ୍ୟାକ୍ରମରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ବିଜୟ ପଟ୍ଟନାୟକ, ପଂଚାନନ କାନୁନ୍‌ଗୋ, ଯଜେ୍ଞଶ୍ୱର ବାବୁ, କିଶୋର ଜେନା, ଜାନକୀ ବଲ୍ଲଭ ପଟ୍ଟନାୟକ,

ଦେବାଶିଷ ପଟ୍ଟନାୟକ,ବିଶ୍ୱଜିତ୍ ଦାସ, ମନୋରଞ୍ଜନ ଦାସ, ମାନସ ଆର୍ଚ୍ୟା, ଶ୍ରୀନିବାସ ରାଉତ ରାୟ, ପ୍ରକାଶ ମିଶ୍ର, ଚିନ୍ମୟ ସୁନ୍ଦର ଦାସ, ସୁଦର୍ଶନ ଦାସ, ରଶ୍ମି ମହାପାତ୍ର, ସଂନ୍ଧ୍ୟା ମହ।।ତ୍ର, ୟାସିର ନୱାଜ, ରଞ୍ଜିତ ପାତ୍ର, ମିହିର ଆଚାର୍ଯ୍ୟ, ସୁବ୍ରତ ମହ।।ତ୍ର, ତରୁଣକାନ୍ତ ମିଶ୍ର, ଦେଓ ପ୍ରସାଦ,ବିସ୍ମୟ ମହ।।ତ୍ର, ସଂଜୟ ତ୍ରିାଠୀ, ହଳଧର ସେଠୀ, ଜ୍ଞାନ ପଟ୍ଟନାୟକ, ପ୍ରଭାତ ପ୍ରତା ସିଂ, ଲିଙ୍ଗରାଜ ସାହୁ, ଅଜୟ ସାହୁ, ସଂକୁନା କଂଅର, ମୋହନ ଜେନା, ବଟକୃଷ୍ଣ ରାଉତରାୟ, ଦୀକ ମହ।।ତ୍ର, ଲିଙ୍ଗରାଜ ସାହୁ, ସତ୍ୟବ୍ରତ ନାୟକ, ରାଜ କିଶୋର ବାରିକ, ଅଶୋକ ଦାସ, ବିରଂଚି ବାରିକ, ପ୍ରଣତି ମିଶ୍ର, ମଧୁସ୍ମିତା ଅଚାର୍ଯ୍ୟ,ଜୟଶ୍ରୀ ପାତ୍ର, ପୁଷ୍ପିତା ଦାସ, ଜାନକୀ ମଲ୍ଲିକ ଓ ପ୍ରସନ୍ନ ପାଇକରାୟ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Exit mobile version