ବାଲୁଗାଁ ଏନଏସି ନଗରପାଳିକା : ଶ୍ରୀମତୀ ସୁକାନ୍ତି ପାଇକରାୟ ଙ୍କୁ ସନ୍ୟାସୀ ନଗର ଗ୍ରାମବାସୀ ଓ ବାଲୁଗାଁ ଅଂଚଳ ବାସୀ – ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି

୩ ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ )  ବାଲୁଗାଁ :-> ବାଲୁଗାଁ ଏନଏସି ଅନ୍ତର୍ଗତ 1 ନମ୍ବର ୱାର୍ଡ ସନ୍ୟାସୀ ନଗର ଠାରେ କିଛି ଦିନ ତଳେ ଦଇବ ଦୁର୍ଘଟଣା ଘଟି ଚିଲିକା ଜଳରାଶି ଭିତରେ ଥିଲା ବେଳେ ବିଜୁଳି ମାରି ବାପା ପୁଅଙ୍କ ମୁର୍ତ୍ୟୁ ହେଇଥିଲା.. ଏଭଳି ଏକ ଦୁଃଖ ଦାୟକ ଘଟଣା ବିଷୟରେ ବାଲୁଗାଁ ଏନଏସି ନଗରପାଳିକା ଶ୍ରୀମତୀ ସୁକାନ୍ତି ପାଇକରାୟ ଜାଣିଲା ପରେ ସେ ନିଜେ ଓ ତାଙ୍କ ପ୍ରତିନିଧି,

ଖୋର୍ଦ୍ଧା ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ସନ୍ତୋଷ ପାଇକରାୟ, ଉପ ନଗରପାଳ ଶ୍ରୀ ଭଗବାନ ପ୍ରଧାନ, କାଉନସିଲର ଶ୍ରୀମତୀ ଅନିତା ସ୍ୱାଇଁ, ଶ୍ରୀ ଅଭିମନ୍ୟୁ ସ୍ୱାଇଁ, ଲଷ୍ମୀଧର ସେଠି ଶୋକସନପ୍ତ ପରିବାର କୁ ସମବେଦନା ଜଣାଇବା ସହ କିଛି ଆର୍ଥିକ ସହାୟତା, ଘର ଚଳିବା ପାଈଁ ଏକ ମାସର ରାସନ ସଉଦା ଏବଂ ସେହି ଗ୍ରାମ ବାସୀଙ୍କ ସହିତ ଆଲୋଚନା କରି ତାଙ୍କ ପରିବାର ରେ ଥିବା 3 ଝିଅ ଙ୍କ ଭରଣ ପୋଷଣ,

ପାଠ ପଢା ଦାୟିତ୍ୱ ନେବେ ବୋଲି ପ୍ରତିଶୃତି ଦେଈ ତାଙ୍କ ପରିବାର କୁ ଧର୍ଯ୍ୟ ଓ ସାହସ ମିଳୁ ବୋଲି ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ପାର୍ଥନା ଜଣାଇଥିଲେ… ଏଭଳି ଦୁଃଖ ସମୟରେ ସେହି ଦୁଖୀ ପରିବାର କୁ ସାହାଯ୍ୟ ର ହାତ ବଢ଼ାଇ ଥିବାରୁ ବାଲୁଗାଁ ଏନଏସି ନଗର ପାଳିକା ଶ୍ରୀମତୀ ସୁକାନ୍ତି ପାଇକରାୟ ଙ୍କୁ ସନ୍ୟାସୀ ନଗର ଗ୍ରାମବାସୀ ଓ ବାଲୁଗାଁ ଅଂଚଳ ବାସୀ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି.

Exit mobile version