ଲଗାଣ ବର୍ଷାରେ ଭୁବନ ବେହାଲ ଚନ୍ଦlର,ରୋଢ଼ଙ୍ଗ ବାହ୍ୟ ଜଗତରୁ ବିଛିନ୍ନ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ରେ କୃତ୍ରିମ ବନ୍ୟା ଶତାଧିକ ହେକ୍ଟର ଚାଷଜମି ଜଳମଗ୍ନ

୩ ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନ  :-> ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସମଗ୍ର ଭୁବନ ଅଞ୍ଚଳ ବେହାଲ୍ ହୋଇପଡିଛି । ଚାରିଆଡ଼େ ବର୍ଷା ପାଣିର ସୁଅ ଛୁଟୁଛି । ଭୁବନ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ପରିସର ରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି । ଫଳରେ ଗତ କାଲି ରାତିରୁ ଆଜି ମଧ୍ୟାହ୍ନ ଯାଏ ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଥିଲା । ବିଦ୍ୟୁତ ନଥିବାରୁ ପାନୀୟ ଜଳ ଯୋଗାଣ ମଧ୍ୟ ହୋଇପାରିନଥିଲା ।

ପାଣି ନିଷ୍କାସନ ପାଇଁ ବିଭାଗ ପକ୍ଷରୁ ଏନ୍ ଏ ସି ତରଫରୁ ନିର୍ମିତ ଡ୍ରେନ କୁ ଜେ ସି ବି ସାହାଯ୍ୟରେ ତାଡି ଦିଆଯାଇଛି ।ଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ଗ୍ରହଣ କରା ନଯାଇ ତ୍ରୁଟିପୂର୍ଣ୍ଣ ଭାବେ ଡ୍ରେନ ନିର୍ମାଣ ହେଉଥିବାରୁ ସାରା ସହର ରେ ରାସ୍ତାରେ ବର୍ଷା ପାଣି ଲହଡ଼ି ମାରୁଛି। ଲଗାଣ ବର୍ଷା ଯୋଗୁଁ ପାଣ୍ଡରା ନାଳ ରେ ପ୍ରବଳ ବର୍ଷା ଜଳ ପ୍ରବାହିତ ହେଉଛି।

ଫଳରେ ଭୁବନ ରୁ ରୋଢ଼ଙ୍ଗ, କୁମର୍ଡା ଓ ଚନ୍ଦlର ଗ୍ରାମ ବିଛିନ୍ନ ହୋଇ ଯାଇଛି । ଭୁବନ ରୁ ନୁଆହାଟ ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ବର୍ଷା ଜଳ ପ୍ରବାହିତ ହେଉଥିବାରୁ ଗମନା ଗମନ ବାଧାପ୍ରାପ୍ତ ହୋଇଛି। ଶତାଧିକ ହେକ୍ଟର ଚାଷଜମି ଜଳମଗ୍ନ ହୋଇ ପଡ଼ିଛି । ଧାନ ତଳି ସବୁ ନଷ୍ଟ ହୋଇଯାଇଥିବା ବେଳେ ପରିବା ଚାଷ ମଧ୍ୟ ଉଜୁଡ଼ି ଯାଇଛି । ଆସନ୍ତା କାଲି ମଧ୍ୟ ବର୍ଷା ହେବ ଓ ଢେ଼ଙ୍କାନାଳ ଜିଲ୍ଲା କୁ ଅରେଞ୍ଜ ସିଗ୍ନାଲ ଦିଆଯାଇଥିବାରୁ ନଦୀ କୂଳିଆ ଅଞ୍ଚଳର ଲୋକମାନେ ଭୟଭୀତ ହୋଇ ପଡିଛନ୍ତି ।

Exit mobile version