ବିଦ୍ୟୁତ ସମସ୍ୟା ନେଇ କର୍ପୋରେଟର ଜନାର୍ଦ୍ଦନ ପରିଡ଼ା ଗୋପାଳପୁର ଜେଇଙ୍କୁ ସ୍ମାରକ ପତ୍ର ଦେଲେ

୩ ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ବାଲିକୁଦା ଗୋପାଳପୁର ବିଦ୍ୟୁତ ସବ୍ ଡିଭିଜନ ଅଧିନରେ ଥିବା, କଟକ ମହାନଗର ନିଗମ ୫୮ ନମ୍ବର ୱ।ର୍ଡ଼ ର ଭାଣପୁର ବେହେରା ସାହି, ଭାଣପୁର ଶନିମନ୍ଦିର ପାଖ, ଭାଣପୁର ରାଇସ ମିଲ୍ ଗଡା, ପ୍ରତାପନଗରୀ ଧାକୁଲେଇ ମନ୍ଦିର ସମ୍ମୁଖ, ପ୍ରତାପନଗରୀ ରାମ ମନ୍ଦିର ଗଡା, ପ୍ରତାପନଗରୀ କାକଟପୁର କେନାଲ ସାଇଟ, ନୂଆଗଡ଼ ଅନନ୍ତ ବଳିଆ କଲେଜ ନିକଟସ୍ଥ , ଆଦି ବିଭିନ୍ନ ସ୍ଥାନରେ ବସାଯାଇଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ମୁକୁଳା ପଡିଥିବା ଦେଖିବାକୁ ମିଳୁଛି । ଏହିସବୁ ଟ୍ରାନ୍ସଫର୍ମର ଏବଂ ବିଦ୍ୟୂତ ଖୁଣ୍ଟରେ ଅନାବନା ଗଛ ଓ ଲଟା ମାଡ଼ିଯାଇ ଜଙ୍ଗଲ ଭଳି ଦିଶୁଛି । ଯାହା ଫଳରେ ପ୍ରତିଦିନ ବିଦ୍ୟୁତ ସମସ୍ୟା ଦେଖାଦେଉଛି ।

ମୁକୁଳା ପଡିଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ସଂଶର୍ପସରେ ଆସି , ଅନେକ ଗୋରୁ ଗାଈଙ୍କର ମୃତ୍ୟୁ ଘଟି ସାରିଲାଣି । ଏନେଇ ଗୋପାଳପୁର ବିଦ୍ୟୁତ ଉପଖଣ୍ଡରେ କାର୍ଯ୍ୟରତ କର୍ମଚାରୀ, ବିଭାଗୀୟ ଜେଇଙ୍କ ଦୃଷ୍ଟି ନପଡିବା ନେଇ ସମସ୍ତ ଉପ ଭୋକ୍ତାଙ୍କ ମନରେ କ୍ଷୋଭ ପ୍ରକାଶ ପାଇବା ସହିତ, ଅସନ୍ତୋଷର ନିଆଁ କୁହୁଳୁଛି। ଏହା ସହିତ ନିୟମିତ ମନମୁଖୀ ଭାବେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ ଯୋଗୁଁ , ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି କରୁଛି । ଅନ୍ଧାର ସମୟରେ ଯାତାୟତ କରୁଥିବା ଲୋକଙ୍କ ମନରେ ସାପ ଏବଂ ଜନ୍ତୁଙ୍କ ପ୍ରତି ଭୟ ରହୁଛି । ପୁରୁଣା ବିଦ୍ୟୁତ ତାର ବଦଳା ଯାଉ ନଥିବାରୁ ଅନେକ ସମୟରେ ପବନ ହେଲେ ବିଦ୍ୟୁତ ତାର ଛିଣ୍ଡି ଯାଉଛି । ଏସବୁ ଦିଗରେ ଓପିଟିସିଡିଏଲ ନଜର ନଦେଇ, କେବଳ ଗରିବ ଲୋକଙ୍କ ଉପରେ ଜୁଲମକରି ବକେୟା ଅର୍ଥ ଆଦାୟରେ ବ୍ୟସ୍ତ ରହୁଛି ।

ପନ୍ଦର ଦିନ ମଧ୍ୟରେ ୫୮ ନମ୍ବର ୱ।ର୍ଡ଼ର ବିଭିନ୍ନ ଗ୍ରାମରେ ଲାଗିରହିଥିବା ସମସ୍ୟେ ସମାଧାନ କରିବା ପାଇଁ, ଏକ ଲିଖିତ ସ୍ମାରକ ପତ୍ର କର୍ପୋରେଟର ଜନାର୍ଦ୍ଦନ ପରିଡ଼ା , ଆଜି ଗୋପାଳପୁର ବିଦ୍ୟୁତ ଉପଖଣ୍ଡର ଦାୟିତ୍ୱରେ ଥିବା ଜେଇଙ୍କୁ ଭେଟି ପ୍ରଦାନ କରିଥିଲେ । ଏଦିଗରେ ଜେଇ ପଦକ୍ଷେପ ନେବାପାଇଁ କର୍ପୋରେଟରଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି କର୍ପୋରେଟର ଶ୍ରୀ ପରିଡ଼ା ଆମ ପ୍ରତିନିଧିଙ୍କୁ କହିଛନ୍ତି । ଏହା କରାନଗଲେ ୱ।ର୍ଡ଼ ବାସୀଙ୍କ ପକ୍ଷରୁ ଗୋପାଳପୁର ବିଦ୍ୟୁତ ଉପଖଣ୍ଡ ଜେଇଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି କହିଛନ୍ତି । ସ୍ମାରକ ପତ୍ର ଦେବା ସମୟରେ ମହିଳା ନେତ୍ରୀ ମମତା ରାଉତ, ପାର୍ଥସାରଥୀ ସାହୁ, ନିର୍ମଳ ରାଉତ, ସନ୍ତୋଷ ନାୟକ, ରାକା ରାଉତ, ଶେଷଦେବ ଶତପଥୀ ପ୍ରମୁଖ କର୍ପୋରେଟରଙ୍କ ସହିତ ଉପସ୍ଥିତ ଥିଲେ ।

Exit mobile version