ଆସନ୍ତା କାଲି ଓଡିଶା ଗସ୍ତରେ ଆସୁଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଅପରାହ୍ନ ୨ଟାରୁ ୫ ଟା ପର୍ଯ୍ୟନ୍ତ BJP କର୍ମକର୍ତ୍ତାଙ୍କ ସହ ରୁଦ୍ଧଦ୍ୱାର ବୈଠକରେ

ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ଓଡିଶା ଗସ୍ତରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା । ଆସନ୍ତା କାଲି ରାତି ୧୦ଟା ୪୦ରେ ଭୁବନେଶ୍ୱରରେ ପହଞ୍ଚିବେ । ଏନେଇ ଆଜି ଖବର ମିଳିଛି। ଶନିବାର ୧୧ଟାରୁ ୧୨ଟା ଯାଏଁ ଜାତୀୟ ରାଜପଥ ପ୍ରକଳ୍ପ ଶୁଭାରମ୍ଭରେ ଯୋଗ ଦେବେ । ୧୨ରୁ ସାଢେ ୧୨ ନକ୍ସଲ ଦମନ,ପ୍ରାକୃତିକ ବିପର‌ର୍ଯ୍ୟ ମୁକାବିଲା ବୈଠକରେ ଯୋଗ ଦେବେ ।

ସାଢେ ୧୨ରୁ ଦଳୀୟ ବୈଠକ ସହ ପାର୍ଟି କାର୍ଯ୍ୟଳୟରେ ମଧ୍ୟାହ୍ନ ଭୋଜନରେ ଯୋଗ ଦେବେ । ଅପରାହ୍ନ ୨ଟାରୁ ୫ ଟା ପର୍ଯ୍ୟନ୍ତ କର୍ମକର୍ତ୍ତାଙ୍କ ସହ ରୁଦ୍ଧଦ୍ୱାର ବୈଠକରେ ଯୋଗ ଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଏହାସହ ସନ୍ଧ୍ୟା  ୬ଟାରେ ବିମାନବନ୍ଦର ଲାଉଞ୍ଜରେ ବୈଠକ ସହ ପ୍ରତ୍ୟାବର୍ତ୍ତନ କରିବେ ।

Exit mobile version