ଭରାନଈ ପାରହେଲେ ବିଦ୍ୟାର୍ଥୀ ଗରଡମାକୁ ଯୋଗାଯୋଗ ବିଛିନ୍ନ

୩ ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷାର ପ୍ରଭାକରେ ବେହାଲ ହୋଇଛି ମୋହନା ଅଞ୍ଚଳ । ତୁହାକୁ ତୁହା ବର୍ଷା ଲାଗିରହିଥିବା ଯୋଗୁ ଯୋଗାଯୋଗ ବିଛିନ୍ନ ହୋଇପଡିଛି । ବିଭିନ୍ନ ନଦୀ ଓ ନାଳରେ ଜଳସ୍ତର ବୃଦ୍ଧି ପାଇଛି । ଫଳରେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ଛେଳିଗଡ ରାମ ନଦୀରେ ବନ୍ୟାଜଳ ପ୍ରଭାବିତ ହେବାରୁ ନଦୀ ଆର ପଟେ ଥିବା ୧୫ଟି ଗ୍ରାମର ଲୋକେ ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି ।

ଭରାନଦୀରେ ବିପଦ ସଂକୃଳ ଅବସ୍ଥାରେ ଛେଳିଗଡ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ପାରହୋଇ ପାଠପଢି ଓ ପରିକ୍ଷା ଏବଂ ଗ୍ରାମବାସୀ ନିଜ ନିଜର କାମ ପାଇଁ ଯିବା ଘଟଣା ସମସ୍ତଙ୍କୁ ଚକିତ କରିଛି । କାରଣ ଖରସ୍ରୋତା ନଦୀର ପ୍ରଖର ସ୍ରୋତରେ କୌଣସି ଅଘଟନ ଘଟିବାର ମଧ୍ୟ ଆଶାଙ୍କା ରହିଛି । ସାଧାରଣ ଜୀବନ ଯାତ୍ରାକୁ ପ୍ରଭାବିତ ରହିଛି ବର୍ଷା । ସେହିଭଳି ଗଦାପୁରନଦୀର ପାପାଇଜୁ ନାଳରେ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ଗମନା ଗମନ ଠପ୍ ହୋଇଯାଉଛି । ମୋହନା ବ୍ଳକର ଗରଡମା ପଞ୍ଚାୟତ ସମେତ ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଳକର ଅନେକ ଗାଁ କୁ ଯୋଗାଯୋଗ ସମ୍ପୂଣ୍ଣ ବିଛିନ୍ନ ହୋଇଛି ।

ଅତିଶୀଘ୍ର ବ୍ଳକ ପ୍ରଶାସନ ସମସ୍ୟାରେ ଥିବା ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଗ୍ରାମବାସୀ । ଅନ୍ୟପଟେ ଲଘୁଚାପ ବର୍ଷାର ମୁକାଇ ପାଇଁ ବ୍ଳକ ପ୍ରଶାସନ କାର୍ଯ୍ୟାଳୟ ମଧ୍ୟରେ ବୈଠକ କରାଯାଥିଲେ ମଧ୍ୟ ଲୋକଙ୍କ ନିକଟରେ ପହଞ୍ଚି ପାରିନି । ଲଗାଣ ବର୍ଷାରେ ଖାରିଗୁଡା ଗାଁ ମୁଖ୍ୟ ରାସ୍ତାରେ ତେତୁଲି ଗଛ ପିଡି ରାସ୍ତା ଅବରୋଧ ହୋଇଥିଲା । ଅଗ୍ନିଶମ ବିଭାଗ ଅଧିକାରୀ ଓ କର୍ମଚାରୀ ପହଞ୍ଚି ଗଛ କାଟି ହଟାଇଥିଲେ ପରେ ଯାନ ବାହନ ଚଳାଚଳ ହୋଇଥିଲା ।

Exit mobile version