ପିଇଓ ମାନଙ୍କ ବିଭିନ୍ନ ଦାବି ନେଇ ବିଡିଓଙ୍କୁ ସ୍ମାରକ ପତ୍ର ପ୍ରଦାନ

ଅଗଷ୍ଟ ୮ରୁ କଳାବ୍ୟାଜ୍ ପରିଧାନ,୧୮ରୁ ସମୂହ ଛୁଟି ଚେତାବନୀ

୩ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି  :-> ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପୋଇଓ) ସଂଘ ପକ୍ଷରୁ ବିଭିନ୍ନ ଦାବିନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବିଡିଓ ଲୋକନାଥ ଶବରଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଏହା ପରେ ମଧ୍ୟ ଦାବି ପୂରଣ ନକରନ୍ତି ତେବେ ବ୍ଲକର କାର୍ଯ୍ୟରତ ସମସ୍ତ ପିଇଓ ଆସନ୍ତା ଅଗଷ୍ଟ ୮ତାରିଖରୁ କଳାବ୍ୟାଜ୍ ପରିଧାନ ଏବଂ ୧୮ତାରିଖରୁ ସମସ୍ତେ ସମୂହ ଛୁଟିରେ ରହିବେ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦେଇଛନ୍ତି ।

ସେମାନଙ୍କର ଦାବି ସମୁହଁ ପିଇଓ ମାନଙ୍କର ଶିକ୍ଷାଗତ ଯୋଗ୍ୟତା +୨ରୁ+୩(ସ୍ନାତକ) କରିବା ସହ ଦରମା ୨୧.୭୦୦ଟଙ୍କାରୁ(ପେ ଲେବେଲ ୫)ରୁ ୩୫.୪୦୦ଟଙ୍କା (ପେ ଲେବେଲ୍ ୯)ମଞ୍ଜୁର ପ୍ରଦାନ କରାଯାଉ।୧୦ବର୍ଷ ଚାକିରି କରୁଥିବା ପିଇଓଙ୍କୁ ଉଚ୍ଚ ପଦବୀକୁ ନେବା । ଜିପିଡିଓ ପଦକୁ ୧୦୦% ପଦନ୍ନତିର ବ୍ୟବସ୍ଥା କରିବା । ଓପିଆରଏସ କ୍ୟାଡ଼ରରେ ଅନ୍ତର ଭୂକ୍ତ କରିବା ଦାବି ସମୂହ ଉଲେଖ ରହିଛି ।

ସ୍ମାରକ ପତ୍ର ପ୍ରଦାନ ସମୟରେ ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହି ଅଧିକାରୀ (ପୋଇଓ) ସଂଘର ବ୍ଲକ ସଭାପତି ସନ୍ତୋଷ କୁମାର ସାହୁ, ରାଜ୍ୟ ସଂଘ ଜିଲ୍ଲା ସଂଯୋଜକ ନୃସିଂହ ଚରଣ ମିଶ୍ର, ଟି.ଗୋପାଳ ରାଓ, ଏନ.ଦିଲେଶ୍ୱର୍ ରାଓ, ଅର୍ଚ୍ଚନା ନାୟକ, ମିହିର କୁମାର ବସ୍ତରାୟ, ମିନତି ମିଶ୍ର, ପିଆର୍. ଆପଲରାଜୁ, ବି.ଲିଙ୍ଗରାଜ, ପି.ବାଳକ୍ରୀଷ୍ଣା, ଛତିଶ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version