ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଙ୍କ ଦିବ୍ୟାଙ୍ଗ ଅନୁଷ୍ଠାନ ପରିଦର୍ଶନ ଆର

୨ ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଉଦୟଗିରି :-> ମୋହନା ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ,ବଧିର ,ମାନସିକ ଅନଗ୍ରସର ଓ ମସ୍ତିସ୍କ ପକ୍ଷାଘାତ ବିଦ୍ୟଳୟ କୁ ଗଜପତି ଜିଲ୍ଲା ର ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ଶ୍ରୀ ବିରେନ୍ଦ୍ର କୁମାର ଦାସ ପରିଦର୍ଶନ ରେ ଆସିଥିଲେ ,ତାଙ୍କ ସହିତ ସାମାଜିକ ସୁରକ୍ଷା ଅଧିକାରୀ,ଗଜପତି,ଶ୍ରୀ ସନ୍ତୋଷ କୁମାର ନାୟକ,ଶ୍ରୀ ସୁଧାଂଶୁ ପଳେଈ,ତହସିଲଦାର ମୋହନା, ବିଏସଏସ ଓ ,ମୋହନା, ଅଧିନସ୍ଥ କର୍ମଚାରୀ ଆସିଥିଲେ ।

ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ଶ୍ରୀ ଦାସ ବିଦ୍ୟାଳୟ ସମ୍ପକ ରେ ଅଧ୍ୟକ୍ଷ ଏବଂ ସମ୍ପାଦକ ଙ୍କ ଠାରୁ ପଚାରି ବୁଝି ଥିଲେ ଏଥି ସହିତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଙ୍କ ସହ ଶ୍ରେଣୀ କକ୍ଷ ରେ ପାଠ ପଢା ଉପରେ ପଚାରି ବୁଝିଥିଲେ। ଶିକ୍ଷଣ ପାଠ୍ୟ ଉପକରଣ ଉପରେ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଠାରୁ ପଚାରି ବୁଝିଥିଲେ ।

ଛାତ୍ରଛାତ୍ରୀ ଙ୍କ ଖାଦ୍ୟ ଓ ସ୍ୱାସ୍ଥ୍ୟ ଉପରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅତ୍ୟନ୍ତ ଗୁରୁତ୍ଵ ଦେଇଥିଲେ ।ସମ୍ପାଦକ ଶ୍ରୀ ଦଣ୍ଡାସୀ ସାହୁ ଅନୁଷ୍ଠାନ ର ଅସୁବିଧା ଉପରେ ବୁଝାଇଥିଲେ ।ଡ୍ରେନ,ପାଚେରି ଓ ମାଧର୍ଣ୍ଣ ଭୋଜନ ଉପରେ ଆଲୋଚନା କରିଥିଲେ । ଏଥିରେ ଯୋଗ ଦେଇଥିଲେ ପରିଚାଳନା କମିଟିର ପ୍ରଶାନ୍ତ କୁମାର ବୀର, ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ଉପସ୍ଥିତ କରିଥିଲେ । 

Exit mobile version