ମୋହନା ମହିଳା ଗୋଷ୍ଠୀଙ୍କ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ

୨ ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ମଣିପୁର ହିଂସାକୁ ବିରୋଧ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ମୋହନା ପାରିସ୍ ର ଖ୍ରୀଷ୍ଟିୟାନ ସଂପ୍ରଦାୟର ମହିଳା ସମାଜ। ମଣିପୁର ଅମାନବୀୟ ଘଟଣାର ଭିଡିଓ ଭାଇରାଲ ହେବା ପରେ ସେଠାସ୍ଥିତ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିବା ସହ ସାରାଦେଶରେ ଜନଆକ୍ରୋଶ ଦେଖାଦେଇଛି। ହେଲେ ନିର୍ବାଚନ ସମୟରେ ପ୍ରଚାର ପାଇଁ ବାରମ୍ବାର ଗସ୍ତ କରିଥିବା ଶ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁର ପ୍ରସଙ୍ଗରେ ମୌନରହି ରାଜସ୍ଥାନ ନିର୍ବାଚନୀ ପ୍ରଚାରରେ ବାହାରିଛନ୍ତି।

ଏଣୁ ମଣିପୁର ଘଟଣାରେ ସେଠାକାର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ସରକାରଙ୍କ ଛତ୍ରଛାୟା ତଳେ ମଣିପୁର ଜଳୁଥିବା ଆଶଙ୍କା ପ୍ରକଟ କରି ଘଟଣାର ନିରପେକ୍ଷ ତଦନ୍ତ ସହ ଅଭିଯୁକ୍ତ ମାନଙ୍କୁ କଠୋର ଦଣ୍ଡ ଦେଇ ମଣିପୁର ସମସ୍ୟାର ସମାଧାନ କରିବାକୁ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ଅଞ୍ଚଳର ମହିଳାମାନେ ସ୍ଥାନୀୟ ତହସିଲଦାରଙ୍କ ମାଧ୍ୟମରେ ଦାବିପତ୍ର ଦେଇଛନ୍ତି। ସ୍ଥାନୀୟ ଚର୍ଚ୍ଚ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ତହସିଲ କାର୍ଯ୍ୟାଳୟରେ ପହଞ୍ଚିଥିଲେ।

ତହସିଲଦାରଙ୍କୁ ଦାବିପତ୍ର ଦେବା ସହ ଘଟଣାର ଶୀଘ୍ର ସମାଧାନ ନ ହେଲେ ଦେଶବ୍ୟାପୀ ଆନ୍ଦୋଳନ କରିବେ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି। ଏହି ରାଲି ସମୟରେ ମୋହନା ପ୍ୟାରିସର ଫାଦେର ଆଇଜାକ ନାୟକଙ୍କ ସହ ପ୍ୟାରିସର ଅନ୍ୟାନ୍ୟ ସଭ୍ୟସଭ୍ୟା ତଥା ଅନେକ ବୁଦ୍ଧିଜିବୀ ଓ ସ୍ବେଛ୍ଛାସବୀ ଯୁବଗୋଷ୍ଠୀ ଉପସ୍ଥିତ ଥିଲେ। ଶୃଙ୍ଖଳା ଦୃଷ୍ଟିରୁ ଘଟଣା ସ୍ଥଳରେ ମୋହନା ପୋଲିସ ଅଧିକାରୀ ଓ ପୋଲିସ କର୍ମୀ ମୁତୟନ ଥିବା ଦେଖିବାକୁ ମିଳିଛି ।

Exit mobile version