Home ଅପରାଧ ମାଟିତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣା ବିବାହ ପାଇଁ ମନା କରିବାରୁ ହାତୁଡିରେ ପିଟି ହତ୍ୟା .. by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ମୁଖ୍ୟ ଅଭିଯୁକ୍ତ ଫେରାର, ୨ ଭାଇ ଗିରଫ : ମାରଣାସ୍ତ୍ର ସହ ବାଇକ ଓ ଅଟୋ ଜବତ ୨ ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ରବିବାର ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ମହୁଲପଲ୍ଲୀ ଗ୍ରାମ ଝୁନୁ ନାୟକଙ୍କ ଶଶ୍ମାନ ଜମିରୁ ପୁଲିସ ଏକ ଅଜଣା ମହିଳାଙ୍କ ମୃତଦେହକୁ ଉଦ୍ଧାର କରିଥିଲା । ଏନେଇ ହିଞ୍ଜିଳି ଥାନାରେ କେସ ନଂ- ୫୫୧/୨୩ରେ ଏକ ମାମଲା ରୁଜୁ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ପୁଲିସ ଘଟଣାର ତଦନ୍ତ ଚଳାଇଥିଲା । ବୁଧବାର ସଂପୃକ୍ତ ହତ୍ୟାକାଣ୍ଡ ଘଟଣାର ପରଦା ହଟାଇବାରେ ହିଞ୍ଜିଳି ପୁଲିସ ସକ୍ଷମ ହୋଇଛି । ମୃତକା ଜଣଙ୍କ ପାଟପୁର ଥାନା ଜୟନଗରର ବର୍ଷାରାଣୀ ପୁରୋହିତ । ହତ୍ୟାକଣ୍ଡର ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ ହତ୍ୟାରେ ସହଯୋଗ କରିଥିବା ୨ ଭାଇଙ୍କୁ ମଙ୍ଗଳବାର ଗିରଫ କରିଛି । ଗିରଫ ୨ ଭାଇ ହେଲେ ନିମଖଣ୍ଡି ଥାନା ଗୁରୁଣ୍ଠି ଗ୍ରାମ କୁମ୍ଭାର ସାହିର ସନ୍ତୋଷ ବେହେରା(୩୦) ଓ ସୁଶାନ୍ତ ବେହେରା(୨୮) । ଗିରଫଙ୍କ ଠାରୁ ହତ୍ୟାରେ ବୃବହୃତ କୋଡିବେଣ୍ଟ, କୋଦାଳ, ଲୁହାହାତୁଡି, ଭଙ୍ଗା ମୋବାଇଲ, ହଳଦିଆ ରଙ୍ଗର ଅଖା, ମହିଳାଙ୍କ ପିନ୍ଧିଥିବା ପରିଧାନ ସାମଗ୍ରୀ,ଏକ ବାଇକ (ଓଆର୦୭ଆର ୫୨୪୫) ଓ ଏକ ଯାତ୍ରୀବାହୀ ଅଟୋ(ଓଡି୦୭ଡି ୫୧୩୧)କୁ ଜବତ କରିଛି । ଗିରଫ ୨ ଭାଇଙ୍କୁ ଜେରାକରିବା ପରେ ଘଟଣା ସ୍ଥଳରେ ସିନ୍ ରିକ୍ରିଏସନ କରିଛି । ବୁଧବାର ଗିରଫ୨ ଭାଇଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ତଦନ୍ତ ପ୍ରକିୟା ଜାରୀ ରହିଛି । ମୁଖ୍ୟ ଅଭିଯୁକ୍ତଙ୍କୁ ଯଥାଶ୍ରୀଘ ଗିରଫ କରାଯିବ ବୋଲି ଆସିକା ଏସଡିପିଓ ଉମାଶଙ୍କର ସିଂ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ପାଟପୁର ଜୟନଗରର ବର୍ଷା ପୂର୍ବରୁ ବିବାହିତ ଥିବା ବେଳେ ସନ୍ତାନ ଜନ୍ମଲାଭ ପରେ ସ୍ୱାମୀଙ୍କ ସହ ପାରିବାରିକ କଳହ ଘଟିଥିଲା । ଏଣୁ ସ୍ୱାମୀଙ୍କୁ ଛାଡି ବର୍ଷା ହାଇଦ୍ରାବାଦ ଚାଲି ଯାଇଥିଲେ । ସେଠାରେ ଏକ ହୋଟେଲରେ କାମ କରୁଥିବା ବେଳେ ନିମଖଣ୍ଡି ଥାନା ଗୁରୁଣ୍ଠି ଗ୍ରାଁର ଜଣେ ଯୁବକଙ୍କ ସହ ପ୍ରେମ ସର୍ମ୍ପକ ଗଢି ଉଠିଥିଲା । ଦୁହେଁ ସେଠାରେ ଲିଭ୍ ଇନ୍ ରିଲେସନସିପରେ ରହିଥିଲେ । ବର୍ଷା ବିବାହ ପାଇଁ ପ୍ରେମିକଙ୍କ ଉପରେ ଚାପ ପକାଇଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହେେଇଥିଲା । ଦୁହେଁ ଗାଁକୁ ଫେରି ଆସିବା ପରେ ଯୁବକଙ୍କ ପରିବାର ଲୋକେ ବିବାହ ସକାଶେ ରାଜି ହୋଇନଥିଲେ । ଘଟଣା ସମାଧାନ ପାଇଁ ଦୁହେଁ ନିମଖଣ୍ଡି ଥାନାର ଦ୍ୱାରସ୍ଥ ହୋଇଥିଲେ । ଥାନାରେ କାଉନସେଲିଂ ସତ୍ତ୍ୱେ ସମାଧାନର କୌଣସି ପନ୍ଥା ବାହାରିନଥିଲା । ସ୍ୱାମୀ ପରିତକ୍ତା ଥିବାରୁ ଭରଣପୋଷଣ ନେଇ ଚିନ୍ତାରେ ଥିବାରୁ ପ୍ରେମିକଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିନଥିଲେ । ପୁଲିସ ବର୍ଷାଙ୍କୁ ବ୍ରହ୍ମପୁର ଏମକେସିଜି ପରିସରସ୍ଥ ସଖୀ କେନ୍ଦ୍ରକୁ ପଠାଇଥିଲା । ଦିନକ ପରେ ପ୍ରେମିକ ଆସି ବର୍ଷାଙ୍କୁ ସାଥୀରେ ନେଇ ଯାଇଥିଲେ । ଉଭୟେ ବ୍ରହ୍ମପୁରରଏକ ଲଜ୍ରେ ଶୁକ୍ରବାର ଓ ଶନିବାର ବିତାଇବା ସହ ରବିବାର ଗୋପାଳପୁର ବୁଲିବାକୁ ଯାଇଥିଲେ । ଇତି ମଧ୍ୟରେ ପ୍ରେମିକ ହତ୍ୟା ଯୋଜନାର ବ୍ଳୁ ପ୍ରିଣ୍ଟ ତିଆରି କରିଥିଲେ । ପରେ ନିଜ ବାଇକରେ ପ୍ରେମିକ ହାତୁଡି ଓ କିଛି ମାରଣାସ୍ତ୍ର ରଖିଥିଲେ । ରାତିରେ ଗୋପାଳପୁରରୁ ଫେରିବା ବାଟରେ ରଙ୍ଗେଇଲୁଣ୍ଡା ବ୍ଳକ ସାତକୁଟୁଣି ପଞ୍ଚାୟତ ଝାଡାଙ୍କୁଲି ଗ୍ରାମ ନିଛାଟିଆ ସ୍ଥାନରେ ହାତୁଡିରେ ବର୍ଷାଙ୍କ ମୁଣ୍ଡକୁ ଶକ୍ତ ପ୍ରହାର କରି ହତ୍ୟା କରିଥିଲେ । ଘଟଣା ସର୍ମ୍ପକରେ ପ୍ରେମିକ ଜଣଙ୍କ୨ ଭାଇଙ୍କୁ ଜଣାଇଥିଲେ । ୨ ଭାଇ ଏକ ଯାତ୍ରୀବାହୀ ଅଟୋ ଯୋଗେ ଶାବଳ,କୋଦାଳ, କାଠ ଫାଳିଆ,ଜରିଅଖା,ଲୁଣ ଆଦି ସାଙ୍ଗରେ ନେଇ ସେଠାରେ ପହଞ୍ଚିଥିଲେ । ବର୍ଷାଙ୍କମୃତଦେହକୁ ଅଟୋରେ ନେଇ ମହୁଲପଲ୍ଲୀ ଶଶ୍ମାନରେ ମାଟି ଖୋଳି ପୋତିଦେଇ ଘଟଣା ସ୍ଥଳରୁ ବ୍ରହ୍ମପୁର ରେଳଷ୍ଟେସନକୁ ଚାଲି ଯାଇଥିଲେ । ତେବେ ମୃତଦେହ ପୋତିବା ପୂର୍ବରୁ ପରିଚୟ ଲୁଚାଇବା ଲକ୍ଷ୍ୟରେ ବର୍ଷାଙ୍କ ଦେହରୁ ପୋଷାକ ଖୋଲି ଏକ ବ୍ୟାଗରେ ଅନ୍ଧପସରା ରାସ୍ତାରେ ଫୋପାଡି ଦେଇଥିଲେ । ସିନ୍ ରିକ୍ରେଏସନ ବେଳେ ମୃତ ବର୍ଷାଙ୍କ ପରିଧାନକୁ ପୁଲିସ ଜବତ କରିଛି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆସିକାଏସଡିପିଓ ଶ୍ରୀ ସିଂ ସମେତ ହିଞ୍ଜିଳି ଥାନା ଆଇଆଇସି ଅଭିମନ୍ୟୁ ଦାସ ଓ ତଦନ୍ତକାରୀ ଅଧିକାରୀ ତଥାଏସଆଇ ସୁନିଲ କଣ୍ଡୋଗିରି ଉପସ୍ଥିତ ଥିଲେ । Categories: ଅପରାଧ, ଓଡ଼ିଶା, ଗଞ୍ଜାମ, ହୋମ୍ Related Content ଭାରତରେ ନୂତନ ବିଏମଡବ୍ଲୁ ୭ ସିରିଜ୍ ରେଞ୍ଜ ଶୁଭାରମ୍ଭ ହୋଇଛି by Proprietor Abhimanyu Maharana September 24, 2026 କନ୍ଧମାଳ ମାଟିରେ ସାରସ୍ୱତ ଝଙ୍କାର : ଫୁଲବାଣୀରେ ‘ମେଘ ଉତ୍ସବ’ ରେ ଜନଜାତି ଭାଷା ଓ ସଂସ୍କୃତିର ମହାମନ୍ଥନ by Proprietor Abhimanyu Maharana September 24, 2026 କନ୍ଧମାଳ ଜିଲ୍ଲା ସାମ୍ବାଦିକ ସମନ୍ୱୟ ସମିତି ର ସମାବେଶ : ଏକତା ଓ ସାମ୍ବାଦିକଙ୍କ ସୁରକ୍ଷା ଉପରେ ଗୁରୁତ୍ଵାରୋପ by Proprietor Abhimanyu Maharana September 24, 2026 କନ୍ଧମାଳ ମାଟିରେ ସାରସ୍ୱତ ଝଙ୍କାର : ଫୁଲବାଣୀରେ ‘ମେଘ ଉତ୍ସବ’ ରେ ଜନଜାତି ଭାଷା ଓ ସଂସ୍କୃତିର ମହାମନ୍ଥନ by Proprietor Abhimanyu Maharana September 24, 2026 KHURDA ROAD DIVISION CONDUCTED CLOSING CEREMONY OF HINDI PAKHWADA -2026 AND 151st DIVISIONAL OFFICIAL LANGUAGE IMPLEMENTATION COMMITTEE MEETING by Proprietor Abhimanyu Maharana September 24, 2026 ଲଗାଣ ବର୍ଷାରେ କଳିଙ୍ଗା ଘାଟିରେ ଭୁଶୁଡ଼ିଲା ନିର୍ମାଣାଧୀନ ଗାର୍ଡୱାଲ୍, ଅନିର୍ଦ୍ଧିଷ୍ଟ କାଳ ପାଇଁ ସିଲ୍ ହେଲା ଘାଟି ରାସ୍ତା by Proprietor Abhimanyu Maharana September 24, 2026