ଓଡିଶା ଦଳିତ ଶୋଷଣ ମୁକ୍ତି ମଞ୍ଚର ଶୋଭାଯାତ୍ର

୨ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ମଣିପୁର ରାଜ୍ୟର ସାମ୍ପ୍ରଦାୟିକ ଦଙ୍ଗା, ହିଂସା ଓ ମହିଳା ମାନଙ୍କ ଆମ୍ଭସମ୍ମାନ ହାନୀ ବିରୋଧରେ ଓଡିଶା ଦଳିତ ଶୋଷଣ ମୁକ୍ତି ମଞ୍ଚ ପକ୍ଷରୁ ଦଳିତ ନେତା ମାନସ ଜେନାଙ୍କ ସଭାପତିତ୍ବରେ ଆଜି ରୁମୁଣ୍ଡା ଛକଠାରୁ ଏକ ପଟୁଆରରେ ଶୋଭାଯାତ୍ରା ବାହାରିଥିଲା । ଆର,ଉଦୟଗିରି ଥାନା ନିକଟରେ ମଞ୍ଚର ରାଜ୍ୟ ସଭାପତି ଦଣ୍ଡପାଣି ରଇତ ମଣିପୁରରେ ଘଟିଥିବା ଲଳ୍କାଜନକ ଘଟଣାର ପ୍ରାୟ ତିନିମାସ ହେଲାଣି ମଣିପୁର ରାଜ୍ୟରେ ଦଙ୍ଗା ଥମିବାର ନାଁ ନେଉନାହିଁ ।

ଫଳରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଦଙ୍ଗାକାରୀମାନେ ବହୁ ସଂଖ୍ୟକ ଘର ପୋଡି ଦେଉଛନ୍ତି ବୋଲି କହିଥିଲେ । ମେ ୪ ତାରିଖରେ କୁକି ସମ୍ପ୍ରଦାୟର ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଳାଇ ଚଳାଇ ନେବା ଘଟଣା ଅତ୍ୟନ୍ତ ନିନ୍ଦନୀୟ । ମଣିପୁରରେ କେଉଁ ପରିସ୍ଥିତି ଉପୁଜିଛି ତାହା ଶାନ୍ତି ରକ୍ଷା ପାଇଁ ଦାବି କରାଯାଇଥିଲା । ଏହି ଶୋଭାଯାତ୍ରରେ ଦଳିତ ନେତା ମୋହିତ ଦିଗାଲ, ଆଦିବାସୀ ନେତା ସୁନାମ ମଣ୍ଡଳ ଓ ଅନାମ ମଣ୍ଡଳ ଯୋଗ ଦେଇଥିଲେ ।

Exit mobile version