ଦୁର୍ଵୁର୍ତ୍ତ ମାନେ  ମା ଉଗ୍ରତାରା ମନ୍ଦିର ଗ୍ରିଲ୍ ଭାଙ୍ଗି  ସୁନା ,ଅଳଙ୍କାର ଲୁଟି ଚମ୍ଫଟ

୧ ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଚାନ୍ଦପୁର :-> ଗତ ଦୁଇ ଦିନ ତଳେ  ଓଡିଶା ପ୍ରସିଦ୍ଧ ତନ୍ତ୍ର ପୀଠ ଭାବେ ପରିଗଣିତ ମା ଉଗ୍ରତାରା ଦେବୀଙ୍କ ମବ୍ଦିର ର ଗ୍ରିଲ୍ ଭାଙ୍ଗି କେତେକ ଦୁର୍ବୁର୍ତ ମା ଙ୍କର ବିଭିନ୍ନ ସୁନା ରୁପା ଅଳଙ୍କାର ଲୁଟି ନେଇଥିଲେ..ଏହି ଘଟଣା ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ସ୍ରୁଷ୍ଟି କରିଥିଲା । CC TV   ସହ ମନ୍ଦିର  ସୁରକ୍ଷା କର୍ମୀଙ୍କ ପ୍ରହରା ସତ୍ୱେ  ଚୋରୀ ଘଟଣାକୁ ଭକ୍ତ ମାନେ ନାପସନ୍ଦ କରିଥିଲେ।ଏ ନେଇ ମନ୍ଦିର କମିଟି ପକ୍ଷରୁ ଟାଙ୍ଗୀ ଥାନାରେ ଅଭିଯୋଗ ପରେ  ପୋଲିସ୍  ୩ ଟି ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା ।

ମଧ୍ୟ୍ୟରେ  ମା ଉଗ୍ରତାରାଙ୍କ ମନ୍ଦିର ନିକଟ ଜଙ୍ଗଲ ମଧ୍ୟ୍ୟରେ  ଦୂର୍ବୁର୍ତ ମାନେ  ମାଙ୍କର କେତେକ ଅଳଙ୍କାର ଫୋପାଡି ଦେଇଥିବା ଲୋକେ ଦେଖିବା ପରେ ପୋଲିସ୍ ଘଟଣା ସ୍ଥଳରେ ପହଂଚି ମାଙ୍କର ଅଳଙ୍କାର   ଜବତ କରିଥିଲା । ଏହି ଚୋରୀ ଘଟଣାରେ ଅଳଙ୍କାର ଜଙ୍ଗଲ ମଧ୍ୟ୍ୟରେ ମିଳିବା ଖବର ପାଇବା ପରେ  ଜିଲାପାଳ  କେ ସୁଦର୍ଶନ ଚକ୍ରବର୍ତି   ଓ ଏସ୍ ପି ସିଦ୍ଧାର୍ଥ କଟାରିଆ  ଗତ କାଲି   ଅପରାହ୍ନରେ ମନ୍ଦିର ରେ ପହଂଚିଥିଲେ.. ମନ୍ଦିରର   ସୁରକ୍ଷା ବ୍ୟବସ୍ଥା  ଯାଂଚ  କରିବା ସହ ମନ୍ଦିର ସେବାୟତ ଓ  ସ୍ଥାନୀୟ   ଜନ ସାଧାରଣଙ୍କ ସହ ଆଲୋଚନା  କରିଥିବା  ଜଣା ପଡିଛି .  ପୋଲିସ୍ ପକ୍ଷରୁ  ମନ୍ଦିର ସୁରକ୍ଷା ବ୍ୟବସ୍ଥା  କରାଯିବ ବୋଲି ଜଣା ପଡିଛି ।

Exit mobile version