ଗାନ୍ଧୀ ବିଚାର ଧାରାର ସଂସ୍ଥା ଉପରେ ମୋଦି ସରକାରର ଆକ୍ରମଣକୁ କଂଗ୍ରେସର ନିନ୍ଦା

୩୧ ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର, ବାରାଣାସୀ ଠାରେ ସର୍ବସେବା ସଂଘର, ଜାତୀୟ ସର୍ବୋଦୟ ସାଧନା କେନ୍ଦ୍ରକୁ, ରେଳ ବିଭାଗ ଓ ଉତର ପ୍ରଦେଶ ସରକାରଙ୍କ ପୋଲିସ ବାହିନୀ ଯେଭଳି ଦଖଲକୁ ନେଲେ, ଏହାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସଭାପତି ଶରତ ପଟ୍ଟନାୟକ ଦୃଢ଼ ନିନ୍ଦା କରିବା ସହିତ ମୋଦି ସରକାର, ସରକାରକୁ ଆସିବା ପରେ ମହାତ୍ମା ଗାନ୍ଧୀଙ୍କ ନାମକୁ ନେଇ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ, ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଚଷମାକୁ ବ୍ୟବହାର କରି ଭାରତ ବର୍ଷର ଜନସାଧାରଣଙ୍କୁ ଏକ ଛଳନାତ୍ମକ ଭୂମିକା ଗ୍ରହଣ କରିଥିଲେ । କିନ୍ତୁ ୧୯୬୦ ଦଶକରୁ କାର୍ଯ୍ୟ କରୁଥିବା ୧୪ ଏକର ଜମିରେ ସର୍ବୋଦୟ ପ୍ରକାଶନ, ଶାନ୍ତିସେନା କାର୍ଯ୍ୟାଳୟ, ବାଲବାଡ଼ି, ପ୍ରାକୃତିକ ଚିକିତ୍ସା କେନ୍ଦ୍ର, ମ୍ୟୁଜିୟମ, ଲାଇବ୍ରେରୀ, ଖଦି ଭଣ୍ଡାର ଓ କର୍ମୀ ନିବାସକୁ ରେଳବାଇ କତୃପର୍କ୍ଷ ଯେଭଳି ଭାବରେ ଧ୍ୱଂସ ବିଧ୍ୱଂସ କଲେ ଏହା ପ୍ରତ୍ୟେକ ଗାନ୍ଧୀ ବିଚାରଧାରା ବ୍ୟକ୍ତିଙ୍କୁ ଆଘାତ ଦେଇଛି ।

ଏଠାରେ ଉଲ୍ଲେଖ୍ୟଯୋଗ୍ୟ ଯେ ମାମଲାଟି ଅଦାଲତରେ ଥିବା ବେଳେ ରେଳବାଇ ପୋଲିସ କତୃପର୍କ୍ଷ ସର୍ବୋଦୟ ପ୍ରକାଶନ ଓ ଲାଇବ୍ରେରୀର ୫ଲକ୍ଷ ପୁସ୍ତକ ଓ ମହାତ୍ମା ଗାନ୍ଧୀଙ୍କ ମୂର୍ତିକୁ ରାସ୍ତାକୁ ଫିଙ୍ଗିଦେବା ଓ ଏ ସରକାରର ମହାତ୍ମା ଗାନ୍ଧୀଙ୍କ ଛଳନା ପ୍ରୀତିର ଏକ ଉଦାହରଣ । ଏହି ଅନୁଷ୍ଠାନକୁ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ବାବୁ ଜଗଜ୍ଜୀବନ ରାମ ଶୁଭ ଦେଇଥିବା ବେଳେ, ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏହି ଅନୁଷ୍ଠାନକୁ ଲୋକାର୍ପଣ କରିଥିଲେ । ବିନୋବା ଜୟପ୍ରକାଶଙ୍କର ଏହି ସର୍ବସେବା ସଂଘ ସାରା ପୃଥିବୀରେ ଗାନ୍ଧୀ ବିଚାରଧାରା ଓ ଗାନ୍ଧୀଜୀଙ୍କର ରଚନାତ୍ମକ କାର୍ଯ୍ୟକ୍ରମକୁ ପ୍ରଚାର ପ୍ରସାର କରିଥାଏ ।

ଆଜି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ମୁଖପାତ୍ର ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କହିଲେ ଯେ ଉତର ପ୍ରଦେଶ ସରକାର, କେନ୍ଦ୍ର ସରକାର ଓ ରେଳବାଇ ବିଭାଗର ଏହି ଅମାନବୀୟ କାର୍ଯ୍ୟକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଦୃଢ଼ ବିରୋଧ କରିବା ସହ ନିନ୍ଦା କରୁଛି । ଭାରତବର୍ଷରେ କାର୍ଯ୍ୟ କରୁଥିବା ସମସ୍ତ ଗାନ୍ଧୀବାଦୀ ଅନୁଷ୍ଠାନର ନିଷ୍ପତି ସହ କଂଗ୍ରେସ ଦଳ ସମର୍ଥନ ଦେବ ବୋଲି ଡ. ଜ୍ଞାନେନ୍ଦ୍ର କହିଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋରଞ୍ଜନ ଦାଶ, କୃଷ୍ଣଚନ୍ଦ୍ର ପତି, ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

Exit mobile version