ଭିଜିଲାନ୍ସ ଜାଲରେ ଟିଡିସିସିଏଲର ବିମ (B M)

୩୧ ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :-> ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଟିଡିସିସିଏଲର ପୂର୍ବତନ ବିମ୍ ରୋହିତ କୁମାର ପରିଡ଼ା | ଭୁବନେଶ୍ବରକୁ ଯାଉଥିବା ବେଳେ ଚନ୍ଦ୍ରଗିରି ନିକଟରେ ବସ୍ ଅଟକାଇ ଭିଜିଲାନ୍ସ ଟିମ୍ ଧରିଛି । ତାଙ୍କଠାରୁ ନଗଦ ୫.୫୪ ଲକ୍ଷ ଟଙ୍କା ଜବତ କରାଯାଇଛି । ସୂଚନା ଅନୁସାରେ, ଓଡ଼ିଶା ଭିଜିଲାନ୍ସର ଏକ ଦଳ ୩୧ ତାରିଖ ଦିନ ଆର୍ ଉଦୟଗିରି ଟିଡିସିସିଏଲ (ଆଦିବାସୀ ବିକାଶ ସମବାୟ ନିଗମ ଲିମିଟେଡ)ର ପୂର୍ବତନ ବିଏମ୍ ରୋହିତ କୁମାର ପରିଡ଼ା

ଭୁବନେଶ୍ୱର ଅଭିମୁଖେ ଯାଉଥିବାବେଳେ ଯାତ୍ରା କରୁଥିବା ବସକୁ ଚନ୍ଦ୍ରଗିରିରେ ଅଟକାଇଥିଲା ଭିଜିଲାନ୍ସ । ତାଙ୍କ ନିକଟରୁ ନଗଦ ଟଙ୍କା ୫.୫୪ ଲକ୍ଷ ଟଙ୍କା ମିଳିଥିଲା। ଏତେ ପରିମାଣର ଟଙ୍କା ସେ କେଉଁଠୁ ଆଣିଲେ ବୋଲି ସେ ନେଇ ଅଧିକ ତଦନ୍ତ ଜାରି ରହିଛି। ଶ୍ରୀ ପରିଡ଼ାଙ୍କର ଏକକାଳୀନ ତିନିଟି ସ୍ଥାନରେ ଚଢ଼ାଉ ଜାରିରହିଛି ।

Exit mobile version