୩୧ ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ ସଦର :- ୪୨ ମୌଜା ଥାନା ଅନ୍ତର୍ଗତ ଶ୍ରୀରାମ କାଠଯୋଡ଼ି ନଦୀ କୂଳରେ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଓ ପରିବେଶ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି। ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡାଙ୍କୁ ଉତ୍ସାହିତ କରିବା ପାଇଁ ସିଲଭର ସିଟି କଟକ ଚାରିଟେବୁଲ ଟ୍ରଷ୍ଟ ଓ ହ୍ୟୁମାନି ଅର୍ଗାନାଇଜେଶନ ଫର୍ ପିପୁଲ୍ ଆଣ୍ଡ ଏନଭାର୍ଣ୍ଣମେଣ୍ଟ (ହୋପ) ମିଳିତ ଆନୁକୁଲ୍ୟରେ ରବିବାର ଏହି ପରିବେଶ ସୁରକ୍ଷା ଅଭିଯାନ ଅବସରରେ ଶତାଧିକ ବୃକ୍ଷରୋପଣ କରାଯାଇଛି।
ଏହି ଅବସରରେ ଦୁଇ ଅନୁଷ୍ଠାନର କର୍ମକର୍ତ୍ତା ଓ ସଦସ୍ୟମାନେ ନବକିଶୋରଙ୍କ ଦ୍ଵାରା ଦୀର୍ଘ ତିରିଶ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ସୃଷ୍ଟି ବନାନୀ ଅଞ୍ଚଳ ବୁଲିଦେଖିବା ସହିତ ଭୂୟସୀ ପ୍ରଶଂସା କରିଥିଲେ ଏବଂ ତାଙ୍କର ଏହି ନିରବଚ୍ଛିନ୍ନ ସାମାଜିକ ପ୍ରୟାସ ପାଇଁ “ପରିବେଶ ମିତ୍ର” ଭାବରେ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ। ଏହି ଅବସରରେ ଅଶୋକ ଦାସ, ଗୁରୁ ପ୍ରସାଦ ସାହୁ, ସୁଶାନ୍ତ ସାହୁ,
ପ୍ରଶାନ୍ତ ସାହୁ, ସୁଶିଲ ବାରିକ, ବିକାଶ ନାୟକ, ମାନସ ମହାନ୍ତି, ଚନ୍ଦନ ସାମନ୍ତରାୟ, ପ୍ରେମାନନ୍ଦ ପରିଡ଼ା, ଓମ୍ ପ୍ରକାଶ ପଣ୍ଡା ପ୍ରଭୃତି ୫୦ ରୁ ଅଧିକ କର୍ମକର୍ତ୍ତା ଓ ସଦସ୍ୟ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ବସନ୍ତ କୁମାର ପଣ୍ଡା, ଡ.ନିହାର ରଞ୍ଜନ ପଣ୍ଡା, ଚନ୍ଦନ ପଣ୍ଡା,ହେମନ୍ତ ଖଟୁଆ ଓ ଲିପୁ ପଣ୍ଡା ପ୍ରଭୃତି ଉପସ୍ଥିତ ରହି ସହଯୋଗ ଓ ମାର୍ଗଦର୍ଶନ କରିଥିଲେ।