ଚାନ୍ଦପୁର ପଞ୍ଚାୟତରେ ଚାନ୍ଦପୁର  ଥାନା ପକ୍ଷରୁ ଆମ ପୋଲିସ କାଯ୍ୟକ୍ରମ ଅନୁଷ୍ଠିତ

୩୧ ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଚାନ୍ଦପୁର :->  ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ମୁଖ୍ୟ ଅତିଥିଭାବେ ସରପଞ୍ଚ ରଂଜିତା ସେନାପତି ଯୋଗ ଦେଇ ଥିଲେ। ଚାନ୍ଦପୁର ଥାନା ଅଧିକାରୀ ଜଗଦୀଶ କର ମିଳି ମିଶି କାମ କଲେ ଶାନ୍ତି ବଜାୟ ରହିବ ବୋଲି କହିଛନ୍ତି। ଚାନ୍ଦପୁରରେ ଚୋରା ମଦ ବ୍ୟବସାୟ ରୋକ ଉପରେ ଗୁରୁତ୍ୱର ଦେଇଛନ୍ତି , ଅସମାଜିକ ଙ୍କୁ ସାବାଡ କରିବା ପାଇଁ ସେମାନଙ୍କ ଆଡା ସ୍ଥଳୀ ରେ ଚଢ଼ାଉ କରାଯିବ, ଚୋରି ଡକାୟତି ରୋକିବା ପାଇଁ ପେଟ୍ରୋଲିଙ୍ଗ ବ୍ୟବସ୍ଥା,

ଚାନ୍ଦପୁର ବଜାରରେ ଆମ୍ବୁଲାନ୍ସ ଓ ଦମକଳ ଗାଡ଼ି ଯିବାକୁ ଅସୁବିଧା ହେଉଥିବା ବେଳେ ବଜାରରେ ଗାଡ଼ି ପାର୍କିଙ୍ଗ ବ୍ୟବସ୍ଥା କଡାକଡି କରାଯିବବୋଲି ଆଲୋଚନା ହୋଇଛି ପୋଲିସ କ୍ରିୟାଶୀଳ ହେବାକୁ ପରାମର୍ଶ ଦେଇଛନ୍ତି । ଥାନାକୁ ଆସୁଥିବା ପ୍ରତ୍ୟକ ଅଭିଯୋଗ କୁ ନେଇ ମାମଲା ରୁଜୁ କରାଯିବା ଥାନାକୁ ଆସୁଥିବା ମହିଳା ମାନେ ଛୋଟ ଶିଶୁକୁ ମା ସ୍ଥନ୍ୟପାନ କରିବା ପାଇଁ ସ୍ୱତନ୍ତ୍ର ଘରର ବ୍ୟବସ୍ଥା,

ଥାନାକୁ ଆସୁଥିବା ଲୋକଙ୍କୁ ଭଲ ବ୍ୟବହାର କରିବା ଉପରେ ଆଲୋଚନା ହୋଇଛି। ଏହି ବୈଠକ ରେ ଚାନ୍ଦପୁର ସଭାପତି ସୁକାନ୍ତ ସେନାପତି, ବଣିକ ସଙ୍ଘ ସଭାପତି ନାଥୁମଲ୍ଲ ମହାରାଜି,ପରିବା ସଙ୍ଘ ସଭାପତି ପୂର୍ଣଚନ୍ଦ୍ର ସାହୁ,ପୂର୍ବତନ ଜିଲ୍ଲା ପରିଷଦ ବିଜୟ କେତନ ସାହୁ, ସରପଞ୍ଚ ରଞ୍ଜିତା ସେନାପତି ,ନ୍ୟାୟବ ସରପଞ୍ଚ ବିଜୟ କୁମାର ନାୟକ, ଗ୍ରାମ ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟ, ଅଙ୍ଗନବାଡି କର୍ମୀ,ଆଶା କର୍ମୀଙ୍କ ସମେତ ଚାନ୍ଦପୁରର କିଛି ବୁଦ୍ଧିଜୀବୀ  ଉପସ୍ଥିତ ରହିଥିଲେ। ଶେଷରେ ଏ ଏସ ଆଇ ରମେଶ ଚନ୍ଦ୍ର ବେହେରା ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ ।

Exit mobile version