୨୦୨୪ ସାଧାରଣ ନିର୍ବାଚନ କୁ ନେଇ କଟକରେ ବିଜେଡି ପକ୍ଷରୁ ରଣନିତୀ ଆରମ୍ଭ

୩୧ ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ୨୦୨୪ ସାଧାରଣ ନିର୍ବାଚନରେ ପୁନର୍ବାର କ୍ଷମତା ହାତେଇବା ପାଇଁ ବିଜେଡ଼ି ଦଳ ପକ୍ଷରୁ ନିର୍ବାଚନୀ ରଣନୀତି ପ୍ରସ୍ତୁତି ବୈଠକ ଆରମ୍ଭ ହୋଇଗଲାଣି । ବାରବାଟି କଟକ ନିର୍ବାଚନ ମଣ୍ଡଳୀ ପରେ ଚୌଦ୍ଵାର କଟକ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ଏକ କାର୍ଯ୍ୟକାରିଣୀ ବୈଠକ ,

କଟକ ଚାଉଳିଆଗଞ୍ଜ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଟକ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବିଶିଷ୍ଟ ଅତିଥି ଭାବେ ସାଂସଦ ଭର୍ତ୍ଵହରି ମହତାବ,କଟକ ଜିଲ୍ଲା ବିଜେଡି ସଭାପତି ଦେବାଷିଶ ସାମନ୍ତରାୟ, କଟକ ମେୟର ସୁବାଷ ସିଂ, ଚୌଦ୍ୱାର କଟକ ବିଧାୟକ ଶୌଭିକ ବିଶ୍ବାଳ, ,କଟକ ସଦର ଵିଧାୟକ ଚନ୍ଦ୍ର ସାରଥୀ ବେହେରା ପ୍ରମୁଖ ଅନେକ ଦଳୀୟ କର୍ମୀ ,

କର୍ପୋରେଟର ମାନେ ଯୋଗଦାନ କରିଥିଲେ ।କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଚୌଦ୍ଵାର କଟକର ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଂଜନ ବିଶ୍ବାଳ ।  ଆଗାମୀ ଦିନରେ ସମସ୍ତେ ଏକ ହୋଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବା ସହ, ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ଏହି କାର୍ଯ୍ୟକ୍ରମ ରେ ଗୁରୁତ୍ୱାରୋପ କରାଯାଇଥିଲା ।

Exit mobile version