ଚିଲିକାକୁ ମାଛ ମାରିବାକୁ ଯାଇ ବ୍ରଜ ଘାତରେ ବାପ, ପୁଅ ମୃତ୍ୟୁ

୩୧ ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଲୁଗାଁ :- ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଥାନା ଚିଲିକା ଭିତରେ ଘଟିଯାଇଛି ଏକ ଦୁଃଖଦ ଘଟଣା l ଚିଲିକାକୁ ମାଛ ଧରିବା ପାଇଁ ଯାଇଥିବା ବେଳେ ବଜ୍ରଘାତରେ ବାପ ପୁଅଙ୍କର ମୃତ୍ୟୁ ହୋଇଛି l ସୂଚନା ଅନୁଯାଇ ମସ୍ଚ୍ୟଜୀବି ମାନେ ନିଜର ଜୀବିକା ପାଇଁ ଚିଲିକା ଉପରେ ନିର୍ଭର କରିଥାନ୍ତି l l ଦୈନଦିନ ଭଳି ନିଜର ପରିବାର ପ୍ରତିପୋଷଣ ପାଇଁ ଗତକାଲି ରବିବାର ଅପରାହ୍ନ 4 ଟା ସମୟରେ ନିଜର ଏକ ଛୋଟ ଡଙ୍ଗାରେ ବାଲୁଗାଁ ଏନଏସି ଅନ୍ତର୍ଗତ ଚିଲିକା କୂଳ ଶାନ୍ତିନଗର ବାସିନ୍ଦା ବିଧାନ ବିଶ୍ୱାସ ବୟସ (୬୦) ଓ ତାଙ୍କ ପୁଅ ଉତ୍ତମ ବିଶ୍ୱାସ ବୟସ (୩୦) ଚିଲିକା ମଧ୍ୟକୁ  ମାଛ ଧରିବା ପାଇଁ ଯାଇଥିଲେ।

ବାଲୁଗାଁ ଚିଲିକା ପେଣ୍ଠସ୍ଥଳ ଠାରୁ ମାତ୍ର ପାଞ୍ଚ ଶହ ମିଟର ଦୂରରେ ମାଛ ମାରିବା ସମୟରେ ରାତି ପ୍ରାୟ 11 ଟା ବେଳେ ମେଘୁଆ ବର୍ଷା ରାତିରେ ବି ଘଡଘଡି ଶହ ଏକ ବଡ ଧରଣର ବ୍ରଜ ପାତ ହୋଇଥିଲା। ଫଳରେ ନିରାଶ୍ରୟ ଚିଲିକା ଜଳରାଶି ମଧ୍ୟରେ ଵିଧାନ ବିଶ୍ୱାସ ଓ ପୁଅ ଉତ୍ତମ ବିଶ୍ୱାସଙ୍କ ଶରୀରରେ ଗଭୀର ଆଘାତ ଲାଗିଥିଲା ବେଳେ ଘଟଣାସ୍ଥଳରେ ହିଁ ବାପ ପୁଅଙ୍କ ମୃତ୍ୟୁ ହୋଇଥିଲା।ମାଛ ମାରି ସୋମବାର ସକାଳେ ଘରକୁ ନ ଫେରିବାରେ ଘର ର ପରିବାର ଲୋକ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲେ l କୌଣସି ଏକ ମ୍ୟସ୍ଚ୍ୟଜୀବିଙ୍କ ଠାରୁ ଖବର ପାଇ ଗ୍ରାମର କେତେକ ଲୋକ ପାଞ୍ଚୋଟି ଡଙ୍ଗାରେ ଖୋଜିବା ପାଇଁ ଚିଲିକା ମଧ୍ୟ୍ୟକୁ ଯାଇ ଖୋଜିବାରେ ଉଭୟଙ୍କ ଶବ ଚିଲିକା ମଧ୍ଯରୁ ଉଦ୍ଧାର କରି

ଶାନ୍ତି ନଗର ନିଜ ଗ୍ରାମରେ ଆଣି ରଖିଥିଲେ।ପୂର୍ବରୁ ମୃତ ଉତ୍ତମଙ୍କ ଦୁଇଟି କନ୍ୟା ସନ୍ତାନ ଥିବାବେଳେ କିନ୍ତୁ ଗତ ରବିବାର ରାତି 11 ଟା ସମୟରେ ଉତ୍ତମଙ୍କ ସ୍ତ୍ରୀ ସୋନାଲି ବିଶ୍ୱାସ ଆଉ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ l ଶାନ୍ତିନଗରରେ ଏକ ପ୍ରକାର ଶୋକାକୁଳ ଅବସ୍ଥାରେ ଗତି କରୁଥିବା ବେଳେ ପରିବାରର ବାପ ଓ ପୁଅଙ୍କ ଅକାଳ ବିୟୋଗ ସାଧାରଣରେ ଆଶ୍ଚର୍ଯ୍ୟ କରିଛି । ବାଲୁଗାଁ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଦୁଇଙ୍କୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଏହି ବଙ୍ଗୀୟ ପରିବାରର କେହି ହେଲେ ସାହାଭରସା ନଥିବା ବେଳେ ସରକାରଙ୍କ ସହାୟତା ଯୋଗାଇ 

Exit mobile version