ୟୁ.ସି.ସି ଆଇନ କୁ ବିରୋଧ କରି ଅଗଷ୍ଟ ୭ ତାରିଖ ଭାରତ ବନ୍ଦ ଡାକରାକୁ ହିନ୍ଦୁ ରାଷ୍ଟ୍ରୀୟ ଏକତା ସୁରକ୍ଷା ମଞ୍ଚ ବିରୋଧ କରିବ

୩୧ ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :- ପାରଳାଖେମୁଣ୍ଡି:୩୦/୭(ଗରୁଡ଼ ଧ୍ଵଜଚୌଧୁରୀ)ୟୁ.ସି.ସି (ସମାନ ନାଗରିକ ଅଧିକାର)କୁ ବିରଧ ଆଳରେ ଅଗଷ୍ଟ ୭ ତାରିଖରେ ଭାରତ ବନ୍ଦ ଡାକରା ଦେଇଛି ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ । ଏହି ବନ୍ଦ ଡାକରା ରେ ୨୧ଟି ଦାବିରହିଛି ସେଥି ମଧ୍ୟରୁ ୯ଟି ସ୍ଥାନରେ ହିନ୍ଦୁ ବିରୋଧୀ ବିଷୟରେ ଉଲ୍ଲେଖ ରହିଛି ।ତେଣୁ ହିନ୍ଦୁ ବିରୋଧୀ ଭାରତ ବନ୍ଦକୁ ଗଜପତି ଜିଲ୍ଲା ମୋହନା ସଦର ମହକୁମାରେ ସମସ୍ତ ଅଞ୍ଚଳ ବାସୀ, ଏହି ଭାରତ ବନ୍ଦ କୁ ବିରୋଧ କରାଯିବ ବୋଲି ଚେତାନୀ ଦେଇଛି ।

ରାଷ୍ଟ୍ରୀୟ ଏକତା ସୁରକ୍ଷା ମଞ୍ଚ ତରଫରୁ ମୋହନା ଶିବ ମନ୍ଦିରରେ ରାଷ୍ଟ୍ରୀୟ ଏକତା ସୁରକ୍ଷା ମଞ୍ଚ ପକ୍ଷରୁ ବହୁ ସମାବେଶ ଜନ ଗହଳି ଦେଖିବାକୁ ମିଳିଥିଲା। ଏଥିରେ ହିନ୍ଦୁ ବିରୋଧୀ ଓ ରାଷ୍ଟ୍ରୀୟ ବିରୋଧୀ ଭାରତ ବନ୍ଦ ଡାକରାକୁ ଦୃଢ ବିରଧ କରାଯାଇଛି । ତେଣୁ ରାଷ୍ଟ୍ରୀୟ ଶକ୍ତିର ଷଡଯନ୍ତ୍ର ରେ କିଛି ଖଳପ୍ରକୃତିର ଲୋକ(ୟୁ ସିସି) କୁ ବିରୋଧୀ ଆଳରେ ଜାତି ଜାତି ଓ ଧର୍ମ ଧର୍ମ ମଧ୍ୟରେ ବିଶୃଖଳା ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି। ତେଣୁ ଏହିଭଳି କାର୍ଯ୍ୟରୁ ସେମାନଙ୍କୁ ନୀରବ ରୁହନ୍ତୁ ବୋଲି ମଞ୍ଚ ପକ୍ଷରୁ ଦାବିକରିବା ସହ ଯଦି ଏଥିରୁ କ୍ଷାନ୍ତ ନହେଲେ ପରବର୍ତ୍ତୀ ସ୍ଥିତି ଭୟଙ୍କାର ହେବବୋଲି ମଞ୍ଚ ପକ୍ଷରୁ କୁହାଯାଇଛି । ଏଥି ପାଇଁ ପ୍ରଶାସନ ଦାୟୀ ରହିବେ ବୋଲି ମଞ୍ଚ ପକ୍ଷରୁ ଚେତବନୀ ଦେଇଛି।

ଶିବ ମନ୍ଦିରରେ ସମାବେଶପରେ,ଶୋଭାଯାତ୍ରାରେ ବାହାରି ମୋହନା ବଜାର ପରିକ୍ରମା କରି ଥାନା ସମ୍ମୁଖରେ ପଦର୍ଶନ କରାଯାଇଥିଲା। ଏହାକୁ ଜିଲ୍ଲାପାଳ ଙ୍କୁ ଏବଂ ଏସ.ପିଙ୍କ ଉଦ୍ଦେଶ୍ୟରେ ମୋହନା ଥାନା ଇନ୍ସପେକ୍ଟର କୃଷ୍ଣ ଚନ୍ଦ୍ର ମଲ୍ଲିକଙ୍କ ଜରିଆରେ ସ୍ମାରପତ୍ର ପ୍ରଦାନ କରାଯାଇଥିଲା। ଏହି ସମାବେଶରେ ରାଷ୍ଟ୍ରୀୟ ଏକତା ସୁରକ୍ଷା ମଞ୍ଚର ସଂଘଠକ ତରଣି ସେନା ଦାସ, ପ୍ରସାନ୍ତ କୁମାର ମଲ୍ଲିକ,ଶିବରାମ ସୁଆର, କୈଳାଶ ରଣଜିତ୍,ରବୀନ୍ଦ୍ର ମଳିକ, ପ୍ରଭାକର ମଳିକ,ନାରଦ ମଳିକ, ପ୍ରମୁଖ ଉପସ୍ଥିତ ଥିଲେ।

Exit mobile version