ନୂଆଗାଁ ଥାନାରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

୨୯ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ପରିସରରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି. । ଅବସରପ୍ରାପ୍ତ ଶିକ୍ଷକ ପତିତ ପାବନ ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ନୂଆଗାଁ ଥାନା ଅଧିକାରୀ ନାରାୟଣ ଚନ୍ଦ୍ର ଲେଙ୍କାଙ୍କ ସମେତ ଏସ ଆଇ ପୁରୁଷୋତ୍ତମ ପ୍ରଧାନ,ତାନସେନ ବେହେରା,ଏ ଏସ ଆଇ ଜଗନ୍ନାଥ ଜେନା,ମନୋରଞ୍ଜନ ଦେହୁରୀ ଙ୍କ ସମେତ ନୂଆଗାଁ, କୋରଡ଼ା, ମହୀପୁର ପଞ୍ଚାୟତର ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ । ପୂର୍ଵ ବୈଠକ ର ବିବରଣୀ ପାଠ କରିଥିଲେ ଅବସରପ୍ରାପ୍ତ ଶିକ୍ଷକ ଦେବରାଜ ଖଣ୍ଡୁଆଳ ।

ଏହି ବୈଠକ ର ମୁଖ୍ୟ ଉଦେଶ୍ୟ ପୋଲିସ ଓ ଜନସାଧାରଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ହେବ ସହିତ ଗ୍ରାମ ମାନଙ୍କରେ ଆମ ପୋଲିସ ସମିତି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କରିବା ଉପରେ ଭାରପ୍ରାପ୍ତ ଅଧିକାରୀ ସୂଚନା ଦେଇଥିଲେ । ଏହି ବୈଠକ ରେ ଅଞ୍ଚଳର ସମସ୍ୟା ବିଷୟରେ ଆଲୋକ ପାତ କରାଯାଇଥିଲା । ଶବ୍ଦ ପ୍ରଦୂଷଣ,ଗାଡି ପାର୍କିଂ,ଜନବହୁଳ ସ୍ଥାନରେ ଅପରିଷ୍କାର କୁ ରୋକିବା ,ଖୁଲମଖୁଲା ମାଦକ ଦ୍ରବ୍ୟ ବ୍ୟବହାର ରୋକିବା, ନାବାଳକ ଗାଡି ଚାଳନା ରୋକିବା ,ଡ୍ରାଇଭିଂ ଲାଇସେନ୍ସ, ସ୍ୱଛତା, ଦ୍ରୁତ ଗାଡି ଚାଳକ ଉପରେ ରୋକ, ଥାନା ପରିସରକୁ ସ୍ୱଛତା ଆଣିବା,ସଡ଼କ ସୁରକ୍ଷା ଉପରେ ବିଭିନ୍ନ କାର୍ଯ୍ୟକ୍ରମ କରିବା ଆଦି ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।ପରିଶେଷରେ ଅବସରପ୍ରାପ୍ତ ଶିକ୍ଷକ ଦେବରାଜ ଖଣ୍ଡୁଆଳ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version