ମୋହନା ପୋଲିସ ଓ୍ବାରେଣ୍ଟ ବଳରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି

୨୯ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ମୋହନା ପୋଲିସ ଓ୍ବାରେଣ୍ଟ ବଳରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେଥି ମଧ୍ୟରୁ ଢେପଗୁଡାର ଲିମ୍ବନା ଗମାଙ୍ଗ, ରାଜେନ୍ଦ୍ର ବଡରଇତ ଏବଂ ଅଶ୍ବିନୀ ଦଳବେହେରା ଗଞ୍ଜେଇ ମାମଲାରେ ଗିରଫ ହୋଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ମାଳବିଷୋୟୀ ଜେଲରୁ ଖସିଯାଇ ଫେରାର୍ ଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ।

୧୯୯୮ରେ ଏକ ଘରୋଇ କହଳ ମାମଲାରେ ପୂଣ୍ଣଚନ୍ଦ୍ର ଗିରଫ ହୋଇ ଆର,ଉଦୟଗିରି ସବଜେଲରେ ଥିଲେ । ସେହି ବର୍ଷ ଡିସେମ୍ବରରେ ଜେଲ୍ ଉପରେ ହୋଇଥିବା ମାଓବାଦୀ ଆକ୍ରମଣ ସମୟରେ ମାଓବାଦୀ ନେତାଙ୍କ ସହ ପୂଣ୍ଣଚନ୍ଦ୍ର ମଧ୍ୟ ଖସିଯାଇ ଫେରାର୍ ଥିଲେ ।

Exit mobile version