ହାଇଯାକ ହେଲେକି ନୁର୍ତ୍ତାଙ୍ଗ ବିଜେପି ସମର୍ଥିତ ସରପଞ୍ଚ ପାର୍ଥି …? ମଣ୍ଡଳ ସ୍ତରୀୟ ସଭାକୁ ନଆସିବା ଘଟଣାକୁ ନେଇ ଦ୍ଵନ୍ଦରେ ଭୋଟର

ନୁର୍ତ୍ତାଙ୍ଗ ପଂଚୟତର ବିଜେପି ଭୋଟର ମାନେ ଏବେଠାରୁ ଦ୍ଵନ୍ଦରେ ପଡ଼ିଗଲେଣି ରଞ୍ଜିତ କାହାର …?  “ବିଜେପି, କଂଗ୍ରେସ,

ଏବେ ଠାରୁ ନୁର୍ତ୍ତାଙ୍ଗ ଭୋଟର ସଚେତନ ନହେଲେ ଦୁଇ ଡଙ୍ଗାରେ ପାଦ ଥାପି ଥିବା ସରପଞ୍ଚ ପାର୍ଥି ସ୍ୱାର୍ଥ ହାସଲ ପରେ ସମସ୍ତଙ୍କ ପାଇଁ ବୁମେରାଙ୍ଗ ହେବେ ବୋଲି ବୁଦ୍ଧିଜୀବି ମତ ଦେଇଛନ୍ତି,

୨୯ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ମାହାଙ୍ଗା :-> ମାହାଙ୍ଗା ଡବଲ ମର୍ଡର ଘଟଣାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ସ୍ବର୍ଗତ କୁଳମଣି ବରାଳ ଙ୍କ କନିଷ୍ଟ ପୁତ୍ରରଞ୍ଜିତ ବରାଳ ଯିଏ କି ଏବେ ନୁର୍ତ୍ତାଙ୍ଗ ସରପଞ୍ଚ ଉପନିର୍ବାଚନ ପାଇଁ ବଜେପି ସମର୍ଥନରେ ପ୍ରତିଦ୍ବନ୍ଦିତା କରୁଛନ୍ତି, ରଞ୍ଜିତ ବିଜେପି ନେତୃମଣ୍ଡଳୀଙ୍କ ଉପସ୍ଥିତିରେ ଏକ ବିରାଟ ପଟୁଆରରେ ମାହାଙ୍ଗା ପଂଚାୟତ ସମିତି କାର୍ଯ୍ୟାଳୟକୁ ଆସି ନାମାଙ୍କନ ପତ୍ର ଦାଖଲ କରିଥିଲେ, ସମସ୍ତେ ଜାଣିଛନ୍ତି ରଞ୍ଜିତ ବିଜେପି ଦଳର ପାର୍ଥି, ହେଲେ ଗତ କାଲି ଜଳଶ୍ବରପୁର ଠାରେ ହେଉଥିବା ବିଜେପି ମଣ୍ଡଳ ସ୍ତରୀୟ ସାଧାରଣ ସଭାରେ ବିଜେପି ନେତା ସାରଦା ପ୍ରଧାନ, ଜିଲ୍ଲା ବିଜେପି ମହିଳା ସଭାନେତ୍ରୀ ଯାଜ୍ଞସେନି ଜେନା ସମେତ ସମସ୍ତ ପଂଚୟତର କର୍ମକର୍ତା ଓ କର୍ମୀ ମାନେ ଉପସ୍ଥିତ ରହିଥିଲେ, ହେଲେ ସଭାରେ ରଞ୍ଜିତ କିମ୍ବା ତାଙ୍କ ସମର୍ଥକ ମାନଙ୍କ ଦେଖା ନମିଳିବା ଘଟଣା ମାହାଙ୍ଗା ବିଜେପି କର୍ମୀ ମାନଙ୍କୁ ଚକିତ କରିଛି,

ରଞ୍ଜିତଙ୍କ ପିତା କୂଳମଣୀଙ୍କୁ ହତ୍ୟା କରାଯିବା ଘଟଣା ପରେ ତାଙ୍କ ଘରକୁ ସରଦାଙ୍କ ନେତୃତ୍ୱରେ କେନ୍ଦ୍ରୀୟ ବିଜେପି ନେତା ଓ ମନ୍ତ୍ରୀ ମାନେ ଦୁଇ ମାସ ପର୍ଯ୍ୟନ୍ତ ଘନ ଘନ ଗ୍ରସ୍ତ କରି କୂଳମଣୀଙ୍କ ହତ୍ୟାକୁ ନିନ୍ଦା କରିବା ସହ ରାଜ୍ୟ ରାଜନୀତିରେ ତୁମ୍ବି ତୋଫାନ କରିଥିବାବେଳେ ବିରୋଧୀ କଂଗ୍ରେସ ମଧ୍ୟ ଏହି ଘଟଣାକୁ ନେଇ ରାଜନୀତି ଆରମ୍ଭ କରିଦେଇଥିଲା, ଉଭୟ କଂଗ୍ରେସ ଓ ବିଜେପି ଏଥିନେଇ ଶାସକ ଦଳକୁ ଘେରିବା ସହ ବିଭିନ୍ନ ଆରୋପ ଲଗାଇଥିଲେ, ଏହି ଘଟଣାକୁ ନେଇ କୂଳମଣୀଙ୍କ ବଡ଼ ପୁତ୍ର ରମାକାନ୍ତ ସରପଞ୍ଚ ପାର୍ଥି ହୋଇ ବିଜୟୀ ହୋଇଥିଲେ, କିନ୍ତୁ ଅସୁସ୍ଥତା ଯୋଗୁଁ ତାଙ୍କର ପରଲୋକ ହୋଇଯିବାରୁ ଏବେ ଉପନିର୍ବାଚନ ହେଉଛି, ଆଉ ବାପା ଓ ବଡଭାଇ ଅନ୍ତେ ଏବେ ସାନଭାଇ ରଞ୍ଜିତ ରାଜନୀତିରେ ପାଦ ଥାପି ସରପଞ୍ଚ ପାଇଁ ଲଢ଼ୁଛନ୍ତି, ଯାହାଙ୍କ ପାଇଁ ବିଜେପି ମାହାଙ୍ଗା ରେ ଜି ଯାନ ଲଗାଇଦେଇ ବିଜେଡି ରାଜନୀତିକୁ ଦୋହଲାଇ ଦେଇଥିଲା ସେଇ ପରିବାରର ପୁଅ ରଞ୍ଜିତ କଣ ପାଇଁ ବିଜେପି ସଭାକୁ ଆସିଲେଣି ସେଥିନେଇ ସାଧାରଣ ଭୋଟର ଙ୍କ ମଧ୍ୟରେ ଦ୍ଵନ୍ଦ ସୃଷ୍ଟି ହୋଇଛି,

ରଞ୍ଜିତ କେଉଁ ଦଳର ବିଜେପି ନା କଂଗ୍ରେସ ଦଳର, ଗୋଟେ ପଟେ ବଜେପି ସଭା ବର୍ଜନ କରିବା ଓ ଅନ୍ୟ ପଟେ କିଛି ଅନ୍ୟ ଦଳର ନେତାଙ୍କୁ ନେଇ ନିଜ ଘରେ ଗୁପ୍ତ ବୈଠକ କରି ନିର୍ବାଚନ ବୈତରଣୀ ପାର ହେବାକୁ ଯୋଜନା କରିବା ଘଟଣା ଏବେ ବିଜେପି ମହଲରେ ଗୁଞ୍ଜରଣ ସୃଷ୍ଟି କରିଛି, ରଞ୍ଜିତ ବଜେପି ପାର୍ଥି ବୋଲି ଦଳୀୟ ନେତା ମାନେ ସଭାରେ ଡିଣ୍ଡିମ ପିଟୁଥିବାବେଳେ ଜଣେ କଂଗ୍ରେସ ନେତା ରଂଜିତଙ୍କ ସହ ଭିତିରି ବୁଝାବଣା କରି ନିଜ ଆୟତରେ ରଖି ରାଜନୈତିକ ଫାଇଦା ନେବାକୁ ସମ୍ପୂର୍ଣ ଯୋଜନା କରିଛି ବୋଲି ସାଧରଣରେ ଶୁଣିବାକୁ ମିଳୁଛି, କାଳେ ବିଜେପି ନେତାଙ୍କ ଗୁମର ଖୋଲିଯିବ ସେଥିନେଇ ରଞ୍ଜିତ ବ୍ୟକ୍ତିଗତ କାରଣ ପାଇଁ ବିଜେପି ସଭାକୁ ଆସିପାରିନଥିବା କହି ବୁଲୁଛନ୍ତି, ପ୍ରକୃତରେ ରଞ୍ଜିତ କୁ ଭିତରେ ଭିତରେ ଅନ୍ୟ ଦଳର ନେତା ହାଇଯାକ କରିନେଇନାହାନ୍ତି ତ..? , ଏପରି ସ୍ଥଳେ ନୁର୍ତ୍ତାଙ୍ଗ ପଂଚୟତର ବିଜେପି ଭୋଟର ମାନେ ଏବେଠାରୁ ଦ୍ଵନ୍ଦରେ ପଡ଼ିଗଲେଣି ରଞ୍ଜିତ କାହାର ,

ଏପରି ସ୍ଥଳେ ମାହାଙ୍ଗା ବିଜେପି ମୁଖିଆଙ୍କ ପାରିବା ପାଣିଆକୁ ନେଇ ସାଧାରଣରେ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି, ଶୁଣିବାକୁ ମିଳୁଛି ରଞ୍ଜିତ କୁ ବିଜେପି ଆମ ପାର୍ଥି କହୁଥିବା ବେଳେ କଂଗ୍ରେସ ଆମର ବୋଲି କହୁଥିବା ଶୁଣିବାକୁ ମିଳୁଛି, ଏହି ଘଟଣାରୁ ଯାହା ସ୍ପଷ୍ଟ ହେଉଛି ମାହାଙ୍ଗା ବ୍ଲକ ରେ ଏବେ ବିଜେପି ଓ କଂଗ୍ରେସ ଭାଇ ଭାଇ ବୋଲି ପରିଚୟ ଦେଉଥିବା ଆଲୋଚନା ହେଉଛି, ଏବେ ଠାରୁ ନୁର୍ତ୍ତାଙ୍ଗ ଭୋଟର ସଚେତନ ନହେଲେ ଦୁଇ ଡଙ୍ଗାରେ ପାଦ ଥାପି ଥିବା ସରପଞ୍ଚ ପାର୍ଥି ସ୍ୱାର୍ଥ ହାସଲ ପରେ ସମସ୍ତଙ୍କ ପାଇଁ ବୁମେରାଙ୍ଗ ହେବେ ବୋଲି ବୁଦ୍ଧିଜୀବି ମତ ଦେଇଛନ୍ତି, ବେଳ ଥାଉ ଥାଉ ନୁର୍ତ୍ତାଙ୍ଗ ଭୋଟର ସଚେତନ ନହେଲେ ଆଗକୁ ମହାଭାରତ ପରି ଘୋର କଳିକାଳ ସୃଷ୍ଟି ହେବ ବୋଲି ଚର୍ଚ୍ଚା ଧରିଛି, କଂଗ୍ରେସ ଓ ବିଜେପି ଜଣେ ପାର୍ଥିଙ୍କୁ ନିଜର ନିଜର କହି ବୁଲୁଥିବାବେଳେ ବିଜେଡି ସମର୍ଥିତ ପାର୍ଥିଙ୍କୁ ଉପନିର୍ବାଚନରେ ଅଧିକ ସମର୍ଥନ ମିଳିବା ଏକ ପ୍ରକାର ସ୍ପଷ୍ଟ ହୋଇଛି.

Exit mobile version