ପୂର୍ବ ଶତ୍ରୁତାରୁ ନବ ଦାସଙ୍କୁ ହତ୍ୟା କରିଛି : ଗୋପାଳ ଦାସ

ପରୀକ୍ଷା ସମୟରେ ସେ କହିଥିଲେ ଯେ ମନୋଜ ବାରିଆ ନାମକ ଜଣେ ବ୍ୟକ୍ତି ତାଙ୍କୁ କହିଥିଲେ ଯେ ନବ ଦାସ ତାଙ୍କ ଉପରେ ରାଗିଛନ୍ତି ।  

୨୮ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-  ନବ ଦାସଙ୍କଠୁ ନିଜ ଜୀବନ ପ୍ରତି ବିପଦ ଥିଲା, ତେଣୁ ଅଭିଯୁକ୍ତ ଗୋପାଳ ହତ୍ୟା କରିଛି’. ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କଠୁ ନିଜ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ତାଙ୍କୁ ହତ୍ୟା କରିଛି ଅଭିଯୁକ୍ତ ଗୋପାଳ ଦାସ । ପଲିଗ୍ରାଫ୍ ରିପୋର୍ଟରୁ ଏହା ଜଣାପଡ଼ିଛି । ପଲିଗ୍ରାଫ୍ ଟେଷ୍ଟ ବେଳେ ଅଭିଯୁକ୍ତ ଗୋପାଳ ଦାସ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆଣିଛି । ପରୀକ୍ଷା ସମୟରେ ସେ କହିଥିଲେ ଯେ ମନୋଜ ବାରିଆ ନାମକ ଜଣେ ବ୍ୟକ୍ତି ତାଙ୍କୁ କହିଥିଲେ ଯେ ନବ ଦାସ ତାଙ୍କ ଉପରେ ରାଗିଛନ୍ତି ।

ତାଙ୍କ ଗାଡ଼ିକୁ ଅଟକାଇ ସମର୍ଥକଙ୍କୁ ତାଗିଦ୍ କରିବାରୁ ନବ ଦାସ ତାଙ୍କ ଉପରେ ରାଗି ଯାଇପାରନ୍ତି ବୋଲି ମନୋଜ ତାଙ୍କୁ କହିଥିଲେ । ନବ ଦାସଙ୍କ ଠାରୁ ଜୀବନ ପ୍ରତି ବିପଦ ଆଶଙ୍କା କରି ସେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ହଟାଇବା ପାଇଁ ଯୋଜନା ଆରମ୍ଭ କରିଥିଲେ ବୋଲି ପଲିଗ୍ରାଫ୍ ରିପୋର୍ଟରୁ ଜଣାପଡ଼ିଛି । ଗୋପାଳ ପ୍ରକାଶ କରିଛି ଯେ ନବ ଦାସକୁ ଯଦି ସେ ହତ୍ୟା କରି ନ ଥାଆନ୍ତା, ତା’ହେଲେ ଶେଷରେ ତାଙ୍କୁ ନିପାତ କରିଥାଆନ୍ତା । ଗୋପାଳ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ସେ ପୂର୍ବରୁ ଦୁଇ ଦୁଇ ଥର ନବ ଦାସଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ ।

ଉଲ୍ଲେଖଯୋଗ୍ୟ, ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ନିକଟରେ ଅଭିଯୁକ୍ତ ଗୋପାଳ ଦାସ ନିଜର ଅପରାଧ ସ୍ୱୀକାର କରିବାକୁ ରାଜି ବୋଲି କୋର୍ଟରେ କହିଛି । ଏବେ ଚାର୍ଜ ଫ୍ରେମ ବେଳେ ନିଜ ଅପରାଧ ବାବଦରେ ସେ କହିବେ । ଏହି ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ନିକଟରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା । ଯେଉଁଥିରେ ସେ ଉଲ୍ଲେଖ କରାଯାଇଛି ଯେ ପୂର୍ବ ଶତ୍ରୁତାରୁ ନବ ଦାସଙ୍କୁ ହତ୍ୟା କରିଛି ଗୋପାଳ ଦାସ ।

Exit mobile version