ଶୋଭନୀୟ ଶିକ୍ଷାଶ୍ରମରେ ରୂା ଦାଶଙ୍କର ‘ଲିଡ଼୍‌ହର୍‌’ ପୁସ୍ତକ ଲୋର୍କାିତ

୨୭ ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- ବିଡ଼ାନାସୀସ୍ଥିତ ଆନ୍ତର୍ଜାତିକ ଶୋଭନୀୟ ଆନ୍ଦୋଳନର ର୍କ୍ୟାାଳୟ ଏବଂ ଶୋଭନୀୟ ଶିକ୍ଷାଶ୍ରମ ପରିସରରେ ୱାର୍ଲ୍ଡ ଓମ୍ୟାନ୍ ଫାଉଣ୍ଡେସନ୍‌ର ମୁଖ୍ୟ ର୍କ୍ୟାନିର୍ବାହୀ ଅଧିକାରୀ ରୂପା ଦାଶଙ୍କର ଇଂରାଜୀ ଭାଷାରେ ଲିଖିତ ପୁସ୍ତକ ‘ଲିଡ଼୍‌ହର୍‌’ ନିକଟରେ ଲୋର୍କାିତ ହୋଇଯାଇଛି । ଯୁକ୍ତରାଷ୍ଟ୍ର ଆମେରିକାର ଲସ୍‌ଏଞ୍ଜେଲ୍‌ସ ନିବାସୀ ଶିଳ୍ପଦ୍ୟୋଗୀ ଏବଂ ନାରୀନେତ୍ରୀ ରୂା ଦାଶ ସାରା ବିଶ୍ୱର ଷାଠିଏ ଜଣ ମହୀୟସୀ ମହିଳା, ନିଜର ଗଭୀର ନିଷ୍ଠା ଏବଂ କଠିନ ପରିଶ୍ରମ ବଳରେ କିଭଳି ତୃଣମୂଳସ୍ତରରୁ ଉଠି ସଫଳତାର ଶୀର୍ଷ ଛୁଇଁଛନ୍ତି, ତାହାର ସତ୍ୟ କାହାଣୀ ଏହି ବହିରେ ଉଲ୍ଲେଖ କରିଛନ୍ତି ।

ଲୋର୍କାଣ ଉତ୍ସବରେ ମୁଖ୍ୟ ଉଦ୍ୟୋକ୍ତା ତଥା ଶୋଭନୀୟ ଆନ୍ଦୋଳନର ନିର୍ଦ୍ଦେଶିକା ଓ ସମ୍ପାଦିକା ଡ. ଅରୁନ୍ଧତୀ ଦେବୀ ସଭାତିତ୍ୱ କରି ଏହି ଅନନ୍ୟ ଏବଂ ଅତୁଳନୀୟ ପୁସ୍ତକଟି ଝିଅମାନଙ୍କ ମଧ୍ୟରେ ପ୍ରଚୁର ଆତ୍ମବିଶ୍ୱାସ ଜାଗ୍ରତ କରିବ ବୋଲି ଦମ୍ଭ ପ୍ରକାଶ କରିଥିଲେ । ଏହି ବହିର ସମସ୍ତ ଅଳଙ୍କରଣ ଶ୍ରୀମତୀ ରୂା ଦାଶଙ୍କର ଚଂମ ଶ୍ରେଣୀ ଛାତ୍ରୀ ଦଶ ବର୍ଷିୟା ଝିଅ ଆୟାତି ଦାଶ କର କରିଛନ୍ତି ।

ଶୋଭନୀୟ ଆନ୍ଦୋଳନ ତରଫରୁ ଉଭୟ ଶ୍ରୀମତୀ ଦାଶ ଏବଂ କୁମାରୀ କରଙ୍କୁ ଉତ୍ସ୍ୱସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଆୟୋଜିତ ସଭାରେ ଉଦ୍‌ବୋଧନ ଦେଇ ୱାର୍ଲ୍ଡ ଓଡ଼ିଶା ସୋସାଇଟିର ଉାଇଥିଲା । ଆୟୋଜିତ ସଭାରେ ଉଦ୍‌ବୋଧନ ଦେଇ ୱାର୍ଲ୍ଡ ଓଡ଼ିଶା ସୋସାଇଟିର ଉପାଧ୍ୟକ୍ଷ ଦବୀ ତୁଲାଉଥିବା ରୂା ଦାଶ, ଶିକ୍ଷାଶ୍ରମର ଛାତ୍ରୀମାନଙ୍କୁ କେଉଁ କାମ ଭଲ ଲାଗୁଛି ତାହା କରିବା ସହିତ ସେହି ପେଶାରେ ଶ୍ରେଷ୍ଠତ୍ୱ ହାସଲ କରିବାକୁ ପରାମର୍ଶ ଦେଇଥିଲେ ।

ସମାବେଶକୁ ସମ୍ବୋଧନ କରି ଆୟାତି, ନାରୀ ସର୍ବଶକ୍ତିମାନ ବୋଲି କହିଥିଲେ । କୌଣସି ପ୍ରକାର ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ମହିଳାମାନେ ମନୋବଳ ନ ହରାଇ ସମାଜ ପାଇଁ ଆଦର୍ଶର ବାର୍ତ୍ତାବହ ବନିବାକୁ ସେ ଆହ୍ୱାନ ଜଣାଇଥିଲେ । ଏହି ଅବସରରେ ଶ୍ରୀମତୀ ଦାଶ ଶିକ୍ଷାଶ୍ରମର ଛାତ୍ରୀ ଏବଂ ଶିକ୍ଷୟିତ୍ରୀମାନଙ୍କୁ ତାଙ୍କର ପୁସ୍ତକ ଉପହାର ଦେଇଥିଲେ । ଏହି ର୍କ୍ୟାକ୍ରମକୁ ସୁଚାରୁରୂପେ ଆୟୋଜନ କରିବାରେ ଗୁରୁମା ଉର୍ମିଳା ବେହେରା, ଗୀତାଞ୍ଜଳି ସ୍ୱାଇଁ, ମମତା ପ୍ରଧାନ, ରାଜରାଣୀ ତ୍ରିାଠୀ ଓ ମଧୁସ୍ମିତା ପଣ୍ଡା ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

Exit mobile version