ଦିବଙ୍ଗତ ସାଧାରଣ ସମ୍ପାଦକଙ୍କ ଶ୍ରାଦ୍ଧବାର୍ଷିକୀରେ ୧୦୩ ୟୁନିଟ ରକ୍ତ ସଂଗୃହୀତ

୨୭ ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :- ହିଞ୍ଜିଳିକାଟୁ ପୋୖରାଞ୍ଚଳ ୨ନଂ ୱାର୍ଡ ବାସିନ୍ଦା ତଥା ପୂର୍ବତନ ଯୁବ ବିଜେଡି ସାଧାରଣ ସମ୍ପାଦକ ସ୍ବର୍ଗତ ପୂର୍ଣ୍ଣଚନ୍ଦ୍ର ଗୌଡ଼ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉତ୍ସବରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଗୁରୁବାର ଭାବପୂର୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଅଞ୍ଚଳରେ ଜଣେ ଦକ୍ଷଯୁବ ସଂଗଠକ ତଥା ଦଳର ସକ୍ରିୟ ସଦସ୍ୟ ଭାବେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୁବଗୋଷ୍ଠୀଙ୍କୁ ସାଥିରେ ନେଇ ସଦା ସର୍ବଦା ପ୍ରଶଂସନୀୟ ଉଦ୍ୟମ କରୁଥିବା ପୂର୍ବତନ ଯୁବ ବିଜେଡି ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଗୌଡ଼ ସ୍ବାସ୍ଥ୍ୟଗତ କାରଣରୁ ଗତବର୍ଷ ଇହଲୀଳା ସମ୍ବରଣ କରିଥିଲେ।ତାଙ୍କ ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ ଅବସରରେ ଜୀବନ ବିନ୍ଦୁ ଓ ଓଡିଶା ମୋ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା ।

ପୋୖରାଞ୍ଚଳ ତାରାତାରିଣୀ ରୋଡ଼ ସ୍ଥିତ ହିଞ୍ଜିଳି ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜୀବନବିନ୍ଦୁ ଜିଲ୍ଲା ସଂଯୋଜକ ତଥା ଓଡିଶା କାଜୁ ନିଗମ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା ଅତିଥି ରୂପେ ଯୋଗ ଦେଇ ସ୍ବର୍ଗତ ପୂର୍ଣ୍ଣଚନ୍ଦ୍ରଙ୍କ ତୈଳ ପ୍ରତିକୃତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ଜିଲ୍ଲା ଉପ ସଭାପତି ଜଗନ୍ନାଥ ସାବତ,ପୋୖରାଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ,ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର,ରାଜ୍ୟ ସମ୍ପାଦକ ଶିବରାମ ଗୌଡ଼,

ଗ୍ରୀଟ ଅଧ୍ୟକ୍ଷ ପବିତ୍ର ପାଣିଗ୍ରାହୀ,ଓଡିଶା ମୋ ପରିବାର ରାଜ୍ୟ ସମ୍ପାଦକ ନୀଳମଣି ପଟ୍ଟନାୟକ,ପ୍ରଦୀପ କୁମାର ପଣ୍ଡା,ରମେଶ ଚନ୍ଦ୍ର ପଣ୍ଡା ପ୍ରମୁଖଙ୍କ ସମେତ ବହୁ ମାନ୍ୟଗଣ୍ୟ ନେତୃବୃନ୍ଦ ପୁଷ୍ପମାଲ୍ୟ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସ୍ମୃତି ଚାରଣ କରିଥିଲେ । ଶିବିରରେ ସମୁଦାୟ୧୦୩ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ବ୍ରହ୍ମପୁର ରକ୍ତ ଭଣ୍ଡାରର କର୍ମଚାରୀ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ । ପୂର୍ବତନ କାଉନସିଲର କାହ୍ନୁ ଚରଣ ଚୌଧୁରୀ,ସୁନୀଲ କୁମାର ପଟ୍ଟନାୟକ, ଅଜୟ କୁମାର ଗୌଡ଼,ଜିତୁ ସ୍ୱାଇଁ,ବାଲ୍ମୀକି ଦାସକୂଳ ସଭାପତି ପ୍ରଭାକର ଦାଶ ଓ ସମ୍ପାଦକ ମିଥୁନ ଦାସ ଓ ପରିବାର ସଦସ୍ୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Exit mobile version