ଶିକ୍ଷକଙ୍କ ଘରୁ ଲକ୍ଷାଧିକ ଟଙ୍କା ସହିତ ସୁନାଗହଣା  ଚୋରୀ

୨୭ ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଚାନ୍ଦପୁର :- ନୟାଗଡ ଜିଲ୍ଲା ରଣପୁର ବ୍ଲକ ଚାନ୍ଦପୁର ଥାନା କନ୍ଧ ନୟାଗଡ ଗ୍ରାମରେ ଶନି ମନ୍ଦିର  ନିକଟରେ ଶିକ୍ଷକଙ୍କ ଘରୁ ବଡ ଧରଣର ଚୋରୀ ହୋଇଛି ।  ଗତ ବୁଧବାର  ରାତିରେ ଶିକ୍ଷକ ଦମ୍ପତି ହଲ୍ ରେ  ଶୋଇଥିବା ବେଳେ ଅତି  ଚାଲାଖ୍ ର ସହିତ ଧୃତ ଭୁଟେରା ମାନେ ଘରେ ପଶି   ଅନ୍ୟ ରୁମ୍ ଝରକା ତାଡି  ଲୁଟିଛନ୍ତି।ଆଲମୀରା ଭାଙ୍ଗି ନଗଦ  ୬୩ ହଜାର ଟଙ୍କା ସହ   ୫ ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଥିବାର ଚାନ୍ଦପୁର ଥାନାରେ ଅଭିଯୋଗ ହୋଇଛି ।

ଥାନାରେ ଏତଲା ପରେ ଚାନ୍ଦପୁର  ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ  ଆରମ୍ଭ କରିଛି । ସୂଚନାମୂତାବକ-ଲୁଟ୍ ହୋଇଥିବା ଶିକ୍ଷକଙ୍କ ନାମ ଲକ୍ଷ୍ମୀଧର ତାଡ। ସେ ସ୍ଥାନୀୟ ଚମ୍ପାଗଡ ସରକାରୀ ବିଦ୍ୟାଳୟରେ ଶିକ୍ଷକତା କରନ୍ତି।ନିଜର  ଇନସୁରାନ୍ ସ  ଟଙ୍କା ଡିପୋଜିଟ୍ କରିବା ପାଇଁ ଗତ କାଲି  ଚାନ୍ଦପୁର ଷ୍ଟେଟ୍ ବ୍ୟାଙ୍କରୁ  ଲକ୍ଷ୍ନୀଧର ୬୩ ହଜାର ଟଙ୍କା ଉଠାଣ କରି  ଘରେ ଆଲମୀରା ରେ ରଖିଥିଲେ। 

Exit mobile version